ଦେଶ

ଚୀନ୍‌ ଉପରେ ଖପ୍ପା ପାକିସ୍ତାନ – Ibnodisha

[ad_1]

ନୂଆଦିଲ୍ଲୀ: ଚୀନ୍ ଉପରେ ପାକିସ୍ତାନ କ୍ରୋଧିତ ବୋଲି କୁହାଯାଉଛି। ଇରାନ ଆକ୍ରମଣକୁ ନେଇ ଚୀନ୍ ପକ୍ଷରୁ କୌଣସି ପ୍ରତିକ୍ରିୟା ନ ମିଳିବା ହେଉଛି ଏହାର କାରଣ। ଇରାନ ମଙ୍ଗଳବାର ପାକିସ୍ତାନର ଆତଙ୍କବାଦୀ ସଂଗଠନ ଉପରେ ଡ୍ରୋନ୍ ଆକ୍ରମଣ କରିଥିଲା। ଏହାପରେ ଆମେରିକା ସମେତ ଅନେକ ଦେଶ ଇରାନର ଆକ୍ରମଣକୁ ନିନ୍ଦା କରିଥିବା ବେଳେ ଚୀନ୍ କିନ୍ତୁ ଏହି ପ୍ରସଙ୍ଗରେ ନୀରବତା ବଜାୟ ରଖିଛି।

କେବଳ ଏତିକି ନୁହେଁ ଚୀନ୍ ପାକିସ୍ତାନକୁ ଦେଇଥିବା ଇଣ୍ଟରସେପ୍ଟ ରାଡାର ମଧ୍ୟ ଇରାନର ଡ୍ରୋନକୁ କାବୁ କରିପାରି ନାହିଁ। ଖରାପ ଗୁଣାତ୍ମକ ରାଡାର ବ୍ୟବସ୍ଥାକୁ ନେଇ ମଧ୍ୟ ପାକିସ୍ତାନ କ୍ରୋଧିତ ଥିବା କୁହାଯାଉଛି। ଏହା ପ୍ରଥମ ଘଟଣା ନୁହେଁ ଯେ ଚୀନ୍ ପାକିସ୍ତାନକୁ ଦେଇଥିବା ରାଡାର ବିଫଳ ହୋଇଛି। ଅତୀତରେ ମଧ୍ୟ ଅନେକ ଥର ଚୀନ୍‌ର ରାଡାର ଧୋକା ଦେଇଛି। ୨୦୨୨ ମସିହାରେ ରାଜସ୍ଥାନ ସୀମାରେ ଭୁଲ୍‌ରେ ପାକିସ୍ତାନରେ ବ୍ରାହ୍ମୋସ୍ ମିସାଇଲ୍‌ ନିକ୍ଷେପ ହୋଇଥିଲା। କିନ୍ତୁ ଚୀନ୍‌ର ରାଡାର ଏହାକୁ ଅଟକାଇବାରେ ମଧ୍ୟ ବିଫଳ ହୋଇଥିଲା।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button