ଦେଶ

ଭକ୍ତଙ୍କ ପ୍ରବଳ ଭିଡ ହେତୁ ଦର୍ଶନ ପାଇଁ ରାମ ମନ୍ଦିର ଭିତରକୁ ପ୍ରବେଶ ୨ଟା ପର୍ଯ୍ୟନ୍ତ ସ୍ଥଗିତ – Ibnodisha

[ad_1]

ଅଯୋଧ୍ୟା: ଗତକାଲି ଅଯୋଧ୍ୟା ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ପାଇଁ ଆଜି ଶ୍ରଦ୍ଧାଳୁଙ୍କ ପାଇଁ ମନ୍ଦିର ଖୋଲାଯାଇଛି। ଅଯୋଧ୍ୟାରେ ଥିବା ରାମ ମନ୍ଦିରରେ ଦୈନିକ ଦୁଇଟି ସମୟରେ ଶ୍ରଦ୍ଧାଳୁଙ୍କ ପାଇଁ ପ୍ରବେଶ ଦ୍ବାର ଖୋଲା ରହିବ। ସକାଳ ୭ଟାରୁ ପୂର୍ବାହ୍ନ ୧୧.୩୦ ଏବଂ ତା’ପରେ ଅପରାହ୍ନ ୨ଟାରୁ ସଂଧ୍ୟା ୭ଟା ମଧ୍ୟରେ ମନ୍ଦିର ଶ୍ରଦ୍ଧାଳୁଙ୍କ ପାଇଁ ଖୋଲା ରହିବ। ଅର୍ଥାତ ଏହି ସମୟ ମଧ୍ୟରେ ଶ୍ରଦ୍ଧାରୁ ରାମଲଲାଙ୍କ ଦର୍ଶନ ପାଇଁ ଭିତରକୁ ପ୍ରବେଶ କରିପାରିବେ। ଗତକାଲି ପ୍ରାଣ ପ୍ରତିଷ୍ଠା ପରେ ଆଜି ପ୍ରଥମ ଦିନ ହୋଇଥିବାରୁ ରାମ ମନ୍ଦିର ପରିସରରେ ପ୍ରବଳ ଲୋକ ଭିଡ଼ ଜମିଛି। ଏପରିକି ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ୨ଟା ପର୍ଯ୍ୟନ୍ତ ଦର୍ଶନ ପାଇଁ ପ୍ରବେଶ ବ୍ୟବସ୍ଥା ବନ୍ଦ କରି ଦିଆଯାଇଛି। ରାମଲଲାଙ୍କ ଦର୍ଶନ କରିବା ପାଇଁ ଶ୍ରଦ୍ଧାଳୁ ଗତକାଲି ରାତି ୩ଟାରୁ ଲମ୍ବା ଧାଡ଼ି ଲଗାଇଛନ୍ତି। ଏହି ଭିଡ଼ ହେତୁ ପଞ୍ଚ କୋଶି ପରିକ୍ରମା ପଥର ଗାଡ଼ି ଚଳାଚଳରେ ବି ବାଧା ଉପୁଜିଛି। ଆଜି ପ୍ରାଣ ପ୍ରତିଷ୍ଠା ପରେ ପ୍ରଥମ ଦିନ ହୋଇଥିବାରୁ ପ୍ରଭୁଙ୍କ ଦର୍ଶନ ସକାରେ ମନ୍ଦିରରେ ନାହିଁନଥିବା ଲୋକ ଭିଡ଼।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button