ଦେଶ

ଦିଲ୍ଲୀରେ କୁହୁଡ଼ି ଯୋଗୁଁ ୮୦ରୁ ଅଧିକ ବିମାନ ବିଳମ୍ବିତ – Ibnodisha

[ad_1]

ନୂଆଦିଲ୍ଲୀ: ଦିଲ୍ଲୀ-ଏନସିଆରର ଅନେକ ଅଞ୍ଚଳରେ ଆଜି ମଧ୍ୟମ ଧରଣର କୁହୁଡ଼ି ସହ ଥଣ୍ଡା ଅନୁଭୂତ ହୋଇଛି। ରାଜଧାନୀରେ ସର୍ବନିମ୍ନ ତାପମାତ୍ରା ୧୦.୭ ଡିଗ୍ରି ସେଲସିୟସ୍ ରେକର୍ଡ କରାଯାଇଛି। ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଉତ୍ତର ଭାରତରେ ଘନ କୁହୁଡ଼ି ପାଇଁ ରେଡ୍ ଆଲର୍ଟ ଜାରି କରିଛି। ପଞ୍ଜାବ, ହରିୟାଣା, ଦିଲ୍ଲୀ ଉତ୍ତର ପ୍ରଦେଶ, ଉତ୍ତର ରାଜସ୍ଥାନ ଏବଂ ଉତ୍ତର ମଧ୍ୟପ୍ରଦେଶ ପାଇଁ ଘନ କୁହୁଡ଼ି ପାଇଁ ମାର୍ଗଦର୍ଶିକା ଜାରି କରିଛି।

କୌଣସି ପରିବହନ ମାଧ୍ୟମରେ ଗାଡି ଚଲାଇବା କିମ୍ବା ବାହାରକୁ ଯିବା ସମୟରେ ସାବଧାନ ରହିବାକୁ କୁହାଯାଇଛି। ଗାଡି ଚଳାଇବା ସମୟରେ ଫଗ୍ ଲାଇଟ୍ ବ୍ୟବହାର କରନ୍ତୁ । ଯାତ୍ରା କାର୍ଯ୍ୟସୂଚୀ ପାଇଁ ଏୟାରଲାଇନ୍ସ, ରେଳବାଇ ଏବଂ ରାଜ୍ୟ ପରିବହନ ସହ ଯୋଗାଯୋଗରେ ରୁହନ୍ତୁ ବୋଲି ଆଇଏମଡି ଏକ୍ସରେ ଏକ ପୋଷ୍ଟରେ କହିଛି।

ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ଆଜି ସକାଳ ସାଢ଼େ ୮ଟା ପର୍ଯ୍ୟନ୍ତ କୁହୁ଼ଡି ଯୋଗୁଁ ୮୦ରୁ ଅଧିକ ବିମାନ ବିଳମ୍ବିତ ହୋଇଛି। ଲୋ ଭିଜିବିଲିଟି ବା କମ୍ ଦେଖାଯାଉଥିବା କାରଣରୁ ବିମାନ ଏବଂ ଟ୍ରେନ୍ ବିଳମ୍ବିତ ହେବା ସହ ଗତିପଥ ପରିବର୍ତ୍ତନ କରାଯାଇଛି। ସେପଟେ କୁହୁଡ଼ି ଯୋଗୁଁ ରାସ୍ତାରେ ରାଜଧାନୀକୁ ଆସୁଥିବା ଯାତ୍ରୀମାନେ ମଧ୍ୟ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଦିଲ୍ଲୀରୁ ସିକ୍କିମ ଯାଉଥିବା ଜଣେ ଯାତ୍ରୀ କହିଛନ୍ତି, କୁହୁଡ଼ି ଓ ପାଣିପାଗ କାରଣରୁ ଆମ ବିମାନ ଦୁଇ ଘଣ୍ଟା ବିଳମ୍ବରେ ଆସିଛି।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button