ଅପରାଧ

ବିଶୋଇ ବ୍ଲକ କାର୍ଯ୍ୟାଳୟରେ ୬୦ ହଜାରଟଙ୍କା ଲାଞ୍ଚ ନେଉଥୁବା ବେଳେ ଦୁଇ ଲାଞ୍ଚୁଆ ଅଧିକାରୀଙ୍କୁ ମାଡ଼ିବସିଲା ଭିଜିଲାନ୍ସ – Ibnodisha

[ad_1]

ମୟୂରଭଞ୍ଜ : ଦୁର୍ନୀତିର ମୂଳତ୍ପାଟନ ପାଇଁ ସରକାରୀ ସ୍ତରରେ ଉଦ୍ୟମ ଅବ୍ୟାହତ ରହିଛି। ତାସତ୍ତ୍ବେ ଦୁର୍ନୀତିର ପ୍ରୟୋଗଶାଳା ପାଲଟିଛି ରାଜ୍ୟ। ଯୋଉ କ୍ଷେତ୍ର ଉପରେ ନଜର ପକାଇଲେ ମିଳୁଛି ଦୁର୍ନୀତିର ଗନ୍ଧ। ଆଉ ଏହି ଧାରାରେ ସାମିଲ ହୋଇ ଏବେ ସବୁଠୁ ଆଗରେ ମୟୂରଭଞ୍ଜ ଜିଲ୍ଲା ରହିଥିବା ଅଭିଯୋଗ ହେଉଛି। ତେବେ ଏହି ଦୁର୍ନୀତି ପଛରେ ରାଜନୈତିକ ପୃଷ୍ଠପୋଷକତା ସାଙ୍ଗକୁ ବରିଷ୍ଠ ସରକାରୀ ଅଧିକାରୀମାନଙ୍କ ନୀରବ ସମର୍ଥନ ଯୋଗୁଁ ସମ୍ଭବ ବୋଲି ଆଲୋଚନା ହେଉଛି। ଏବେ ପୁଣି ସାମ୍ନାକୁ ଆସିଛି ଭିଜିଲାନ୍ସ ଜାଲରେ ମୟୂରଭଞ୍ଜ ଜିଲ୍ଲାର ଦୁଇ ଲାଞ୍ଚୁଆ ଅଧିକାରୀ। ଦୁଇଜଣ ହେଲେ ସ୍କିଲ୍ ଡେଭଲ୍ସମେଣ୍ଟ କୋଡିନେଟ୍‌ର ପ୍ରଦ୍ୟୁକ୍ତି ରଞ୍ଜନ ଭୁଆଁ ଓ ବିଶୋଇ ବ୍ଳକ ପ୍ରଜେକ୍ଟ ମ୍ୟାନେଜର ଲକ୍ଷ୍ମଣ କୁମାର ବିଶ୍ୱାଳ ବୁଧୁବାର ଅପରାହ୍ନରେ ୬୦ ହଜାର ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ମୟୂରଭଞ୍ଜ ଜିଲ୍ଲା ବିଶୋଇ ବ୍ଲକ ଜଡିଆ ପଞ୍ଚାୟତର ଲିଲିମଣୀ ଟୁଡୁ ମିଶନଶକ୍ତିର ଜିପିଏଲଏଫ ସ୍କିମ୍‌ର ମାଷ୍ଟର ବୁକକିପାର୍ ଚାକିରି ପାଇଁ ଦରଖାସ୍ତ କରିଥିଲେ । ମାତ୍ର ଏହି ଚାକିରି କରାଇଦେବା ପାଇଁ ଲାଞ୍ଚୁଆ କୋଡିନେଟ୍‌ର ଶ୍ରୀ ଭୂୟାଁ ଓ ପ୍ରୋଜେକ୍ଟ ମ୍ୟାନେଜର ଶ୍ରୀ ବିଶ୍ଵାଳ ୬୦ ହଜାର ଟଙ୍କା ଲିଲି ମଣୀଙ୍କୁ ଦାବି କରିଥିଲେ । ଏ ବିଷୟରେ ଲିଲିମଣୀ ଜିପିଏଲଏଫ ସଭାପତି