ପୁଣି ହାତକୁ ଦିହାତ ହେଲେ ଅରବାଜ ଖାନ – Ibnodisha

[ad_1]
ମୁମ୍ବାଇ: ପୁଣି ହାତକୁ ଦିହାତ ହେଲେ ବଲିଉଡ଼ର ପ୍ରଯୋଜକ ଅଭିନେତା ଅରବାଜ ଖାନ। ୫୬ ବର୍ଷ ବୟସରେ ଅରବାଜ ଖାନ, ମେକଅପ୍ ଆର୍ଟିଷ୍ଟ ଶୁରା ଖାନ ଶେଷରେ ବିବାହ ବନ୍ଦନରେ ବାନ୍ଧି ହୋଇଛନ୍ତି। ଗତକକାଲି ରବିବାର ଏହି ବିବାହ ସମ୍ପନ୍ନ ହୋଇଥିଲା । ଅନେକ ଦିନ ହେବ ଉଭୟଙ୍କ ମଧ୍ୟରେ ଡେଟିଂ ଚାଲିଥିଲା। ଅରବାଜ ତାଙ୍କର ନୂଆ ଫିଲ୍ମ ‘ପଟନା ଶୁକ୍ଳା’ର ସୁଟିଂ ସମୟରେ ଶୁରାଙ୍କୁ ପ୍ରଥମ ଥର ଭେଟିଥିଲେ। ଏହା ପରେ ଉଭୟଙ୍କ ଭିତରେ ସମ୍ପର୍କ ଆଗକୁ ବଢିଥିଲା ଏବଂ ଉଭୟ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ। ତେବେ ଅରବାଜଙ୍କ ଭଉଣୀ ଅର୍ପିତା ଖାନ ଶର୍ମାଙ୍କ ଘରେ ଏହି ଦମ୍ପତି ନିରାଡ଼ମ୍ବର ଭାବରେ ବିବାହ କରିଥିବା ଜଣାପଡିଛି ।
ବଲିଉଡ଼ର ପ୍ରଯୋଜକ ଅଭିନେତା ଅରବାଜ ଖାନ ଏବଂ ଅଭିନେତ୍ରୀ ମଲାଇକା ଅରୋଡାଙ୍କ ଛାଡପତ୍ର ପରେ ନାହିଁ ନଥିବା ମିଡିଆରେ ଚର୍ଚ୍ଚା ହୋଇଥିଲା। ଏପରିକି ଏହାର କାରଣ ମଲାଇକାଙ୍କ ଅଭିନେତା ଅର୍ଜୁନ୍ କପୁରଙ୍କ ସହ ସଂପର୍କ ବୋଲି ମଧ୍ୟ କୁହାଯାଇଥିଲା। ତେବେ ସେ ଯାହାବି ହେଉ ନିଜ ପୂର୍ବ ସମ୍ପର୍କକୁ ଭୁଲି ଶୁରା ଖାନଙ୍କୁ ନିଜର ପତ୍ନୀ ଭାବେ ଗ୍ରହଣ କରିଛନ୍ତି ଅରବାଜ ଖାନ ।
[ad_2]