ରାଜ୍ୟ

 ଜୁନିଅର ଟିଚର୍ ନିଯୁକ୍ତି ଅନିୟମିତତା ମାମଲା: ଆଜି ହାଇକୋର୍ଟରେ ଶୁଣାଣି – Ibnodisha

[ad_1]

 ଭୁବନେଶ୍ୱର: ଜୁନିଅର ଟିଚର୍ ନିଯୁକ୍ତି ଅନିୟମିତତା ମାମଲା ନେଇ ଆଜି ହାଇକୋର୍ଟରେ ହେବ ଶୁଣାଣି। ଗତ ଶୁଣାଣୀ ସମୟରେ ନିଯୁକ୍ତି ପ୍ରକ୍ରିୟା ଉପରେ ଅଙ୍କୁଶ ଲଗେଇଥିଲେ ହାଇକୋର୍ଟ। ଚୟନ ପ୍ରକ୍ରିୟା ଜାରି ରହିଲେ ବି ନିଯୁକ୍ତି ଉପରେ ରୋକ ଲଗାଇଥିଲେ କୋର୍ଟ। ଗତ 21 ଓ 22 ତାରିଖରେ ପରୀକ୍ଷାର୍ଥୀଙ୍କ କାଗଜପତ୍ର ଯାଞ୍ଚ କରାଯାଇଥିଲା। ହେଲେ ହାଇକୋର୍ଟଙ୍କ ରୋକ୍ ଯୋଗୁଁ ବନ୍ଦ ରହିଛି ନିଯୁକ୍ତି ପ୍ରକ୍ରିୟା।

ରାଜ୍ୟ ସରକାରଙ୍କୁ ଜବାବ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଥିଲେ କୋର୍ଟ। 20 ହଜାର କନିଷ୍ଠ ଶିକ୍ଷକ ନିଯୁକ୍ତି ନେଇ ପ୍ରକାଶ ପାଇଥିଲା ବିଜ୍ଞପ୍ତି। ଏ ନେଇ ମେରିଟ ଲିଷ୍ଟ ପ୍ରକାଶ ପାଇଥିଲା। ହେଲେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ମୂଳ ବିଜ୍ଞପ୍ତିର ନିୟମ ଉଲ୍ଲଘଂନ ହେଉଥିବା ଦର୍ଶାଇ କୋର୍ଟରେ ଆବେଦନ କରିଥିଲେ କିଛି ପରୀକ୍ଷାର୍ଥୀ। ତେବେ ବିଚାରପତି ବିରଜା ପ୍ରସନ୍ନ ଶତପଥୀଙ୍କ ଖଣ୍ଡପୀଠରେ ହେବ ଏହି ମାମଲାର ଶୁଣାଣି।

The post  ଜୁନିଅର ଟିଚର୍ ନିଯୁକ୍ତି ଅନିୟମିତତା ମାମଲା: ଆଜି ହାଇକୋର୍ଟରେ ଶୁଣାଣି appeared first on ONA KHABAR.

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button