ଦେଶ

ଆଜି ଗର୍ଭଗୃହରେ ସ୍ଥାପନ ହେବ ରାମଲଲାଙ୍କ ମୂର୍ତ୍ତି – Ibnodisha

[ad_1]

ଅଯୋଧ୍ୟା : ଉତ୍ସବମୁଖର ହୋଇ ଉଠିଲାଣି ସମଗ୍ର ଅଯୋଧ୍ୟା। ଚାରିଆଡ଼େ ଶୁଭୁଛି କେବଳ ରାମ ନାମ। ରାମ ଲୀଳାରେ ଉବୁଟୁବୁ ହେଉଛନ୍ତି ସମଗ୍ର ଦେଶବାସୀ। ପାଖେଇ ଆସିଲାଣି ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବ । ଆସନ୍ତା ୨୨ରେ ଏହି ଭବ୍ୟ ସମାରୋହ ଅନୁଷ୍ଠିତ ହେବ । ତେବେ ଆଉ ମାତ୍ର କିଛି ଦିନ ଅପେକ୍ଷା ତେବେ ଏଥିପାଇଁ ବେଶ ଉତ୍ସାହିତ ଅଛନ୍ତି ରାମ ଭକ୍ତ ଏବଂ ସାରା ଦେଶ। ତେବେ ଆଜି ଅଯୋଧ୍ୟା ମନ୍ଦିର ପ୍ରବେଶ କରିଛନ୍ତି ଭଗବାନ ରାମଲାଲା। ପ୍ରଥମେ ଏକ ଟ୍ରକ୍ ସହାୟତାରେ ରାମ ପଥ ଦେଇ ରାମଲାଲାଙ୍କ ବିଗ୍ରହକୁ ମନ୍ଦିର ପରିସରକୁ ନିଆଯାଇଥିଲା। ଏବେ ରାମ ମନ୍ଦିରରେ ରାମଲାଲାଙ୍କ ବିଗ୍ରହକୁ ଏକ ବଡ଼ କ୍ରେନ୍‌ ସହାୟତାରେ ଗର୍ଭଗୃହକୁ ନିଆଯାଇଛି। କୃଷ୍ଣଶିଳାରେ ନିର୍ମିତ ୫ ବର୍ଷୀୟ ଶ୍ରୀରାମଚନ୍ଦ୍ରଙ୍କ ୫୧ ଇଞ୍ଚ ଉଚ୍ଚ ଏବଂ ପ୍ରାୟ ୨ କୁଇଣ୍ଟାଲ ଓଜନର ଏହି ମୂର୍ତ୍ତିକୁ ଗର୍ଭଗୃହରେ ସ୍ଥାପନ କରାଯାଇଛି। ଏହାସହିତ ଅଯୋଧ୍ୟା ରାମ ମନ୍ଦିରରେ ରାମଲାଲାଙ୍କ ପୂଜାର୍ଚ୍ଚନା ରୀତିନୀତିରେ ମହିଳାମାନେ କଳସ ଯାତ୍ରା କରିଛନ୍ତି। ଏହାପରେ ଆଜି ଦ୍ୱିପ୍ରହରରେ ମନ୍ଦିରର ଗର୍ଭଗୃହରେ ମୂର୍ତ୍ତି ସ୍ଥାପନ କରାଯିବ ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button