ଭଡାଘରେ ରହୁଥିଲେ ଶୀଘ୍ର ହୋଇଯିବେ ବୁଢା! – Ibnodisha

[ad_1]
ନୂଆଦିଲ୍ଲୀ : ନିଜ ପରିବାର ପାଇଁ ନୂଆଘର କିଣିବା ସମସ୍ତଙ୍କ ପାଇଁ ସମ୍ଭବ ହୋଇ ନ ଥାଏ । କିଛି ଜଣଙ୍କର ସେଇ ଡ୍ରିମ ହାଉସ ସ୍ୱପ୍ନରେ ବସା ବାନ୍ଧିନିଏ । ବ୍ୟକ୍ତିଟିଏ ନିଜ ମନ ପସନ୍ଦର ଘରଟିଏ କିଣିବା ପାଇଁ ଜୀବନଯାକର ଧନ ସାଇତି ରଖିଥାଏ । ହେଲେ ପ୍ରଥମେ ଜମି କିଣିବା, ତା’ପରେ ଘର ତିଆରି ଇତ୍ୟାଦିରେ ସ୍ୱପ୍ନ ପୂରଣ ହୋଇପାରେନା । ବାଧ୍ୟହୋଇ ସେ ପରିବାର ସହ ଭଡା ଘରେ ରହିବାକୁ ନିଷ୍ପତ୍ତି ନେଇଥାଏ । କୌଣସି ପରିବାର କୁହନ୍ତୁ କି ଯୁବପିଢି କିମ୍ବା କୌଣସି ଛାତ୍ରୀଛାତ୍ର ବାହାରେ ରହି ପାଠ ପଢିବାକୁ ମେସ୍, ହଷ୍ଟେଲ ବା ଘରଭଡାକୁ ପ୍ରିଫର କରିଥାନ୍ତି । ହେଲେ କେଯଣସି ବ୍ୟକ୍ତିଙ୍କର ଘରଟିଏ ତୋଳି ରହିବାର ଇଛା ଏହି ଭଡାଘରେ ରହି ମରି ଯାଇଥାଏ । କାରଣ ବର୍ଷକୁ ବର୍ଷ ଘରର ଭଡା ଦେବା ସହ ଇଲେକ୍ଟ୍ରି,ପାଣି ଓ ମେଣ୍ଟେନାନ୍ସ ଫି ଦେବାବେଳେ ନୂଆଘର କିଣିବା ବା ତୋଳିବାର ଇଛା ପୂରଣ ହୋଇ ପାରେନା ।
ଏବେର ମହଙ୍ଗା ଯୁଗରେ ଘରଭଡାର ମହଙ୍ଗା ମାଡ ସହ ସ୍ୱାଧୀନ ଭାବରେ ଭଡାଘରେ କିଛି କରିବାର ଇଛା କାହାର ବା ନ ଥାଏ । ଘରଟିକୁ ନିଜ ଇଛା ମୁତାବିକ ସଜାଇବା ସହ ଡେକୋରେଟ କରିବା ନିଜ ଆତ୍ମୀୟ ଲୋକଙ୍କୁ ଆଣିବା ପାଇଁ କେତେକ କ୍ଷେତ୍ରରେ ବାରଣ କରାଯାଇଥାଏ । ନିକଟରେ ହୋଇଥିବା ଏକ ଗବେଷଣାରୁ ଜଣାପଡିଛି ଯେ, ଭଡାଘରେ ରହୁଥିବା ଲୋକ ଖୁବ୍ଶୀଘ୍ର ବୁଢା ହୋଇଯାଆନ୍ତି । ‘ବ୍ରିଟିଶ ମେଡିକାଲ ଜର୍ଣ୍ଣାଲ ଏପିଡେମୋଲୋଜି ଓ କମ୍ପ୍ୟୁନିଟି ହେଲଦ୍ ଜର୍ଣ୍ଣାଲ’ ଏ ସମ୍ପର୍କିତ ଏକ ରିପୋର୍ଟ ପ୍ରକାଶ କରିଛି । ରିପୋର୍ଟରେ କୁହାଯାଇଛି ଯେ, ଭଡା ଘରର ବିଭିନ୍ନ ସମସ୍ୟା ଯଥା ଶାରୀରିକ ବା ମାନସିକ ଲୋକଙ୍କ ଉପରେ ପ୍ରଭାବ ପକାଇଥାଏ । ଯାହାଦ୍ୱାରା ଲୋକେ ଚାପଗ୍ରସ୍ତ ରହିଥାନ୍ତି । ମାନସିକ ଭାରସ୍ୟମରେ ରହିବା ଯୋଗୁ ଲୋକଙ୍କ ଠାରେ ମେଦ ବହୁଳତା, ଧୂମପାନ କରିବା ପରି ସମସ୍ୟା ଦେଖାଯାଇଥାଏ ।
[ad_2]




