ଦେଶ

ବିବାହ ପରେ ପ୍ରେମୀ ଯୁଗଳ ଫେରାର – Ibnodisha

[ad_1]

ବେଙ୍ଗାଲୁରୁ: ପୁଅ ପାଇଁ ବାପାକୁ ନିର୍ଯାତନା । ଜଣେ ଯୁବତୀଙ୍କୁ ଧରି ପୀଡ଼ିତଙ୍କ ପୁଅ ଫେରାର ହୋଇଯାଇଥିବାରୁ ଶେଷରେ ଝିଅର ପରିବାର ଲୋକେ ବାପାକୁ ଦେଇଛନ୍ତି ନିର୍ଯାତନା । ଏହି ନିର୍ଯାତନାର ଭିଡିଓ ସିସିଟିଭି ଫୁଟେଜ୍ରେ କଏଦ ହୋଇଥିବା ବେଳେ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ବେଳେ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । କର୍ଣ୍ଣାଟକର ଦେବାନଗରୀ ଜିଲ୍ଲାର ହରିହର ଅଞ୍ଚଳରେ ଘଟିଛି ଏଭଳି ଘଟଣା । ହରିହର ଅଞ୍ଚଳରେ ଜଣେ ଯୁବକ ଅନ୍ୟ ଜଣେ ଯୁବତୀଙ୍କ ପ୍ରେମରେ ପଡ଼ିଥିଲେ ।

ଏହାପରେ ସେମାନେ ଗତ ୨୦ ଦିନ ତଳେ ଏକ ମନ୍ଦିରରେ ବିବାହ କରିବା ପରେ ସବ ରେଜିଷ୍ଟ୍ରାର ଅଫିସରେ ଏ ନେଇ ପଞ୍ଜୀକୃତ କରିଥିଲେ । ହେଲେ ଏ ନେଇ ଯୁବତୀଙ୍କ ପରିବାର ଖୁସିନଥିଲେ । ସେମାନେ ପୂର୍ବରୁ ମଧ୍ୟ ଉଭୟଙ୍କ ସମ୍ପର୍କ ସମ୍ବନ୍ଧରେ ଜାଣିବା ପରେ ଏହି ବିବାହକୁ ବିରୋଧ କରୁଥିଲେ । ମିଳିଥିବା ସୂଚନା ଅନୁସାରେ ପ୍ରେମୀ ଯୁଗଳ ଦ୍ୱୟ ବିବାହ କରିବା ପରେ ଫେରାର ହୋଇଯାଇଥିଲା । ଏହାପରେ ଗତ ଡିସେମ୍ବର ୧୧ ତାରିଖରେ ଯୁବତୀଙ୍କ ପରିବାର ଯୁବକଙ୍କ ଘରେ ପହଞ୍ଚି ସେମାନଙ୍କ ସମ୍ପର୍କରେ ପଚାରିବା ସହ ଯୁବକଙ୍କ ବାପାଙ୍କୁ ମାଡ ମାରିବା ସହ ଗାଳିଗୁଲଜ କରିଥିଲେ ।

ଏହାପରେ ଯୁବକଙ୍କ ବାପାଙ୍କୁ ରକ୍ଷା କରିବା ଲାଗି ସ୍ଥାନୀୟ ଲୋକେ ହସ୍ତକ୍ଷେପ କରିବାରୁ ଯୁବତୀଙ୍କ ପରିବାର ସେମାନଙ୍କ ଉପରେ ମଧ୍ୟ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଏ ନେଇ ମଲେବେନ୍ନୁର ପୋଲିସ ଷ୍ଟେସନରେ ଅଭିଯୋଗ କରିବା ପରେ ପୋଲିସ ମାମଲା ରୁଜୁ କରିଛି । ଏହି ପ୍ରେମୀ ଯୁଗଳ ଭିନ୍ନ ଭିନ୍ନ ସମ୍ପ୍ରଦାୟର ହୋଇଥିବାରୁ କନ୍ୟାପକ୍ଷ ବିବାହ ପାଇଁ ରାଜିନଥିଲେ । ମାତ୍ର ଯୁବକ ଯୁବତୀ ବିବାହ କରିବା ଖବର ସେମାନେ ଜାଣିବା ପରେ ସିଧା ଯୁବକଙ୍କ ଘରେ ପହଞ୍ଚି ତାଙ୍କ ବାପାଙ୍କୁ ଆକ୍ରମଣ କରିଥିଲେ । ଏହି ସମସ୍ତ ଘଟଣାର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ଏହାପରେ ଯୁବକଙ୍କ ପିତାଙ୍କୁ ଚିଗାତେରି ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ଘଟଣାରେ ମଲେବେନ୍ନୁର ପୋଲିସ ଷ୍ଟେସନରେ ୧୦ ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ଏହାସହିତ ପୋଲିସ ୨ ଜଣଙ୍କୁ ଗିରଫ କରିଥିବା ବେଳେ ଘଟଣାର ଅଧିକ ତଦନ୍ତ ଜାରି ରଖିଛି । ତେବେ ଯୁବକ ଯୁବତୀଙ୍କ ପତ୍ତା ଏଯାବତ ମିଳିପାରିନାହିଁ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button