ରାଜନୀତି

ବେଦାନ୍ତ ପ୍ରସଙ୍ଗରେ ସରକାରଙ୍କୁ ନରସିଂହଙ୍କ ଭର୍ତ୍ସନା – Ibnodisha

[ad_1]

ଭୁବନେଶ୍ବର : ବିଧାନସଭା ବଜେଟ୍ ଅଧିବେଶନରେ ବେଦାନ୍ତ ତାତି। ମଙ୍ଗଳବାର ବିଧାନସଭା ଶୂନ୍ୟକାଳରେ ବେଦାନ୍ତ ଜମି ହଡ଼ପ ପ୍ରସଙ୍ଗ ଉଠାଇ ଗୃହରେ ଧାରଣା ଦେଇଥିଲେ କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର। ଯାହାପରେ ବାଚସ୍ପତି ଗୃହକୁ ଅପରାହ୍ନ ୪ଟା ଯାଏଁ ମୁଲତବୀ ଘୋଷଣା କରିଛନ୍ତି। ତେବେ ମଙ୍ଗଳବାର ଆରମ୍ଭରୁ ଗୃହରେ ପ୍ରଶ୍ନକାଳ ସ୍ୱାଭାବିକ ଥିଲା, ହେଲେ ଶୂନ୍ୟକାଳରେ ବେଦାନ୍ତ ଜମି ହଡ଼ପ ପ୍ରସଙ୍ଗ ଉଠାଇଥିଲେ ନରସିଂହ ମିଶ୍ର । ବାଚସ୍ପତିଙ୍କ ରୁଲିଂ ଦାବି ସହ ସରକାରଙ୍କୁ ଭିଜିଲାନ୍ସ ତଦନ୍ତ ପାଇଁ ନିର୍ଦ୍ଦେଶ ଦେବା ପାଇଁ ଦାବି କରିଥିଲେ ନରସିଂହ। ହେଲେ ଅନୁଧ୍ୟାନ କରିବା ପରେ ବାଚସ୍ପତି କହିବାରୁ ଅସନ୍ତୋଷ ପ୍ରକାଶ କରି ଧାରଣା ଦେଇଥିଲେ ନରସିଂହ ମିଶ୍ର, ଯାହା ପରେ ବାଚସ୍ପତି ଗୃହକୁ ମୁଲତବୀ ଘୋଷଣା କରିଥିଲେ । ନରସିଂହ ମିଶ୍ର ଅଭିଯୋଗ କରିଛନ୍ତି, ନିର୍ଦ୍ଦିଷ୍ଟ କମ୍ପାନୀ ଉପରେ ଅହେତୁକ ଅନୁକମ୍ପା ଦେଖାଉଛନ୍ତି ସରକାର। ଲୋକପାଳ, ହାଇକୋର୍ଟ ଏବଂ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ବି ରାଜ୍ୟ ସରକାର କୌଣସି କାର୍ଯ୍ୟାନୁଷ୍ଠାନ ନେଉନାହାନ୍ତି। ରାଜ୍ୟ ସରକାର ନିଜେ ବେଦାନ୍ତ ପାଇଁ ୪ ଲେନ୍ ରୋଡ୍ କରିବେ ବୋଲି ଚୁକ୍ତି କରିଥିଲେ, ସବୁ ଟିକସ ମଧ୍ୟ ଛାଡ କରିଛନ୍ତି। ବିଜେପ-ବିଜେଡିର ଯେତେବେଳେ ମିଳିତ ମନ୍ତ୍ରୀମଣ୍ଡଳ ଥିଲା, ସେହି ସମୟରେ ବେଆଇନ ଭାବରେ ଅହେତୁକ ଅନୁକମ୍ପା ପଦର୍ଶନ କରି ୧୫ ହଜାର ଏକର ଜମି ପ୍ରଜାମାନଙ୍କର ଏବଂ ଜଗନ୍ନାଥ ମହାପ୍ରଭୁଙ୍କର ହସ୍ତାନ୍ତର କରିଥିଲେ ବେଦନ୍ତ କମ୍ପାନୀକୁ । ଯେଉଁ କମ୍ପାନୀ ସାରା ପୃଥିବୀରେ ନିନ୍ଧୀତ ,ଭାରତ ବାହାରେ ମଧ୍ୟ ବିଭିନ୍ନ ଦେଶମାନେ ଟିପ୍ପଣୀ ଦଇଛନ୍ତି ଏବଂ ତାଙ୍କ ଦେଶରେ ଏହି କମ୍ପାନୀକୁ ଶୀଳ୍ପ ପ୍ରତିଷ୍ଠା କରିବାକୁ ମନା କରିଛନ୍ତି । ହାଇକୋର୍ଟ ରେ ଲୋକପାଳ ଥିଲେ ସେ ଭର୍ତ୍ସନ କରିଥିଲେ । ସେ ନିର୍ଦ୍ଦେଶ ଦେଇଥିଲେ ତଦନ୍ତ କରିବ ପାଇଁ ଗୋଟେ କମିଟି କରାଯାଉ ବୋଲି । ଯେଉଁମାନେ ଅହେତୁକ ଅନୁକମ୍ପା , ବେଆଇନ କାମ କରିଛନ୍ତି ଓ ତରଭରିଆ ଭାବର ସବୁ କାମ କରିଛନ୍ତି ତପରେ ହଇକୋର୍ଟ କୁ ଗଲେ ହାଇକୋର୍ଟ ମଧ୍ୟ ସେହିଭଳି ମନ୍ତବ୍ୟ ଦେଲେ ଓ କହିଲେ ଏ ଯେଉଁ ଜମି ଅଧିଗ୍ରହଣ କରାଯାଇଛି ତାକୁ ନାକଜ କରାଯାଉ । ନାକଜ କରାଯାଇ ସବୁ ଜମିକୁ ଫେରାଇ ଦିଆଯାଉ । ଚାଷିମାନଙ୍କୁ  ଓ ଜଗନ୍ନାଥ ମହାପ୍ରଭୁଙ୍କୁ ତାଙ୍କ ଜମି ଫେରାଇ ଦିଆଯଉ । ଏହା ବିରୁଦ୍ଧରେ ସୁପ୍ରିମକୋର୍ଟ ଗଲା କମ୍ପାନୀ, ଓଡିଶା ସରକାର ବି ଗଲା । ସୁର୍ପିମକୋର୍ଟ ଆହୁରି କଠୋର ଭଷାରେ  ଜମି ଫେରାଇ ଦିଆଯଉ । ଏହା ବିରୁଦ୍ଧରେ ସୁପ୍ରିମକର୍ଟ ଗଲା କମ୍ପାନୀ, ଓଡିଶା ସରକାର ବି ଗଲା । ସୁର୍ପିମକୋର୍ଟ ଆହୁରି କଠୋର ଭଷାରେ ଭର୍ତ୍ସନା କଲେ ସରକାରଙ୍କୁ ଅହେତୁକ ଅନୁକମ୍ପା ଦେଖାଇଛନ୍ତି ବୋଲି ସୁପ୍ରିମକୋର୍ଟ ମଧ୍ୟ କହିଲେ ।  ତରଭରିଆ ଭାବର କାମ ହୋଇଛି ଓ ବେଆଇନ ଭାବରେ ବୋଲି ମଧ୍ୟ କହିଲେ । ସୁପ୍ରିମକୋର୍ଟଙ୍କ ଟିପ୍ପଣୀ ଉପରେ ଅପରାଧୀକ ମାମଲା କରିବା ଉଚିତ୍ । ଜମି ଫେରାଇବା କଥା । କିନ୍ତୁ ଦିର୍ଘ ଦିନ ହେଲା ସୁପ୍ରିମକୋର୍ଟଙ୍କ ଆଦେଶ କାର୍ଯ୍ୟକାରୀ ହୋଇନାହିଁ । ତେବେ ସରକାର ଏହି ସଂସ୍ଥାକୁ କାହିଁକି ଏତେ ଅନୁକମ୍ପା ଦେଖାଇଲେ ବୋଲି ସେ ପ୍ରଶ୍ନ କରିଛନ୍ତି।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button