ରାଜନୀତି

କେବଳ ଶଂଖ ଚିହ୍ନ ଓ ନବୀନ ପଟ୍ଟନାୟକଙ୍କୁ ଚିହ୍ନନ୍ତୁ: କାର୍ତ୍ତିକ ପାଣ୍ଡିଆନ – Ibnodisha

[ad_1]

 ମୁଖ୍ୟମନ୍ତ୍ରୀ ଆପଣଙ୍କ ପାଇଁ ଦିନରାତି ଖଟୁଛନ୍ତି
 ଶଂଖ ଚିହ୍ନ ଆପଣଙ୍କ ଆତ୍ମା, ବିଜୁ ପରିବାରର ଆତ୍ମା
 ଶ୍ରୀମନ୍ଦିର ଓ ସମଲେଇ ପରେ ମା ତାରିଣୀ ପୀଠର ହେବ ରୂପାନ୍ତରଣ
 ଅନ୍ୟମାନଙ୍କ ଭଳି ମିଠାମିଠା ଭାଷଣ ଦେଇ ଶିଖିନି
 ମୁଖ୍ୟମନ୍ତ୍ରୀ କହିଛନ୍ତି ସବୁ ଆବେଦନର ସମ୍ମାନର ସହ ସମାଧାନ ହେବ
 କେନ୍ଦୁଝରରେ ୧୩ ହଜାର ୩୧୦ କୋଟିର ବିକାଶ କାମ ଚାଲିଛି
 କେବଳ ସାତ ମାସରେ କେନ୍ଦୁଝରକୁ ମିଳିଛି ୪୬୦ କୋଟି ଟଙ୍କା
 ଆସନ୍ତା ନିର୍ବାଚନରେ ମୁଖ୍ୟମନ୍ତ୍ରୀଙ୍କୁ ଆଶୀର୍ବାଦ ଦିଅନ୍ତୁ କେନ୍ଦୁଝରବାସୀ
ଭୁବନେଶ୍ୱର, : କେବଳ ଶଂଖ ଚିହ୍ନ ଓ ନବୀନ ପଟ୍ଟନାୟକଙ୍କୁ ଚିହ୍ନନ୍ତୁ । ନବୀନ ପଟ୍ଟନାୟକ ଆପଣଙ୍କ ପରିବାରର ଓ ଆପଣଙ୍କ ପିଲାମାନଙ୍କ ସ୍ୱପ୍ନକୁ ସାକାର କରିବାକୁ ଦିନ ରାତି ଖଟୁଛନ୍ତି । ନିର୍ବାଚନରେ ତାଙ୍କୁ ଆଶୀର୍ବାଦ ଦିଅନ୍ତୁ । ଆଜି କେନ୍ଦୁଝର ଜିଲ୍ଲା ସିଲସୁଆଁରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରି ଫାଇଭ ଟି ଓ ନବୀନ ଓଡିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ କେନ୍ଦୁଝରବାସୀଙ୍କୁ ଏଭଳି ଆହ୍ୱାନ ଦେଇଛନ୍ତି ।
ସେ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜଣେ ମହାନ ଜନନାୟକ । ସେ କେନ୍ଦୁଝରବାସୀଙ୍କ ସ୍ୱପ୍ନକୁ ସାକାର କରିବାକୁ ଦିନରାତି ଖଟୁଛନ୍ତି । ତାଙ୍କୁ ନିର୍ବାଚନରେ କେନ୍ଦୁଝରବାସୀ ଆଶୀର୍ବାଦ ଦିଅନ୍ତୁ । ଶଂଖ ଚିହ୍ନ ଓଡିଶାବାସୀଙ୍କ ଆତ୍ମା, ବିଜୁ ପରିବାରର ଆତ୍ମା । ନବୀନ ପଟ୍ଟନାୟକ ଓ ଶଂଖ ଚିହ୍ନକୁ ଆଶୀର୍ବାଦ କରିବାକୁ ଫାଇଭ ଟି ଅଧ୍ୟକ୍ଷ ଅପିଲ କରିଛନ୍ତି ।
ମା ତାରିଣୀ ମନ୍ଦିରର ରୂପାନ୍ତରଣ ପାଇଁ ୫୦ କୋଟି ଟଙ୍କା ମଂଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ସପ୍ତାହେ ତଳେ ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ । ଗତକାଲି ସମଲେଇ ପ୍ରକଳ୍ପ ଲୋକାର୍ପିତ ହୋଇଛି । ମା ତାରିଣୀଙ୍କ ପୀଠ ବି ସେମିତି ନୂଆ ରୂପରେ ସଜେଇ ହେବ । ଆଗାମୀ ୧୦୦ ବର୍ଷ ପାଇଁ ଭକ୍ତଙ୍କୁ ଦର୍ଶନରେ କୌଣସି ସମସ୍ୟା ହେବନି । ଶ୍ରୀକ୍ଷେତ୍ର ଓ ସମଲେଇଙ୍କ ପରେ ଏବେ ମା ତାରିଣୀଙ୍କ ପୀଠର ପାଳି ।
