ରାଜ୍ୟ

ଯୌତୁକ ପାଇଁ ନବବଧୂର ହାତ ଭାଙ୍ଗିଲେ ଶ୍ୱଶୁର ଘର ଲୋକେ – Ibnodisha

[ad_1]

ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ସୋର ଥାନା ଅନ୍ତର୍ଗତ ପୋଡାଡିହା ଗାଁରେ ଘଟିଛି ଅଭାବନୀୟ ଘଟଣା । ଯୌତୁକ ପାଇଁ ନବବଧୂର ହାତ ଭାଙ୍ଗିଲେ ଶ୍ୱଶୁର ଘର ଲୋକେ । ତେବେ ଉଛନ ଅନୁଯାୟୀ,ବିବାହ ପରେ ୧୦ ଲକ୍ଷ ଟଙ୍କା ଓ ଏକ ଦାମୀ କାର ଆଣିବାକୁ ଦାବି କରୁଥିଲେ ଶ୍ୱଶୁର ଘର ଲୋକେ। ସୋର ପୌରାଞ୍ଚଳ ଟ୍ରେଜେରୀ କଲୋନୀର ମନୋଜ କୁମାର ପ୍ରଧାନଙ୍କ ଝିଅ ମେଘନା ପ୍ରଧାନଙ୍କର ବାହାନଗା ବ୍ଲକ ପୁରାଡ଼ିହା ଗାଁର ସୁବାସ ଜେନାଙ୍କ ପୁଅ ତ୍ରିଲୋକ୍ୟ ଜେନାଙ୍କ ସହ ଗତ ୮ ମାସ ତଳେ ବିବାହ ହୋଇଥିଲାl ବିବାହ ପରେ କିଛି ଦିନ ହେବ ମେଘନା ବାପ ଘରୁ ବୁଲିବାକୁ ଯାଇଥିଲେ। ଗତକାଲି ସେ ଶାଶୁ ଘରକୁ ଫେରିଥିଲେ।ଯୌତୁକ ପାଇଁ ଶାଶୁ ଘର ଲୋକ ତାଙ୍କ ସହ ଝଗଡ଼ା କରିଥିଲେ। ପରେ ଶାଶୁ, ଶ୍ୱଶୁର ଓ ନଣନ୍ଦ ମିଶି ମେଘନାଙ୍କ ହାତ ଭାଙ୍ଗିଦେଇଥିବା ଅଭିଯୋଗ ହୋଇଛି। ମେଘନା ବର୍ତ୍ତମାନ ସୋର ଡାକ୍ତରଖନାରେ ଚିକିତ୍ସାଧୀନ ଅଛନ୍ତି। ଏନେଇ ମେଘନା ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ଘଟଣାର ତଦନ୍ତ କରୁଛି।ମେଘନା କହିଛନ୍ତି, ଗତକାଲି ମୁଁ ବାପ ଘରୁ ଫେରିଲା ପରେ ଶାଶୁ, ଶ୍ୱଶୁର ଓ ନଣନ୍ଦ ଶାବଳରେ ବାଡ଼େଇବାକୁ ଉଠାଇଥିଲେ। ମୁଁ ଶାବଳକୁ ହାତରେ ଧରିପକାଇଥିଲି। ମୋ ହାତରେ ଆଘାତ ଲାଗିଥିଲା। ଶାଶୁ ଘର ଲୋକେ ଛାଡ଼ପତ୍ର ଦେବାକୁ ବାଧ୍ୟ କରୁଛନ୍ତି। ଏହାସହ ଯୌତୁକ ପାଇଁ ଦାବି କରୁଛନ୍ତି। ମୋ ସ୍ୱାମୀ ମଧ୍ୟ ମୋତେ ଗାଳିଗୁଲଜ କରୁଛନ୍ତି। ଅନ୍ୟପକ୍ଷରେ ମେଘନାଙ୍କ ଅଭିଯୋଗକୁ ଖଣ୍ଡନ କରିଛନ୍ତି ତାଙ୍କ ଶ୍ୱଶୁର। ସେ କହିଛନ୍ତି, ଏହା ସମ୍ପୂର୍ଣ୍ଣ ମିଛ କଥା। ମୋ ବୋହୂ ଜଣେ ମାନସିକ ରୋଗୀ। ସେ ମେଡିସିନ ଖାଉଛନ୍ତି।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button