ଆଜିର ଅନୁଚିନ୍ତା – Ibnodisha
[ad_1]
ଭାବନା ଆମ ଜୀବନରେ ଅନେକ ମହତ୍ତ୍ୱ ରଖିଥାଏ କାରଣ ତାହା ଆମ ହୃଦୟରୁ ଜନ୍ମ ନେଇଥାଏ । ତାକୁ ପରିପ୍ରକାଶ କଲେ ସେ ବଢିଥାଏ , ଅଣଦେଖା କଲେ ସେ ମରିଯାଏ ଆଉ ପରିପ୍ରକାଶ କରି ସମ୍ମାନ ସହ ସାଇତି ରଖିଲେ ସେ ସବୁଦିନ ପାଇଁ ଆମ ସହିତ ରହିଥାଏ ।।
ଜୀବନ ହେଉଛି ଏକ କଠିନତମ ପରୀକ୍ଷା ଏହି ପରୀକ୍ଷାରେ ସେହିମାନେ ଫେଲ ହୋଇଯାଆନ୍ତି,ଯେଉଁମାନେ ଅନ୍ୟକୁ କପି କରିବାକୁ ଚେଷ୍ଟା କରନ୍ତି କାରଣ ସେମାନେ ଜାଣନ୍ତିନି ଯେ, ଏଠି ସମସ୍ତଙ୍କର ଅଲଗା ଅଲଗା ପ୍ରଶ୍ନପତ୍ର। ତେଣୁ ନିଜକୁ କେବେ ଅନ୍ୟ ସହ ତୁଳନା କରନି। କାରଣ ଭଗବାନ ସମସ୍ତଙ୍କୁ ସମାନ କରିନାହାନ୍ତି, ତେଣୁ ନିଜ ହିସାବରେ ନିଜେ ରୁହ ll
ମନ୍ଦିର ବାହାରେ ଲେଖା ଥାଏ ଏକ ନିରାଟ ସତ୍ୟ.. ଯଦି ଉପବାସ କରିଲେ ଭଗବାନ ଖୁସି ହୁଅନ୍ତେ ତା ହେଲେ ଏ ସଂସାରରେ ଖାଲି ପେଟରେ ବୁଲୁଥିବା ବୁଲୁଥିବା ଭିକାରୀ ସବୁଠାରୁ ଭାଗ୍ୟବାନ ବ୍ୟକ୍ତି ହୁଅନ୍ତେ, ତେଣୁ ଉପବାସ ଅନ୍ନର ନୁହଁ ବିଚାରର କର, ପ୍ରଥମେ ମଣିଷ ନିଜେ ଠିକ୍ ହେବା ଦରକାର ll.
ରାଗକୁ ମନରେ ଯାଗା ଦେଲେ ସମ୍ପର୍କ ନଷ୍ଟ ହୁଏ….
ଅଭିମାନକୁ ମନରେ ପୋଷି ରଖିଲେ ଦୂରତା ସ୍ରୁଷ୍ଟି ହୁଏ….
କିନ୍ତୁ ସବୁକିଛି ଭୁଲି କ୍ଷମା କରିଦେଲେ ସମ୍ପର୍କ ସ୍ଥାୟୀ ହୋଇଥାଏ….
ଅଦ୍ୟ ଜାନୁଆରୀ ମାସ ୧୭ ତାରିଖ ୨୦୨୪ ମସିହା(ବୁଧବାର)
ଶକାବ୍ଦ -୧୯୪୫
ସମ୍ବତ -୨୦୮୦
ଦିଲ୍ଲୀସ୍ୱରାଦ୍ଧ-୧୪୩୧
ସମ୍ବତ୍ସର-ପିଙ୍ଗଳ
ପୌଷମାସ- ଶୁକ୍ଲପକ୍ଷ
ତିଥି- ସପ୍ତମୀ ରାତ୍ରି ଘ ୧୯/୩୭ପର୍ଯ୍ୟନ୍ତ ତଦନ୍ତେ ଅଷ୍ଟମୀ
ନକ୍ଷତ୍ର- ରେବତୀ ରାତ୍ରି ଘ୦୪/୩୫ ପର୍ଯ୍ୟନ୍ତ ତଦନ୍ତେ ଅଶ୍ଵିନୀ
ଚନ୍ଦ୍ର-ମୀନ ରାତ୍ରି ଘ୦୪/୩୫ ପର୍ଯ୍ୟନ୍ତ ତଦନ୍ତେ ମେଷ
ଯୋଗ- ଶିବ
କରଣ – ଗର
ସୌରମାସ- ମକର ୦୩ ଦିନ
✧═════•❁❀❁•════✧
ସୁର୍ୟୋଦୟ-ପ୍ରାତଃ ଘ୦୬/୨୮/୫୯
ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୨୬/୦୯
*✧═════•❁❀
ଯୋଗିନୀ ବାୟବ୍ୟେ ରାତ୍ରି ଘ୧୦/୩୭ପର୍ଯ୍ୟନ୍ତ ତଦନ୍ତେ ଐଶାନ୍ୟେ
ସପ୍ତମୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ
ମେଷ ରାଶିର ଘାତଚନ୍ଦ୍ର
କର୍କଟ ରାଶି ର ଘାତବାର
✧═════•❁❀❁•═══
କାଳବେଳା -ଦିବା ଘ୦୯/୧୦ ଗତେ ଘ୧୦/୩୩ ମଧ୍ୟେ
ବାରବେଳା – ଦିବା ଘ୧୧/୫୪ ଗତେ ଘ୦୧/୨୭ ମଧ୍ୟେ
══•❁❀❁•═
ବିଶୁଦ୍ଧ ଅମୃତ ବେଳ। – ଦିବା ଘ୦୮/୦୫ ମଧ୍ୟେ ଓ ଘ୦୧/୨୮ ଗତେ ଘ୦୨/୨୮ ମଧ୍ୟେ ଓ ରାତ୍ରି ଘ୦୬/୧୫ ଗତେ ଘ୦୮/୪୦ ମଧ୍ୟେ
ବିଶୁଦ୍ଧ ମାହେନ୍ଦ୍ର ବେଳ।- ଦିବା ଘ୦୪/୫୨ଗତେ ଘ୦୫/୨୭ ମଧ୍ୟେ
═✧*══•❁❀❁•═════✧
ଅଦ୍ୟ ତାଳ ଭକ୍ଷଣ ନିଷେଧ
═✧══•❁❀❁•═══
✧═════•❁❀❁•════
ଆଜିର ରାଶିଫଳ*
✧═════•❁❀❁•════
ମେଷ
ପାରିବାରିକ ଜୀବନରେ ବୁଝାମଣା ନେଇ ତିକ୍ତତା ଦେଖାଦେଇପାରେ । ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ପରିବହନ ପାଇଁ ଦିନଟି ବହୁତ ଶୁଭଙ୍କରୀ ହେବ । ବହୁଦିନରୁ ହଜି ଯାଇଥିବା ବା ଚୋରି ଯାଇଥିବା ଜିନିଷରହଠାତ୍ ଖୋଜ ଖବର ପାଇପାରନ୍ତି।*
*✧═════•❁❀❁•════
ବୃଷ