ନବୀନ ପଟ୍ଟନାୟକ କଥା କମ, କାମରେ ବିଶ୍ୱାସ କରନ୍ତି । ସେ ମଧ୍ୟ ତାଙ୍କ ଦ୍ୱାରା ଅନୁପ୍ରାଣିତ ବୋଲି କହିଛନ୍ତି କାର୍ତ୍ତିକ ପାଣ୍ଡିଆନ । ତେଣୁ ଅନ୍ୟମାନଙ୍କ ଭଳି ବେଶି ଲମ୍ବା ଲମ୍ବା ଭାଷଣ ଦେଇ ଶିଖିନାହାନ୍ତି ବୋଲି କହିଛନ୍ତି ସେ । ଅନ୍ୟ ଲୋକ ବଡ ବଡ ଭାଷଣ ଦେଇ ପଳେଇବେ । କିନ୍ତୁ ଗୋଟିଏ ହେଲେ ଆବେଦନର ସମାଧାନ ହେବନି । ପୁଣି ଛଅ ମାସ ପରେ ଆସିବେ, ମିଠା ମିଠା କଥା କହି ପଳେଇବେ । ସେ ଭାଷଣର କିଛି ମୂଲ୍ୟ ନାହିଁ । କିନ୍ତୁ ମୁଖ୍ୟମନ୍ତ୍ରୀ କହିଛନ୍ତି ଲୋକଙ୍କ ସବୁ ଆବଦେନକୁ ସମ୍ମାନର ସହ ସମାଧାନ କରାଯିବ । ତେଣୁ ଆଜି ଯେଉଁ ସବୁ ଆବେଦନ ମିଳିଛି ସେ ମଧ୍ୟରୁ ମନ୍ଦିର, ମସଜିଦ, ଚର୍ଚ୍ଚ, କମ୍ୟୁନିଟି ସେଣ୍ଟର ସମ୍ପର୍କିତ ଆବେଦନର ସମାଧାନ ସାତ ଦିନ ମଧ୍ୟରେ ହେବ । କାରଣ ଏହା ଲୋକଙ୍କ ସରକାର । ଲୋକ ଯାହା ଚାହିଁବେ ତାହା ହେବ ବୋଲି କହିଛନ୍ତି କାର୍ତ୍ତିକ ପାଣ୍ଡିଆନ ।
ଏବେ କେନ୍ଦୁଝର ଜିଲ୍ଲାରେ ୧୩ହଜାର ୩୧୦ କୋଟି ଟଙ୍କାର ବିକାଶମୂଳକ କାର‌୍ୟ୍ୟ ଜାରି ରହିଛି । କେବଳ ଗତ ସାତ ମାସରେ ଲୋକଙ୍କ ଆବେଦନ ଆଧାରରେ ମୁଖ୍ୟମନ୍ତ୍ରୀ ୪୬୦ କୋଟି ଟଙ୍କା ମଂଜୁର କରିଛନ୍ତି । ସେ କହିଛନ୍ତି ଯେ, ଗତ ଜୁନରେ କେନ୍ଦୁଝର ଗସ୍ତ ସମୟରେ ତାଙ୍କୁ ୭୧୦ଟି ଆବେଦନ ମିଳିଥିଲା । ସେ ମଧ୍ୟରୁ ୬୫୦ଟି ଆବେଦନର ସମାଧାନ ହୋଇସାରିଛି ।
ସେ କହିଛନ୍ତି ଯେ, ବଳଦେବଜୀଉ ମନ୍ଦିର ରୂପାନ୍ତରଣ ପାଇଁ ୪ କୋଟି ୮୦ ଲକ୍ଷ ଟଙ୍କା ମଂଜୁର ହୋଇଥିବା ବେଳେ ଗୁପ୍ତଗଙ୍ଗାରେ ଥିବା ବ୍ରହ୍ମେଶ୍ୱର ମନ୍ଦିର ପାଇଁ ୩ କୋଟି ୫୦ ଲକ୍ଷ ଟଙ୍କା, ସୀତାବିଂଝ ମନ୍ଦିର ରୂପାନ୍ତରଣ ପାଇଁ ୨କୋଟି ୪୦ ଲକ୍ଷ ଟଙ୍କା, ସୀତାମଠର ସୌନ୍ଦର‌୍ୟ୍ୟକରଣ ପାଇଁ ୩ କୋଟି ୧୧ ଲକ୍ଷ ଟଙ୍କା ମଂଜୁର ହୋଇଛି । ସେହିଭଳି ଭୀମକୁଣ୍ଡଠାରେ ଏକ ବ୍ରିଜ ନିର୍ମାଣ ପାଇଁ ଲୋକଙ୍କ ଦାବିଥିଲା । ଏଥିପାଇଁ ୧୯ କୋଟି ଟଙ୍କା ମଂଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ । ଗୁଣ୍ଡିଚାଘାଇ ଜଳପ୍ରପାତର ସୌନ୍ଦର‌୍ୟ୍ୟକରଣ ପାଇଁ ୨ କୋଟି ଟଙ୍କା, ତେଲକୋଇ ଠାରେ ଏକ ଇନଷ୍ଟ୍ରିମ ଜଳସେଚନ ପ୍ରକଳ୍ପ ପାଇଁ ୪୧ କୋଟି ଓ ସଣ୍ଟେଇବଂଝାରେ ଆଉ ଇନଷ୍ଟ୍ରିମ ଜଳସେଚନ ପ୍ରକଳ୍ପ ପାଇଁ ୬୦ କୋଟି ଟଙ୍କା ମଂଜୁର ହୋଇଛି।
କେନ୍ଦୁଝରରେ ମେଡିକାଲ କଲେଜ, ସରକାରୀ ଇଂଜିନିୟରିଂ କଲେଜ ଓ ବିଶ୍ବବିଦ୍ୟାଳୟ ସବୁକିଛି ହୋଇଛି । ଲୋକଙ୍କ ଦାବି ଅନୁଯାୟୀ ଗୋନାସିକା ହାଇସ୍କୁଲକୁ ଉଚ୍ଚମାଧ୍ୟମିକ ସ୍କୁଲକୁ ଉନ୍ନିତ କରିବାକୁ ମଂଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ । ଏବର୍ଷରୁ ଯୁକ୍ତଦୁଇ ପାଠପଢା ଆରମ୍ଭ ହେବ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଲୋକଙ୍କ ଯାହା ଆବେଦନ ଆସିବ ତାକୁ ସମ୍ମାନର ସହ ସମାଧାନ କରାଯିବ ବୋଲି ସେ କହିଛନ୍ତି ।
ଓଡିଶାର ସାଢେ ଚାରି କୋଟି ଲୋକଙ୍କୁ ମୁଖ୍ୟମନ୍ତ୍ରୀ ନିଜ ପରିବାର ବୋଲି ଭାବନ୍ତି । ତେଣୁ ପରିବାରର ପ୍ରତ୍ୟେକ ଲୋକଙ୍କ ସ୍ୱାସ୍ଥ୍ୟର ସୁରକ୍ଷା ପାଇଁ ନବୀନ ପଟ୍ଟନାୟକ ବିଏସକେୱାଇ ଯୋଜନା ଆରମ୍ଭ କରିଛନ୍ତି । ପ୍ରତି ମାସରେ ଦୁଇ ଲକ୍ଷ ଲୋକ ଏହି ଯୋଜନାରୁ ଉପକୃତ ହେଉଛନ୍ତି । ଏବାବଦରେ ସରକାର ୨୫୦ କୋଟି ଟଙ୍କା ପ୍ରତି ମାସରେ ଖର୍ଚ୍ଚ କରୁଛନ୍ତି । ଯେଉଁମାନଙ୍କ ପାଖରେ ବିଏସକେୱାଇ କାର୍ଡ ନାହିଁ ସେମାନେ ନବୀନ କାର୍ଡ ପାଇଁ ଆବେଦନ କରିବାକୁ ପରାମର୍ଶ ଦେଇଛନ୍ତି ଫାଇଭ ଟି ଅଧ୍ୟକ୍ଷ ।
ଯୋଗାଯୋଗ ବ୍ୟବସ୍ଥାରେ ଲକ୍ଷ୍ମୀ ବସ ସେବା ଏକ ନୂଆ ଅଧ୍ୟାୟ ସୃଷ୍ଟି କରିଛି । ଗାଁ ସହ ଯୋଡି ହୋଇଛି ବ୍ଲକ । ଆସନ୍ତାମାସରୁ କେନ୍ଦୁଝରରେ ଏହି ସେବା ଆରମ୍ଭ ହେବ । ମାତ୍ର ୫ ଟଙ୍କାରେ ମହିଳା ଓ ଛାତ୍ରଛାତ୍ରୀ ଯାତାୟତ କରିପାରିବେ। ସେହିଭଳି ଆମ ବ୍ୟାଙ୍କ ଯୋଜନାରେ ବ୍ୟାଙ୍କ ନଥିବା ସବୁ ପଂଚାୟତରେ ବ୍ୟାଙ୍କ ଖୋଲିବ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button