ଦୁର୍ଘଟଣାରାଜ୍ୟ

ବଦ୍ରୀ ପାତ୍ର ଙ୍କ ଗାଡି ଢେଲା ମାଡ଼ ରେ ଭାଙ୍ଗିଲା

କୋରେଇ: ରବିବାର ସନ୍ଧ୍ୟା ୮ଟା ସମୟରେ ଯାଜପୁରରୋଡ ନିକଟସ୍ଥ ୨୦ ନମ୍ବର ଜାତୀୟ ରାଜପଥର ବଳଦିଆ ପୋଲ ନିକଟରେ ଜଣେ ସନ୍ଦିଗ୍ଧ ଯୁବକର ଢେଲାମାଡ଼ରେ ଘସିପୁରା ବିଧାୟକ ବଦ୍ରିନାରାୟଣ ପାତ୍ରଙ୍କ ଗାଡ଼ି ସମେତ ଅନ୍ୟ ଦୁଇଟି ଗାଡ଼ି ଜଖମ ହୋଇଛି। ଢେଲାମାଡ଼ରେ ବିଧାୟକ ଶ୍ରୀ ପାତ୍ରଙ୍କ ଡ୍ରାଇଭର ସମେତ ଅନ୍ୟ ଗାଡ଼ିର ଦୁଇଜଣ ବ୍ୟକ୍ତି ମଧ୍ୟ ଆହତ ହୋଇଛନ୍ତି। ଘଟଣାସ୍ଥଳରେ କୋରେଇ ଥାନା ପୁଲିସ ପହଞ୍ଚି ସନ୍ଦିଗ୍ଧ ଯୁବକକୁ କାବୁ କରି ନେଇଛି। ଏକ ବାଇକ ମଧ୍ୟ ପୁଲିସ ଜବତ କରିଥିବା ଥାନାଧିକାରୀ ଶ୍ରବଣ କୁମାର ମହାରଣା କହିଛନ୍ତି। ଯୁବକର ଘର କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଅଞ୍ଚଳର ବୋଲି କୋରେଇ ଥାନାଧିକାରୀ ଶ୍ରୀ ମହାରଣା ସୂଚନା ଦେଇଛନ୍ତି।ପ୍ରକାଶ ଥାଉକି ରବିବାର ସନ୍ଧ୍ୟାରେ ବିଧାୟକ ଶ୍ରୀ ପାତ୍ର କୋରେଇ ବ୍ଲକ୍‌ ତାହାରପୁର ପଞ୍ଚାୟତର ବିଜେଡି ସଭାପତି ଶିବପ୍ରସାଦ ମଲ୍ଲିକଙ୍କ ଘରେ ଥିବା ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଆସିଥିଲେ। ସେଠାରୁ ଫେରିବା ବାଟରେ ୨୦ ନମ୍ବର ଜାତୀୟ ରାଜପଥର ବଳଦିଆ ବ୍ରିଜ୍‌ ପାଖରେ ସମ୍ପୃକ୍ତ ଯୁବକ ତାଙ୍କ ଗାଡ଼ିକୁ ଢେଲା ଫିଙ୍ଗିଥିଲା। ଏପରିକି ଅଭିଯୁକ୍ତର ଢେଲାମାଡ଼ରେ ଅନ୍ୟ ଦୁଇଟି ଗାଡ଼ି ମଧ୍ୟ ଜଖମ ହୋଇଥିଲା। ତା’ର ଢେଲାମାଡ଼ରେ ବିଧାୟକଙ୍କ ଗାଡ଼ି(ଓଡି-୦୨ବିଏଲ୍‌-୨୧୨୧)ର କାଚ ଭାଙ୍ଗି ଯାଇଛି। ଏହି ଆକ୍ରମଣରେ ବିଧାୟକଙ୍କ ଡ୍ରାଇଭର ମଧ୍ୟ ଆହତ ହୋଇଛନ୍ତି। ସ୍ଥାନୀୟ ଲୋକଙ୍କଠାରୁ ସୂଚନା ପାଇଁ ଥାନାଧିକାରୀ ଶ୍ରୀ ମହାରଣା ସଦଳବଳ ଘଟଣାସ୍ଥଳରେ ପହଞ୍ଚି ସନ୍ଦିଗ୍ଧ ଯୁବକକୁ କାବୁ କରିଥିଲେ। ଅଭିଯୁକ୍ତ ଯୁବକ ନିକଟରୁ ଏକ ବାଇକ୍‌ ଜବତ କରାଯାଇଛି। ତାକୁ ଥାନାରେ ପଚରାଉଚରା ଚାଲିଥିବା ବେଳେ ଅନୁସନ୍ଧାନ ଜାରି ରହିଥିବା ଥାନାଧିକାରୀ ଶ୍ରୀ ମହରଣା କହିଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button