ଦେଶ

ବିବାହ କରିବାକୁ ମନା କରିବାରୁ ଝିଅର ତଣ୍ଟି କାଟି ହତ୍ୟା କଲେ ବାପା-ମା – Ibnodisha

[ad_1]

ନୂଆଦିଲ୍ଲୀ: ଭାଇକୁ ବିବାହ କରିବାକୁ ମନା କରିବାରୁ ଝିଅର ଗଳା କାଟି ହତ୍ୟା କରିଛନ୍ତି ମାତା ପିତା । ତେବେ ଏହି ଘଟଣାରେ ମଙ୍ଗଳବାର ଦିନ ଇଟାଲୀର ଏକ କୋର୍ଟ ପାକିସ୍ତାନୀ ଦମ୍ପତିଙ୍କୁ ଝିଅକୁ ହତ୍ୟା କରିବା ମାମଲାରେ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ୨୦୨୧ ରେ ଧାର‌୍ୟ୍ୟ ହୋଇଥିବା ଯୁବକଙ୍କୁ ତାଙ୍କ ଝିଅ ବିବାହ କରିବାକୁ ମନା କରିବା ପରେ ଏହି ଦମ୍ପତି ନିଜ ଝିଅକୁ ହତ୍ୟା କରିଥିଲେ । ତେବେ ଏହି ହତ୍ୟା ମାମଲାରେ ଦମ୍ପତ୍ତିଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି । ୧୮ ବର୍ଷୀୟ ସମନ ଅବ୍ୱାସ, ବୋଲୋଗ୍ନା ଅଞ୍ଚଳର ନୋଭେଲାରାରେ ରହୁଥିଲେ । ତେବେ ଗତ ବର୍ଷ ସେ ପାକିସ୍ତାନରେ ତାଙ୍କର ଜଣେ ସମ୍ପର୍କୀୟ ଭାଇଙ୍କୁ ବିବାହ କରିବାକୁ ପ୍ରତ୍ୟାଖ୍ୟାନ କରିଥିଲେ । ତେବେ ଏଥିପାଇଁ ତାଙ୍କୁ ତାଙ୍କ ଅଭିଭାବକମାନେ ହତ୍ୟା କରିଥିବା ଅଭିଯୋଗ ହୋଇଛି ।

ସେମାନେ ଝିଅର ମାମୁଁଙ୍କୁ ହତ୍ୟା କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହା ପରେ ମାମୁଁ ତାଙ୍କ ଭାଣିଜିର ଗଳା କାଟି ହତ୍ୟା କରିଥିବା ସୂଚନା ମିଳିଛି । ତେବେ ଏ ନେଇ ଆଜି କେନ୍ଦ୍ରୀୟ ଇଟାଲୀର ରେଜିଓ ଏମିଲିଆର ଏକ କୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି । ମାମୁଁଙ୍କୁ ୧୪ ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯାଇଥିବା ବେଳେ ସମ୍ପର୍କୀୟ ଭାଇଙ୍କୁ ଏହି ମାମଲାରେ ନିର୍ଦ୍ଦୋଷରେ ଖଲାସ ହୋଇଥିଲେ । ଅବ୍ୱାସ ପୋଲିସ ସାମ୍ନାରେ ପିତାମାତାଙ୍କୁ ନିନ୍ଦା ମଧ୍ୟ କରିଥିଲେ । ସାମାଜିକ କର୍ମୀମାନେ ତାଙ୍କୁ ନଭେମ୍ବର ୨୦୨୦ରେ ଏକ ଆଶ୍ରୟସ୍ଥଳରେ ରଖିଥିଲେ । କିନ୍ତୁ ସେ ଏପ୍ରିଲ ୨୦୨୧ ରେ ତାଙ୍କ ପରିବାରକୁ ଯାଇ ତାଙ୍କ ପାସପୋର୍ଟ ପାଇବାକୁ ଏବଂ ତାଙ୍କ ପ୍ରେମିକଙ୍କ ସହ ଏକ ନୂତନ ଜୀବନ ଆରମ୍ଭ କରିବାକୁ ଯୋଜନା କରିଥିଲେ । ହେଲେ ଏହାକୁ ତାଙ୍କ ପରିବାର ଲୋକେ ପ୍ରତ୍ୟାଖ୍ୟାନ କରିଥିଲେ । ତେବେ କିଛି ଦିନ ପରେ ସେ ହଠାତ କେଉଁ ଆଡ଼େ ଚାଲିଯାଇଥିଲେ । ତାଙ୍କ ପ୍ରେମିକଙ୍କ ସୂଚନା ଅନୁଯାୟୀ ପୋଲିସ ମେ ମାସରେ ତାଙ୍କ ଘରେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା । କିନ୍ତୁ ସେତେବେଳକୁ ସମନଙ୍କ ପିତାମାତା ପାକିସ୍ତାନ ଚାଲି ଯାଇଥିଲେ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button