ଅପରାଧରାଜ୍ୟ

କାହା ସ୍ୱାର୍ଥରେ ଚଡେଇଧରା ପ୍ରସ୍ତାବିତ ଠିପି ଖୋଲା ମଦ ଦୋକାନ:ସ୍ଥାନୀୟ ଲୋକଙ୍କ ଭୟଙ୍କର ବିରୋଧ :ଶ୍ରମିକ ସଂଘ ର ଅଭିଯୋଗ ପରେ ତଦନ୍ତ କଲେ ଜିଲ୍ଲା ଅବକାରୀ ନିରୀକ୍ଷକ

ଯାଜପୁର:ଧର୍ମଶାଳା
(IBN ଓଡିଶା):-ମଦ ପାଇଁ ଜୀବନ ଯାଉଛି। ମଦ ପାଇଁ ପରିବାର ମଧ୍ୟ ଉଜୁଡ଼ିଯାଉଛି।କେତେବେଳେ ଯୁବ ସମାଜ ପଥଭ୍ରଷ୍ଟ ହେଉଛି ତ ପୁଣି କେତେବେଳେ ମଦ ପାଇଁ ଅକାଳ ମୃତୁ ହେଉଥିବା ବେଳେ ତଥାପି ମଦକୁ ବନ୍ଦ କରିବା ବଦଳରେ ଗୋଟିଏ ପରେ ଗୋଟିଏମଦ ଦୋକାନ ଖୋଲି ବାହାଦୁରୀ ନେଉଛନ୍ତି ରାଜ୍ୟ ସରକାର।ତେବେ ଆମେ କହୁଚୁ ଯାଜପୁର ଜିଲ୍ଲା ଧତ୍ମସାଲା ତହସିଲ ଅଧିନ ରେ ଥିବା ମଧୂପୂରଗଡ ପଞ୍ଚାୟତ ରଗଡିପଶି ଠାରେ ଏକ ବିଦେଶୀ ଠିପି ଖୋଲା ପ୍ରସ୍ତାବିତ ମଦ ଦୋକାନ ଖୋଲିବାକୁ ଥିବା ବେଳେ ଯାହାକୁ ଗ୍ରାମବାସୀ ମାନେ ଆଜକୁ ଦୀର୍ଘ ଦିନ ହେବ ବିରୋଧ କରି ଅଭିଯୋଗ କରି ଆସୁଛନ୍ତି।ସୂଚନା ଥାଉକି ଧର୍ମଶାଳା ଅବକାରୀ ଅଧିନ ରେ ଥିବା ଚଡେଇଧର ଛକ ରେ ଜ୍ୟୋତି ହୋଟେଲ ଆଣ୍ଡ ରେଷ୍ଟୁରାଣ୍ଟ ସରକାରୀ ଠିପି ଖୋଲା ମଦ ଦୋକାନ ଖୋଲିବାକୁ ପ୍ରସ୍ତାବ ରହିଛି ।ଏନେଇ ଗତ ମାସ ୨୭ତାରିଖ ରୁ ବିଜ୍ଞପ୍ତି ଜାରି ହୋଇଛି।ଯାହା ଅଦ୍ୟାବଧି ପଂଚାୟତ ର କୌଣସି ସ୍ଥାନରେ ଲାଗି ନାହିଁ।ଯାହାକି ନୋଟିସ୍ ଲାଗିବା ବିଳମ୍ବ ପଛରେ କୁଆଡେ ମଦ ମାଫିଆ ଙ୍କ ହାତ ରହିଛି।ସୂଚନା ମୁତାବକ ଜିଲ୍ଲା ଅବକାରୀ କାର୍ଯ୍ୟାଳୟ ଯାଜପୁର ପତ୍ର ସଂଖ୍ୟା-୧୪୯୩/୨୨ ଓ ପରିପତ୍ର ସଂଖ୍ୟା-୧୪୯୪/୨୨ରେ ଜିଲ୍ଲାର ମଧୁପୁରଗଡ ପଂଚାୟତ ର ରଗଡିପଶି ମୌଜା ର ଖାତା ନମ୍ବର ୪୧୯/୧୨୭ ର ୪୦୪ଥାନା ଜେନାପୁର ଠାରେଏକ ମଦ ଦୋକାନ ଖୋଲିବାକୁ ପ୍ରସ୍ତାବ ରଖାଯାଇଥିବା ବେଳେ ଯାହାକୁ ନେଇ କିଛି ଦିନ ହେବ ସ୍ଥାନୀୟ ଲୋକେ ଘୋର ବିରୋଧ କରି ଆସୁଛନ୍ତି।
