ଲାଜକୁଳୀ ଲତାର ଚମତ୍କାରୀ ଫାଇଦା ! ଆଗରୁ କେବେ ବି ଜାଣି ନଥିବେ ଆପଣ
ଛୋଟ ପିଲାମାନେ ଏହାକୁ ଦେଖିଲ ମାତ୍ରକେ ଯାଇକି ଏହାକୁ ଚୁଇ ନିଅନ୍ତି । କାରଣ ସେମାନେ ଏହା କ’ଣ ସ୍ପର୍ଶ କରିଲା ମାତ୍ରେ ଲାଜ କରି ଚୁପି ଯାଉଛି ଏହା ଜାଣିବାରେ ବହୁତ ଉଛୁକ ହୋଇଥାନ୍ତି । କିନ୍ତୁ କଣ ଆପଣମାନେ ଜାଣିଛନ୍ଥି ଏହି ଲାଜକୁଳୀ ଲତା ଔଷଧ ଗୁଣରେ ଭରପୁର ହୋଇଥାଏ । ଯଦି କାହାକୁ ସାପ କାମୁଡି ଦେଇଥାଏ । ତେବେ ଏହା ସେମାନକ ପାଇଁ ରାମବାଣ ଅଟେ । ତୁରନ୍ତ ଏହା ସେହି ସ୍ଥାନରେ ଔଷଧ ଭାବେ କାମକରିଥାଏ । ଡାଇବେଟିସ ହେଇଥିବା ବ୍ୟକ୍ତି ପାଇଁ ମଧ୍ୟ ଏହା ଉପକାରୀ ଅଟେ ।
ଏହା ଗୋଲାପ ରଙ୍ଗ , ହଳଦିଆ ରଙ୍ଗ ଏବଂ ବାଇଗେଣୀ ରଙ୍ଗ ଏଭଳି ଏହି ଲତା ଚାରି ହଜାର ପ୍ରକାରର ରହିଥାନ୍ତି । ଏହି ଲତାର ଯେଉଁ ମଞ୍ଜି ରହିଥାନ୍ତି ଏହାକୁ ଏକତ୍ରିତ କରି ଏହାର ମିଶ୍ରଣ ପ୍ରସ୍ତୁତ କରାଯାଇଥାଏ । ଏହି ପାଉଡର କୁ ଯଦି ଆମେ ଏକ ଗ୍ଳାସ କ୍ଷୀର ରେ ଦୁଇ ଗ୍ରାମ ମିଶେଇକି ଏହାକୁ ସେବନ କରିବା ଦ୍ଵାରା ଏହା ଶାରୀରିକ ଦୁବଳତାକୁ ସୁସ୍ଥ କରେ । ଏତ ବ୍ୟତିତ ଯଦି ଏହାର ଚେର କୁ ବାହାର କରି ଭଲଭାବରେ ପରିଷ୍କାର କରି ଏହାର କାଡା ବନେଇ ତିନି ଥର ସେବନ ଦ୍ଵାରା ଆମ ହାଡ ମଜବୁତ ହୋଇଥାଏ । ଏବଂ ଯାହାର ଦାନ୍ତ ସମସ୍ୟା , କୁଡ଼େଇହେବା ,ଚର୍ମ ରୋଗ ହେଉ ଏହି ସମସ୍ତ ବିଷୟ ପାଇଁ ମଧ୍ୟ ଏହାକୁ ବ୍ୟବହାର କରାଯାଇଥାଏ । ତେଣୁ କରି ଏହି ଲାଜକୁଳୀ ଲତାକୁ ଆମ ଘରର ବଗିଚାରେ ଲଗେଇବା ଉଚିତ । ଏହା ଦ୍ଵାରା ଆମେ ବହୁତ ପ୍ରକାର ଉପକାରିତା ପାଇଥାଉ ।