ଦେୱାଲା କିସ୍କୁଙ୍କୁ ଜଣାଇଥିଲେ । ଦେୱାଲା କିସ୍କୁ ଏନେଇ ଭିଜିଲାନ୍ସ ବିଭାଗର ଦ୍ଵାରାସ୍ଥ ହୋଇଥିଲେ । ଯୋଜନା ମୁତାବକ ବୁଧୁବାର ଅପରାହ୍ନରେ ବିଶୋଇ ବ୍ଲକ କାର୍ଯ୍ୟାଳୟ ଠାରେ କୋଡିନେଟ୍‌ର ପ୍ରଦ୍ୟୁକ୍ତି ସଭାପତି ଦେୱାଲା କିସ୍କୁଙ୍କ ଠାରୁ ୬୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ । ପରେ ୩୦ହଜାର ଟଙ୍କା ଲେଖାଏଁ ପ୍ରଜେକ୍ଟ ମ୍ୟାନେଜର ଶ୍ରୀ ବିଶ୍ଵାଳ ଓ କୋଡିନେଟ୍‌ର ଶ୍ରୀ ଭୂୟାଁ ଭାଗ ବାଣ୍ଟ କରି ନେଇଥିଲେ । ପୂର୍ବଯୋଜନା ମୁତାବକ ଏହି ସମୟରେ ସେଠାରେ ଲୁଚି ରହିଥ‌ିବା ଭିଜିଲାନ୍ସ ବିଭାଗ କର୍ମଚାରୀମାନେ ଏହି ଦୁଇ ଲାଞ୍ଚୁଆ ଅଧିକାରୀଙ୍କୁ ନଗଦ ଟଙ୍କା ସହ କାବୁ କରିନେଇଥିଲେ । ଏଥିସହ ବାରିପଦା ସ୍ଥିତ ତୁଳସୀଚଉରା ଠାରେ ଥିବା ପ୍ରଦ୍ଯୁକ୍ତିଙ୍କ ଘର ଓ କାର୍ଯ୍ୟାଳୟ ଏବଂ ଲକ୍ଷ୍ମଣଙ୍କ ବିଶୋଇ ସ୍ଥିତ ଭଡାଘର ଓ ଭଦ୍ରକ ଠାରେ ଥିବା ଘରେ ଏକ ସଙ୍ଗେ ଚଢଉ କରାଯାଇ ବହୁ ଗୁରୁତ୍ତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରାଯାଇଥିବା ଜଣାପଡିଛି । ପରେ ଏନେଇ ଭିଜିଲାନ୍ସ ବିଭାଗ ପକ୍ଷରୁ ୦୩/୨୪ ନଂରେ ମାମଲା ରୁଜୁ କରି ଅଭିଯୁକ୍ତଦ୍ୱୟଙ୍କୁ ଗିରଫ କରାଯାଇଛି। ଆଜି କୋର୍ଟ ଚାଲାଣ କରାଯିବ ବଲି ସୂଚନା ମିଳିଛି। ଏହି ଚଢଉ ବାଲେଶ୍ଵର ଭିଜିଲାନ୍ସ ଏସପି ନରହରି ନାୟକଙ୍କ ନିର୍ଦ୍ଦେଶ କ୍ରମେ ବାରିପଦା ଅତିରିକ୍ତ ଭିଜିଲାନ୍ସ ଏସପି ହରେକୃଷ୍ଣ ମାଝୀଙ୍କ ନେତୃତ୍ୱରେ ଭିଜିଲାନ୍ସ ଅଧିକାରୀମାନେ ସାମିଲ ହୋଇଥିଲେ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button