ଆଉ ଏ ନେଇ ଜିଲ୍ଲା ପାଳ ଙ୍କୁ ମଧ୍ୟ ଲିଖିତ ଆକାରରେ ମା ତାରିଣୀ ଶ୍ରମିକ ସଂଘ ତରଫରୁ ଅଭିଯୋଗ କରିଥିଲେ।ଆଉ ଯାହାର ତଦନ୍ତ ଗତକାଲି ସୋମବାର କରିଛନ୍ତି ଜିଲ୍ଲା ଅବକାରୀ ନିରୀକ୍ଷକ। ଘଟଣା ସ୍ଥଳରେ ଶତାଧିକ ଲୋକ ଏହାକୁଘୋର ବିରୋଧ କରିବା ସହିତ ଏହା ହେଲେ ସ୍ଥାନୀୟ ଅଞ୍ଚଳରେ ଗରିବ ବଢ଼ିଯିବା ସହ ଯୁବକ ମାନେ ପଥ ଭ୍ରଷ୍ଟ ହେବେ ବୋଲି ସୂଚାଇ ଦେଇଛନ୍ତି। ଏମିତି କି ଅଭିଯୋଗ କାରୀ ଙ୍କ କହିବା କଥା ଦୈନିକ ମଦ ପିଇ ଘରକୁ ଯିବା ପରେ ନିଜ ର ସ୍ତ୍ରୀ ଆଉ ପିଲା ଛୁଆ ଙ୍କ ସହ ଗଣ୍ଡଗୋଳ ମଧ୍ୟ ହେଉଛି।ଏମିତିକି ମଦ ପିଇ କାଉଣ୍ଟର ରୁ ଫେରିବା ବାଟରେ ଦୁର୍ଘଟଣା ରେ କଉ ମା ତା ପୁଅ କୁ ହରାଉଛି, ତ କଉ ସ୍ତ୍ରୀ ତା ସ୍ବାମୀ କୁ ହରାଉଛି।ତେବେ ନିକଟରେ ସ୍ଥାନୀୟ କଲେଜ ସହିତ ଏକ ସ୍କୁଲ ଓ ଧାର୍ମିକ ଅନୁଷ୍ଠାନ ଥିବା ବେଳେ କିପରି ଏଠି ମଦ ବାର ଖୋଲିବାକୁ ଅନୁମତି ମିଳିଛି ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି।
ସବୁ ଠୁ ବଡ କଥା ହେଉଛିକି ବିରୋଧ କରୁଥିବା ଲୋକମାନେ ରୁଣ୍ଡିଭୂତ୍ ହୋଇ ଏହାକୁ ବିରୋଧ କରିଥିବା ବେଳେ ସପକ୍ଷରେ ଦସ୍ତଖତ କରିଥିବା ଲୋକମାନେ ଆସିନଥିଲେ। ତେବେ ଚଂଚକତା କରି ପଛରେ ଦସ୍ତଖତ ଦେଇ ସଲାସୂତରାରେ ମଦ ଦୋକାନ ଖୋଲିବାକୁ ବିଭାଗୀୟ ଅଧିକାରୀ ଓ ମଦ ମାପିଆଙ୍କ ମଧ୍ୟରେ ଅଘୋଷିତ ଚୁକ୍ତି ହୋଇଥିବା ଶୁଣିବାକୁ ମିଳୁଛି। ଜିଲ୍ଲାପାଳ ଏହା କୁ ଭଲ ଭବରେ ଅନୁଧ୍ୟାନ କରିବା ସହିତ ଉଚ୍ଚ ସ୍ତରୀୟ ତଦନ୍ତ କରି ତୁରନ୍ତ ଉକ୍ତ ସ୍ଥାନରୁ ମଦ ଦୋକାନ ପ୍ରସ୍ତାବ କୁ ଖାରଜ କରନ୍ତୁ ବୋଲି ସ୍ଥାନୀୟ ଅଞ୍ଚଳବାସୀ ଦାବି କରିଛନ୍ତି।

©IbnOdisha

Related Articles

Leave a Reply

Your email address will not be published. Required fields are marked *

Back to top button