ଦାମ୍ପତ୍ୟ କଳହର ଅବସାନ ଘଟିବ ଓ ସନ୍ତାନଙ୍କ ଉନ୍ନତିରେ ଖୁସି ହେବେ।ବ୍ୟବସାୟରେ ଉନ୍ନତି ସହିତ ବାସସ୍ଥାନ ବା ଯାନବାହାନର ନବୀକରଣର ସୁଯୋଗ ଓ ଶୁଭଫଳ ପ୍ରାପ୍ତି ହେବ। ବୃତ୍ତିଗତ କର୍ମକୁ ଅଧିକ ଗୁରୁତ୍ଵ ଦେଇ ଚାକିରି କ୍ଷେତ୍ରରେ ଉନ୍ନତି କରିପାରିବେ। ଆକସ୍ମିକ ଅର୍ଥ ଲାଭହେବ।*
*✧═════•❁❀❁•════
ମିଥୁନ
ଆଜି ପିଲାମାନଙ୍କ ସମସ୍ୟା ଦୁଶ୍ଚିନ୍ତାର କାରଣ ହୋଇପାରେ । ଭଲ ସମ୍ପର୍କ ରହିଥିବା ବନ୍ଧୁଟି ପରିସ୍ଥିତି ଚାପରେ ପଡ଼ି ଦୂରେଇଯିବା କାରଣରୁ ମନରେ ଅସ୍ଥିରତା ସୃଷ୍ଟି ହୋଇପାରେ ।ସାଙ୍ଗଠନିକ କାର୍ଯ୍ୟରେ ନେତୃତ୍ୱ ନେଇ ପ୍ରଶଂସିତ ହେବେ । ଜମିଜମା ରେ ରହିଥିବା ସମସ୍ୟା ଦୂରୀଭୂତ ହୋଇଯିବ ।*
✧═════•❁❀❁•════
କର୍କଟ
ଆଜି ସ୍ବାସ୍ଥ୍ୟରେ ଅବନତି ପରିଲକ୍ଷିତ ହେବା ଆଶଙ୍କା ରହିଛି। ଅନାବଶ୍ୟକ ଖର୍ଚ୍ଚ କରିବାକୁ ବାଧ୍ୟ ହେବେ। ଘରର ବରାଦ ଅନୁଯାୟୀ ଫେରିବା ବାଟରୁ କିଛି ନୂଆ ଜିନିଷ ଘରକୁ ଆଣିପାରନ୍ତି। ସଂଗଠନ ଓ ରାଜନୀତି କ୍ଷେତ୍ରରେ ଶୁଭଫଳ ପାଇବେ।*
*✧═════•❁❀❁•════
ସିଂହ
ଆଜି ସାଧାରଣ କଥାକୁ କେନ୍ଦ୍ରକରି ପରିବାରରେ ଝଡ଼ ଉଠିପାରେ । ସାମାଜିକ ସ୍ତରରେ ନିଜ ଲୋକଙ୍କୁ ମନେଇ କାର୍ଯ୍ୟସାଧନ କରିବେ। ଆଜି ବଜାର ସଉଦା କିଣିବାରେ ସତର୍କ ନ ହେଲେ ଠକାମିରେ ପାଇପାରନ୍ତି। କାରଣ ନ ଥାଇ ମଧ୍ୟ ଦୋଷୀ ସାବ୍ୟସ୍ତ ହେବେ*,
✧═════•❁❀❁•════
କନ୍ୟା
ଆଜି ଆର୍ଥିକ ଅନଟନ ଜନିତ ମାନସିକ ଦ୍ୱନ୍ଦ୍ୱର ଅବସାନ ଘଟିବ ସ୍ବାସ୍ଥ୍ୟ ସମସ୍ୟା ନେଇ ଚିନ୍ତିତ ହୋଇପାରନ୍ତି । ଅଟକି ରହିଯାଇଥିବା କାମଟିକୁ ପୂର୍ଣ୍ଣାଙ୍ଗ ରୂପ ଦେବେ । ପାରିବାରିିକ ସମସ୍ୟାର ସମାଧାନ ଘଟିବ, ଏ ଦିଗରେ ଜଣେ ବନ୍ଧୁଙ୍କ ସାହାଯ୍ୟ କାମକୁ ଆସିବ।*
*✧═════•❁❀❁•════
ତୁଳା
ଆଜି ପରିବାରରେ ସମସ୍ୟା ବଢ଼ିପାରେ । ବିଭିନ୍ନ ପ୍ରକାର ବାଧାବିଘ୍ନ ଓ ସମସ୍ୟା ଲାଗି ରହୁଥିବା କାରଣରୁ ପ୍ରତ୍ୟେକ କ୍ଷେତ୍ରରେ ନେଗେଟିଭ୍ ଚିନ୍ତାଧାରା ମନକୁ ଆକ୍ରାନ୍ତ କରିବ। ବ୍ୟବସାୟ, ପରିବହନ ଓ ବାଣିଜ୍ୟରେ ପ୍ରତିବନ୍ଧକ ସୃଷ୍ଟି ହୋଇପାରେ।*
