ଲିମ୍ବ , ଭୃଷୁଙ୍ଗ ପତ୍ର ଶରୀର ପାଇଁ ରାମବାଣ ସଦୃଶ – Ibnodisha
[ad_1]
ବର୍ତମାନ କୋଭିଡ଼ ସଂକ୍ରମଣ ଦ୍ରୁତ ବେଗରେ ବଢି ଚାଲିଛି l ଏହାଛଡା ବିଭିନ୍ନ ସଂକ୍ରମଣ ମଧ୍ୟ ବଢିବାରେ ଲାଗିଛି l ଏପରି ସ୍ଥିତିରେ ଆମେ କେମିକାଲ ଯୁକ୍ତ ଆଣ୍ଟିବାଇଓଟିକ ସେବନ କରିଥାଉ l କିନ୍ତୁ ଏହିସବୁ
ଆଣ୍ଟିବାଇଓଟିକ ସିଧାସଳଖ ଆମ ଲିଭର, କଡ଼ନୀ ଉପରେ ପ୍ରଭାବ ପକାଇଥାଏ l ଆଜି ଆମେ ଜାଣିବା ଏପରି କିଛି ଆଣ୍ଟିବାଇଓଟିକ ବିଷୟରେ ଯାହାକି ଆମକୁ ସୁରକ୍ଷିତ ରଖିବା ସହ ନିରୋଗୀ ରଖିବ l
* ତୁଳସୀ ପତ୍ର – ତୁଳସୀ ପତ୍ର ଆଣ୍ଟି ବ୍ୟାକଟେରିଆଲ, ଆଣ୍ଟି ଭାଇରସ , ଓ ଆଣ୍ଟି ଫଙ୍ଗାଲ ଗୁଣରେ ଭରପୁର ଅଟେ l ଯାହାକି ଯେକୌଣସି ରୋଗ ଠାରୁ ଆମ ଶରୀର କୁ ସୁରକ୍ଷା ଦେଇଥାଏ l ତୁଳସୀ ପତ୍ର ନିୟମିତ ସେବନ ଦ୍ୱାରା ଇମ୍ୟୁନିଟି ବୁଷ୍ଟ ହୋଇଥାଏ l
* ଲିମ୍ବ :- ତୁଳସୀ ଭଳି ଲିମ୍ବ ମଧ୍ୟ ପ୍ରାକୃତିକ ଆଣ୍ଟିବାଇଓଟିକ ଅଟେ l ଯାହାକି ଆମ ଶରୀର ରେ ସଂକ୍ରମଣ ସୃଷ୍ଟି କରୁଥିବା ବ୍ୟାକଟେରିଆ କୁ ନଷ୍ଟ କରିଥାଏ l ତେଣୁ ଆପଣ ନୂଆ ବର୍ଷ ରେ ନିଜ କୁ ସଂକଳ୍ପ କରି ନିୟମିତ ୭ ଟି ଲିମ୍ବ ପତ୍ର ଚୋବାଇ ଖାଆନ୍ତୁ l
* ଭୃଷୁଙ୍ଗ ପତ୍ର :- ଆମେ ସାଧାରଣ ଭାବରେ ଭୃଷୁଙ୍ଗ ପତ୍ର କୁ ବିଭିନ୍ନ ଖାଦ୍ୟ ପଦାର୍ଥ ରେ ବ୍ୟବହାର କରି ଖାଇଥାଉ l କିନ୍ତୁ ଆମେ ଏହା ଜାଣି ନାହୁଁ ଯେ କିଭଳି ଔଷଧୀୟ ଗୁଣ ରେ ଭରପୁର ହୋଇଥାଏ ବୋଲି l ଭୃଷୁଙ୍ଗ ପତ୍ର ରେ ରୋଗାଣୁ ରୋଧି ଗୁଣ ରହିଛି l ଯାହାକି ଆମକୁ ଫଙ୍ଗାଲ ଇନଫେକ୍ସନ ଠାରୁ ରକ୍ଷା କରି ଥାଏ l ତେଣୁ ପ୍ରତିଦିନ ସକାଳୁ ୭ ଟି ଭୃଷୁଙ୍ଗ ପତ୍ର ଖାଲି ପେଟରେ ଖାଇବା ଆରମ୍ଭ କରନ୍ତୁ l
[ad_2]