ଦେଶ

କଂଗ୍ର୍ରେସ ଛାଡିବା ନିଷ୍ପତି ମୋ ପାଇଁ ସହଜ ନଥିଲା: ମିଲିନ୍ଦ ଦେଓରା – Ibnodisha

[ad_1]

ନୂଆଦିଲ୍ଲୀ: ପୂର୍ବତନ କେନ୍ଦ୍ରମନ୍ତ୍ରୀ ମିଲିନ୍ଦ ଦେଓରା କଂଗ୍ରେସ ଛାଡି ଶିବସେନା (ସିନ୍ଦେ ଦଳ)ରେ ଯୋଗ ଦେଇବା ପରେ କଂଗ୍ରେସକୁ ଲାଗିଥିଲା ଶକ୍ତ ଝଟକା । ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଉପସ୍ଥିତିରେ ଶିବସେନାର ସଦସ୍ୟତା ଗ୍ରହଣ କରିଥିଲେ ମିଲିନ୍ଦ । ଦଳ ଛାଡିବା ବେଳେ ମିଲିନ୍ଦ କହିଥିଲେ ଯେ କଂଗ୍ରେସ ସହ ମୋର ୫୫ବର୍ଷର ସମ୍ପର୍କ । ଏହି ସମ୍ପର୍କ ଛାଡିବି ବୋଲି କେବେ ଭାବିନଥିଲି । ହେଲେ ଏବେ କଂଗ୍ରେସରୁ ଇସ୍ତଫା ଦେବା ପରେ ବଡ ଖୁଲାସା କରିଛନ୍ତି ମିଲିନ୍ଦ ।

ଜାତୀୟ ଗଣମାଧ୍ୟମରେ ଏକ ସାକ୍ଷାତକାର ଅବସରରେ ମିଲିନ୍ଦଙ୍କୁ ପଚରାଯାଇଥିଲା ଯେ କଂଗ୍ରେସ ଛାଡିବା ବେଳେ ତାଙ୍କୁ ଅଟକାଇବା ପାଇଁ ଦଳ ପକ୍ଷରୁ ଫୋନ୍‍ କଲ ଆସିଥିଲା କି । ଏହାର ଉତ୍ତରରେ ମିଲିନ୍ଦ କହିଛନ୍ତି ଯେ ତାଙ୍କୁ ଅଟକାଇବା ପାଇଁ ଦଳ ପକ୍ଷରୁ କୌଣସି ପ୍ରୟାସ କରାଯାଇନାହିଁ । ଦଳର ଜଣେ ବରିଷ୍ଠ ନେତାଙ୍କ ଠାରୁ କଲ ଆସିଥିଲା । ଦଳରେ ରହିବାକୁ ସେ ମୋତେ ନିବେଦନ କରିନଥିଲେ । ବରଂ କହିଥିଲେ ଯେ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ ନ୍ୟାୟ ଯାତ୍ରା ସମୟରେ ସେ ଦଳ ଛାଡିବା ନେଇ ଘୋଷଣା କରିବା ଠିକ୍‍ ନୁହେଁ । ଏହା ଶୁଣିବା ପରେ ମୋତେ ବହୁତ କଷ୍ଟ ହୋଇଥିଲା । ପରେ କଂଗ୍ର୍ରେସ ଛାଡିବା ପାଇଁ ନିଷ୍ପତି ନେଇଥିଲି । ଏହି ନିଷ୍ପତି ମୋ ପାଇଁ ସହଜ ନଥିଲା ବୋଲି ମିଲିନ୍ଦ କହିଛନ୍ତି ।

 

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button