✧═════•❁❀❁•════
ବିଛା
କର୍ମକ୍ଷେତ୍ରରେ ବିଭିନ୍ନ ପ୍ରକାର ଅପ୍ରୀତିକର ପରିସ୍ଥିତି ସୃଷ୍ଟିର ଆଶଙ୍କା ରହିଛି । ଆତ୍ମୀୟମାନେ ସମାଲୋଚନା କରିପାରନ୍ତି। ବହୁ ଦିନରୁ ଆଶା କରିଥିବା କାମଟିରେ ସୁଯୋଗ ପାଇଲେ ମଧ୍ୟ ସଦ୍ ବ୍ୟବହାର କରିବା କଷ୍ଟକର ହେବ ସହ ବିଫଳ ହୋଇପାରନ୍ତି ।*
✧═════•❁❀❁•════
ଧନୁ
ଆଜି ଆପଣଙ୍କୁ କୌଣସି ନୀଚ ଜାତିର ବ୍ୟକ୍ତିବିଶେଷ ପରୋକ୍ଷ ଭାବେ ଆକ୍ଷେପ କରିପାରନ୍ତି। ଆନୁଷ୍ଠାନିକ କ୍ଷେତ୍ରରେ ଆକସ୍ମିକ ଭାବରେ ଉଚ୍ଚ ସମ୍ମାନ ଓ ବସ୍ତ୍ରଭୂଷଣ ପ୍ରାପ୍ତି ଯୋଗ ରହିଛି । ଅସାବଧାନତା କାରଣରୁ କୌଣସି ଜିନିଷ ହରାଇପାରନ୍ତି।*
✧═════•❁❀❁•════
ମକର
ଆଜି ଆକସ୍ମିକଭାବରେ ବନ୍ଧୁମାନଙ୍କ ସହ ଭ୍ରମଣ କରିପାରନ୍ତି । ପାଖ ପଡୋଶୀ କିମ୍ବା ସହକର୍ମୀଙ୍କ ଆଭ୍ୟନ୍ତରୀଣ ବ୍ୟାପାରରେ ମୁଣ୍ଡ ପୂରାନ୍ତୁ ନାହିଁ। ପାରଷ୍ପରିକ ଉତ୍ତମ ବୁଝାମଣା କାରଣରୁ ପାରିବାରିକ ପରିସ୍ଥିତି ଠିକ୍ ରହିବ। ବାଣିଜ୍ୟରେ ଆଶା କରୁଥିବା ଫଳ ପାଇବେନାହିଁ ।ବ୍ୟୟ ଅଧିକ ହେବ।*
✧═════•❁❀❁•════
କୁମ୍ଭ
ପାରସ୍ପରିକ ମତଭେଦ କାରଣରୁ ଅଫିସରେ କାମଗୁଡ଼ିକ ଶେଷ ପର୍ଯ୍ୟାୟକୁ ଯିବା ପୂର୍ବରୁ କୌଣସି ଅଘଟଣ ଘଟିପାରେ। ଘରୋଇ କଥାରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ପରିବାର ସହ ଆଲୋଚନା କଲେ ଭଲ ହେବ। ଅର୍ଥୀକକ୍ଷେତ୍ରରେ ସଫଳତା ନିଶ୍ଚିତ ମିଳିବ।*
*✧═════•❁❀❁•════
ମୀନ
କର୍ମକ୍ଷେତ୍ରରେ ନିଜର ପ୍ରାଧାନ୍ୟକୁ ଜାହିର କରିବାକୁ ଯାଇ ଅପଦସ୍ଥ ହୋଇପାରନ୍ତି। ସତ୍ସଙ୍ଗ ପ୍ରତି ମନ ବଳିବ ଏବଂ ସାହିତ୍ୟ, ସାମ୍ବାଦିକତା କ୍ଷେତ୍ରରୁ ସୁଫଳ ପାଇବେ। ପରିବହନ, ପ୍ରଶାସନ ସ୍ତରରେ କାର୍ଯ୍ୟ ସାଧନ କିମ୍ବା ଆଶା ପୂରଣ ହେବାରେ ଜଣେ ବନ୍ଧୁ ସାହାଯ୍ୟ କରିବେ।
[ad_2]