ଦେଶ

ଜଷ୍ଟିସ୍ ଏଏମ ଖାନୱିଲକର ହେବେ ଦେଶର ନୂଆ ଲୋକପାଳ – Ibnodisha

[ad_1]

ନୂଆଦିଲ୍ଲୀ: ଦେଶର ନୂଆ ଲୋକପାଳ ହେବେ ଜଷ୍ଟିସ୍ ଏଏମ ଖାନୱିଲକର । ଜଷ୍ଟିସ୍ ଏଏମ ଖାନୱିଲକର ନିଯୁକ୍ତ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସୁପ୍ରିମକୋର୍ଟର ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ ଏବଂ ବିପକ୍ଷ ନେତା ଅଧିକ ରଞ୍ଜନ ଚୌଧୁରୀ ମୋହର ମାରି ସାରିଥିବା ନେଇ ସୂଚନା ରହିