ଦେଶ

ଇରାନ କବରସ୍ଥାନରେ ବିସ୍ଫୋରଣ; ୭୩ ମୃତ, ୧୭୦ ଆହତ – Ibnodisha

[ad_1]

ତେହେରାନ: ଇରାନର କେରମାନ ସହରର ଏକ କବରସ୍ଥାନ ନିକଟରେ ବିସ୍ଫୋରଣ ଘଟି ୭୩ ଜଣଙ୍କ ମୃତ୍ୟୁ ଘଟିଛି ଓ ୧୭୦ ଆହତ ହୋଇଛନ୍ତି । ସରକାରୀ ଟିଭି ଅଲ୍ ଆରବିଆର ରିପୋର୍ଟ ଅନୁଯାୟୀ, ଇରାନର ପୂର୍ବତନ କମାଣ୍ଡର କାସିମ ସୁଲେମାନୀଙ୍କୁ ଏହି କବରସ୍ଥାନରେ ସମାଧି ଦିଆଯାଇଛି । ତାଙ୍କ ମୃତ୍ୟୁର ୪ର୍ଥ ବାର୍ଷିକୀ ପାଳନ ପାଇଁ ସେଠାରେ ଥିବା ସାହେବ ଅଲ ଜମାନ ମସଜିଦରେ ଲୋକମାନେ ଏକାଠି ହୋଇଥିଲେ । ସେହି ସମୟରେ ଦୁଇଟି ବିସ୍ଫୋରଣ ହୋଇଥିଲା । ଏହି ବିସ୍ଫୋରଣରେ ଅତି କମରେ ୭୩ ଜଣଙ୍କ ମୃତ୍ୟୁ ଘଟିଛି ଓ ଆହୁରି ୧୭୦ ଲୋକ ଆହତ ହୋଇଛନ୍ତି । ବିସ୍ଫୋରଣରେ ୫୦ ଜଣ ଆହତ ହୋଇଥିବା ଇରାନର ସରକାରୀ ନ୍ୟୁଜ୍ ଏଜେନ୍ସି ‘ଆଇଆରଏନଏ’ ପ୍ରଥମେ ରିପୋର୍ଟ କରିଥିଲା ।

କିନ୍ତୁ ପରେ ଅନେକ ଲୋକ ମୃତ୍ୟୁବରଣ କରିଥିବା ରିପୋର୍ଟ ଆସିଥିଲା । ବିସ୍ଫୋରଣର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ଘଟଣାସ୍ଥଳରେ ବହୁ ସଂଖ୍ୟକ ଆମ୍ବୁଲାନ୍ସ ଘଟଣାସ୍ଥଳରେ ପହଞ୍ଚିଛି । ସୂଚନା ଅନୁଯାୟୀ, ବିସ୍ଫୋରଣ ପରେ ଦଳଚକଟା ଯୋଗୁଁ ଅନେକ ଲୋକ ଆହତ ହୋଇଥିଲେ ଏବଂ ସେମାନଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସୁଲେମାନୀଙ୍କ ମୃତ୍ୟୁ ବାର୍ଷିକୀ ଅବସରରେ ଏକ ସମାରୋହ ପାଇଁ ଅଞ୍ଚଳରେ ଭିଡ଼ ଜମିଥିଲା । ସୁଲେମାନୀ ଦୁଇ ଦଶନ୍ଧୀ ଧରି ଇସ୍ଲାମିକ ରିଭୋଲ୍ୟୁସନରୀ ଗାର୍ଡ କର୍ପସ (ଆଇଆରଜିସି)ର ବିଦେଶୀ ଅପରେସନ ଶାଖା କୁଦସ୍ ଫୋର୍ସର ନେତୃତ୍ୱ ନେଇଥିଲେ । ୨୦୨୦ ଜାନୁଆରୀରେ ଇରାକରେ ଆମେରିକାର ଏୟାର ଷ୍ଟ୍ରାଇକରେ ସେ ନିହତ ହୋଇଥିଲେ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button