ରାଜ୍ୟ

କଲେରା ଜୀବାଣୁ ଯୋଗୁ ବ୍ୟାପୁଛି ଝାଡ଼ାବାନ୍ତି, ସ୍ଥିତି ପରଖିବେ ମୁଖ୍ୟମନ୍ତ୍ରୀ – Ibnodisha

[ad_1]

ରାଉରକେଲା : ଷ୍ଟିଲ୍‌ ସିଟି ରାଉରକେଲାରେ ଝାଡ଼ାବାନ୍ତିରେ ୬ ଜଣ ଆଖି ବୁଜି ସାରିଥିବା ବେଳେ ହଜାରେରୁ ଆକ୍ରାନ୍ତ ହୋଇଛନ୍ତି। ତେବେ ଏହି ଝାଡ଼ାବାନ୍ତି ବ୍ୟାପିବା ପଛରେ ରହିଛି କଲେରା ଜୀବାଣୁ। ପାଣି ସାମ୍ପଲରୁ ଭିବ୍ରିଓ କଲେରା ଜୀବାଣୁ ମିଳିଥିବା ନେଇ ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି। ଆଜି ଅପରାହ୍ନରେ ମୁଖ୍ୟମନ୍ତ୍ରୀ ସ୍ଥିତିର ସମୀକ୍ଷା କରିବେ ବୋଲି ଜଣାଯାଇଛି। ଗତ କିଛି ଦିନ ହେବ ରାଉରକେଲାରେ ଝାଡ଼ାବାନ୍ତିରେ ବହୁ ଲୋକ ଆକ୍ରାନ୍ତ ହେଉଥିବା ବେଳେ ଏହି ସଂଖ୍ୟା ହଜାରେ ଟପିଛି। ଗତକାଲି ସନ୍ଧ୍ୟା ସୁଦ୍ଧା ଏଥିରେ ୧,୦୨୫ ଜଣ ସଂକ୍ରମିତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ବହୁ ଜଣ ଏବେ ବି ମେଡିକାଲରେ ଚିକିତ୍ସିତ ଥିବା ବେଳେ ବହୁ ଲୋକ ହସ୍ପିଟାଲରୁ ଡିସଚାର୍ଜ ହୋଇ ସାରିଛନ୍ତି । ତେବେ ୨୦ ଜଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ରହିଛି । ଗୋଟେ ସ୍ଥାନରୁ ନୁହେଁ ୧୨ ରୁ ୧୪ ଟି ୱାର୍ଡରୁ ଝାଡ଼ାବାନ୍ତି କେସ ଆସୁଛି । ସେଥିପାଇଁ ୬ ଟି ରାପିଡ଼ ରେସପନ୍ସ ଟିମ ନିୟୋଜିତ ହୋଇଥିବା ସୂଚନା ମିଳିଛି। ପାଣି ପାଇଁ ଏହି ଝାଡ଼ାବାନ୍ତି ବ୍ୟାପିଛି । ଲୋକ ବି କିଛି ଦିନ ହେଲା ପାଣିକୁ ନେଇ ଅଭିଯୋଗ କରିଥିଲେ। ପାଣିରେ କ୍ଲୋରିନ ପରିମାଣ ବଢ଼େଇବା ପାଇଁ ଜିଲ୍ଲାପାଳ ୱାଟକୋକୁ ନିର୍ଦ୍ଦେଶ ଦେଇ ସାରିଛନ୍ତି। ସୂଚନାଯୋଗ୍ୟ, ସ୍ମାର୍ଟସିଟି କାମ ବେଳେ ଫାଟିଥିବା ପାଣି ପାଇପର ଠିକଭାବରେ ମରାମତି ହୋଇନଥିବାରୁ ସେଥିରେ ଡ୍ରେନ୍ ପାଣି ପଶି ପାଣି ଦୂଷିତ ହୋଇଥିବା ଲୋକେ ଅଭିଯୋଗ କରିଆସୁଛନ୍ତି।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button