ରାଜନୀତି

ଆଜି ଠାରୁ କଂଗ୍ରେସର “ଦେଶ ପାଇଁ ଦାନ” ଅଭିଯାନର ଶୁଭାରମ୍ଭ – ଶରତ ପଟ୍ଟନାୟକ – Ibnodisha

[ad_1]

ଭୁବନେଶ୍ୱର – ଭାରତୀୟ ଜାତୀୟ କଂଗ୍ରେସ ୧୮ ଡିସେମ୍ବର ଠାରୁ ୨୮ ଡିସେମ୍ବର ପର୍ଯ୍ୟନ୍ତ ଭାରତ ବର୍ଷର ଜନସାଧାରଣଙ୍କ ପାଖରୁ “ଦେଶ ପାଇଁ ଦାନ” କାର୍ଯ୍ୟକ୍ରମ ଜାରି ରହିବ । ଏହିକାର୍ଯ୍ୟକ୍ରମ ଅନୁସାରେ କଂଗ୍ରେସ କର୍ମୀ ପ୍ରତ୍ୟେକ ବୁଥର ଅନ୍ୟୁନ ୧୦ ଟି ଘରକୁ ଚିହ୍ନଟ କରି ସର୍ବନିମ୍ନ ୧୩୮ ଟଙ୍କା ଦାନ କରବା ପାଇଁ ଅନୁରୋଧ କରିବେ । ଏହି ଦାନ ରାଶି ଅନ୍‌ଲାଇନ ମାଧ୍ୟମରେ ଗ୍ରହଣ କରାଯିବ । ଏଥିପାଇଁ ଅଖିଲ ଭାରତ ଜାତୀୟ କଂଗ୍ରେସ ସଭାପତି ଶ୍ରୀ ମଲ୍ଲିକାର୍ଜ୍ଜୁନ ଖାର୍ଗେ ଦିଲ୍ଲୀ ଠାରେ ଏହି କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରି ଦୁଇଟି ଲିଙ୍କ୍ ପ୍ରଦାନ କରିଛନ୍ତି । ଦାତା ୧୩୮ ଟଙ୍କା ବା ୧୩୮ ଟଙ୍କାର ଗୁଣିତକ ରାଶି ଯଥା ୧୩୮୦ ଟଙ୍କା, ୧୩୮୦୦ ଟଙ୍କା ପ୍ରଦାନ କରିପାରିବେ । ଶ୍ରୀ ପଟ୍ଟନାୟକ ସୂଚନା ଦେଇଥିଲେ ଯେ ଡିସେମ୍ବର ୨୯ ତାରିଖ ଠାରୁ କଂଗ୍ରେସ କର୍ମୀମାନେ ଘର ଘର ବୁଲି “ଦେଶପାଇଁ ଦାନ” ଚାଲୁ ରଖିବେ । କେବଳ କଂଗ୍ରେସ ପରିବାର ନୁହେଁ କଂଗ୍ରେସ ପରିବାର ବାହାରେ ଥିବା ଶୁଭେଚ୍ଛୁ ବନ୍ଧୁ ଓ ଅନୁଷ୍ଠାନ ମାନଙ୍କୁ ଦାନ କାର୍ଯ୍ୟକ୍ରମରେ ସାମିଲ କରିବାକୁ ନିବେଦନ କରିବେ ।

ଭାରତୀୟ ଜାତୀୟ କଂଗ୍ରେସର ଗରିମାମୟ ଇତିହାସକୁ ମନେ ପକାଇ ଦେଇ ସଭାପତି ଶ୍ରୀ ପଟ୍ଟନାୟକ କହିଲେ ଯେ ଭାରତୀୟ ଜାତୀୟ କଂଗ୍ରେସ ମହାତ୍ମା ଗାନ୍ଧୀଙ୍କ ନେତୃତ୍ୱରେ ୧୯୨୦-୨୧ ମସିହାରେ ତିଳକ ସ୍ୱରାଜ ଫଣ୍ଡ ଗଠନ କରିଥିଲେ । ଭାରତ ବର୍ଷର ଜନସାଧାରଣଙ୍କ ପାଖରୁ ଏହି ଫଣ୍ଡ ପାଇଁ ଦାନ ରାଶି ଗ୍ରହଣ କରିଥିଲେ । ଏବେ ୧୩୮ ବର୍ଷର ଭାରତୀୟ ଜାତୀୟ କଂଗ୍ରେସର ଏହି ସ୍ୱର୍ଣ୍ଣିମ ଯାତ୍ରାକାଳର ଭାରତ ବର୍ଷ ଜନସାଧାରଣଙ୍କ ଦାନ ଓ ଅକୁଣ୍ଠ ସମର୍ଥନ ଆଶା କରନ୍ତି ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି । ପ୍ରକାଶ ଥାଉକି ଏଥିପାଇଁ ଅନଲାଇନ ପୋଟାଲ ଯଥାକ୍ରମେ : *(୧) donateinc.in* ଏବଂ (୨) *www.inc.in* ଖୋଲା ଯାଇଛି ।
ଏହି ସମ୍ମିଳନୀରେ ଉଦବୋଧନ ଦେଇ ପିସିସି ମିଡିଆ ବିଭାଗ ଅଧ୍ୟକ୍ଷ ଶ୍ରୀ ଗଣେଶ୍ୱର ବେହେରା ମହାତ୍ମା ଗାନ୍ଧୀଙ୍କୁ ଉଦ୍ଧାର କରି କହିଥିଲେ ଯେ “ସଂକଟରେ ପଡ଼ିଲେ ଲୋକଙ୍କୁ ପାଖକୁ ଯିବ ।” ବର୍ତମାନ କଂଗ୍ରେସ ଆର୍ଥିକ ସଂକଟର ସାମନା କରୁଥିବାରୁ ଦେଶବାସୀଙ୍କ ଠାରୁ ଆର୍ଥିକ ସହଯୋଗ ଲୋଡ଼ିବାର ନିଷ୍ପତି ନେଇଛି ।
ସାମ୍ବାଦିକ ମାନଙ୍କ ପ୍ରଶ୍ନର ଉତର ଦେଇ ଶ୍ରୀ ବେହେରା କହିଲେ ଯେ ଲୋକମାନଙ୍କ ଠାରୁ ସଂଗୃହିତ ଅର୍ଥରାଶି କେବଳ ଯେ କଂଗ୍ରେସ ନିର୍ବାଚନୀ ପାଣ୍ଠି ସୃଷ୍ଟି କରିବ ତା’ନୁହେଁ, ଗଣତନ୍ତ୍ର ଓ ସମ୍ବିଧାନ ବିରୋଧି କେନ୍ଦ୍ର ସରକାର ବିରୁଦ୍ଧରେ ଶକ୍ତିଶାଳୀ ସଂଗ୍ରାମ କରିବାକୁ ଆତ୍ମ ବିଶ୍ୱାସ ଯୋଗାଇବ । ଏହି ସାମ୍ବାଦିକ ସମ୍ମିଳନୀରେ ପିସିସି ପ୍ରଚାର କମିଟି ଅଧ୍ୟକ୍ଷ ଶ୍ରୀ ବିଜୟ ପଟ୍ଟନାୟକ ଓ ପିସିସି ଇସ୍ତାହାର କମିଟି ଅଧ୍ୟକ୍ଷ ପଂଚାନନ କାନୁନଗୋ ଉପସ୍ଥିତ ଥିଲେ ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button