ଦେଶ

ଗଣ୍ଡଗୋଳ ଯୋଗୁ ବଦଳିଲା କାନାଡା ବିମାନର ଗତିପଥ – Ibnodisha

[ad_1]

ନୂଆଦିଲ୍ଲୀ : ଗଣ୍ଡଗୋଳ ଯୋଗୁ ବଦଳିଲା କାନାଡା ବିମାନର ଗତିପଥ । ଏୟାର କାନାଡା ବିମାନରେ ଯାତ୍ରା କରୁଥିବା ଜଣେ ୧୬ ବର୍ଷୀୟ ଯାତ୍ରୀ ବିମାନ ଭିତରେ ତାଙ୍କ ସହ ଯାତ୍ରା କରୁଥିବା ତାଙ୍କ ପରିବାରର ଅନ୍ୟ ଜଣେ ସଦସ୍ୟଙ୍କୁ ଅପ୍ରତ୍ୟାଶିତ ଭାବେ ଆକ୍ରମଣ କରବା ପରେ କାନାଡା ବିମାନକୁ ଡାଇଭର୍ଟ କରାଯାଇଛି। ରୟାଲ କାନାଡିଆନ ମାଉଣ୍ଟେଡ୍‌ ପୁଲିସ ପକ୍ଷରୁ ଜାରି ଏକ ପ୍ରେସ୍‌ ବିବୃତି ଅନୁଯାୟୀ ଏୟାର କାନାଡା ଫ୍ଲାଇଟ୍‌ ୧୩୭ ଟରୋଣ୍ଟୋରୁ କାଲଗରି ଅଭିମୁଖେ ଯାଉଥିବା ବେଳେ ଏହି ଘଟଣା ଘଟିଥିଲା। ପୁଲିସ ସୂଚନା ଅନୁଯାୟୀ, ୱିନିପେଗ ରିଚାର୍ଡସନ ଅନ୍ତର୍ଜାତୀୟ ବିମାନବନ୍ଦରକୁ ସ୍ଥାନୀୟ ସମୟ ଅପରାହ୍ନ ୧୨ଟା ୨୦ ମିନିଟ୍‌ରେ ୱିନିପେଗକୁ ଏକ ବିମାନ ଡାଇଭର୍ସନ୍‌ ବିଷୟରେ ଅବଗତ କରାଯାଇଥିଲା। ପୁଲିସ କହିଛି, ତଦନ୍ତରୁ ଜଣାପଡିଛି ଯେ ଏୟାର କାନାଡା ବିମାନ ନମ୍ବର ୧୩୭ ଟରୋଣ୍ଟୋରୁ କାଲଗରି ଅଭିମୁଖେ ଉଡ଼ାଣ ଭରୁଥିବା ବେଳେ ଗ୍ରାଣ୍ଡେ ପ୍ରେରିର ଜଣେ ୧୬ ବର୍ଷୀୟ ଯୁବକ ତାଙ୍କ ସହ ସେହି ବିମାନରେ ଯାତ୍ରା କରୁଥିବା ତାଙ୍କ ପରିବାରର ଅନ୍ୟ ଜଣେ ସଦସ୍ୟଙ୍କ ଉପରେ ଆକ୍ରମଣ କରିଥିଲେ। କର୍ତ୍ତୃପକ୍ଷଙ୍କ କହିବା ଅନୁଯାୟୀ, ୧୬ ବର୍ଷୀୟ ଏହି ଯୁବକଙ୍କୁ ଅନ୍ୟ ସାଥୀ ଯାତ୍ରୀ ଓ ବିମାନ କର୍ମଚାରୀମାନେ ଅଟକାଇଥିଲେ। ପରେ ଯୁବକଙ୍କ ଆକ୍ରମଣରେ ଆହତ ହୋଇଥିବା ଯାତ୍ରୀଙ୍କର ଚିକିତ୍ସା କରାଯାଇଥିଲା। ତେବେ, ଆକ୍ରମଣ ପଛର ଉଦ୍ଦେଶ୍ୟ ସ୍ପଷ୍ଟ ହୋଇନାହିଁ। ଏହି ଘଟଣା ପରେ ବିମାନଟି କାଲଗରି ଅଭିମୁଖେ ଯାତ୍ରା ଜାରି ରଖିବାକୁ ୩ ଘଣ୍ଟା ବିଳମ୍ବ ହୋଇଥିଲା।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button