ରାଜ୍ୟ

ପୁରୀଘାଟ ଥାନା ମାମଲାରେ ଅର୍ଦ୍ଧେନ୍ଦୁ ଦାସଙ୍କୁ ଜାମିନ

କଟକ : ‘ବଡ଼ ଖବର’ର ସଂପାଦକ ଅର୍ଦ୍ଧେନ୍ଦୁ ଦାସଙ୍କୁ ପୁରୀଘାଟ ଥାନା ମାମଲାରେ ସର୍ତ୍ତମୂଳକ ଜାମିନ ମିଳିଛି। ୧୦ ହଜାର ଟଙ୍କାର ଦୁଇଜଣ ଜାମିନଦାରଙ୍କ ବଦଳରେ ତାଙ୍କୁ ଜାମିନରେ ଛାଡ଼ିବାକୁ ନିମ୍ନ ଅଦାଲତଙ୍କୁ ଆଜି କଟକ ସ୍ବତନ୍ତ୍ର ଭିଜିଲାନ୍ସ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି।ଜଣେ ବ୍ୟକ୍ତିଙ୍କ ନିକଟରୁ ୧୧ ଲକ୍ଷ ଟଙ୍କାର ବିଭିନ୍ନ ସରଞ୍ଜାମ କିଣି ଶ୍ରୀ ଦାସ ସଂପୂର୍ଣ୍ଣ ଟଙ୍କା ଦେଇ ନଥିଲେ ବୋଲି ଅଭିଯୋଗ ହୋଇଥିଲା। ପ୍ରାୟ ୫ ଲକ୍ଷ ଟଙ୍କା ଶ୍ରୀ ଦାସ ଦେଉନାହାନ୍ତି ବୋଲି ଅଭିଯୋଗ କରି କଟକ ଯାଉଁଳିଆପଟିର ସଂପୃକ୍ତ ବ୍ୟବସାୟୀ ପୁରୀଘାଟ ଥାନାରେ ଏତଲା ଦେଇଥିଲେ। ଜୁନ୍‌ ୩୦ରେ କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା ଶ୍ରୀ ଦାସଙ୍କୁ ଗିରଫ କରିବାପରେ ପୁରୀଘାଟ ମାମଲାରେ ତାଙ୍କୁ ରିମାଣ୍ଡରେ ନିଆଯାଇଥିଲା। ନିମ୍ନ ଅଦାଲତରେ ଜାମିନ ଖାରଜ ହେବାପରେ ଶ୍ରୀ ଦାସ କଟକ ଜିଲ୍ଲା ଓ ଦୌରାଜଜ୍ ଅଦାଲତରେ ଜାମିନ ଆବେଦନ କରିଥିଲେ। ଏହି ମାମଲା ଶୁଣାଣି ପାଇଁ ସ୍ବତନ୍ତ୍ର ଭିଜିଲାନ୍ସ ଅଦାଲତକୁ ସ୍ଥାନାନ୍ତର ହୋଇଥିଲା। ଶ୍ରୀ ଦାସଙ୍କ ତରଫରୁ ବରିଷ୍ଠ ଆଇନଜୀବୀ ଧରଣୀଧର ନାୟକ ମାମଲା ପରିଚାଳନା କରୁଥିବା ବେଳେ ଆଇନଜୀବୀ ପ୍ରତୀକ ନାୟକ, ସତ୍ୟ ମହାନ୍ତି ସହଯୋଗ କରୁଥିଲେ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button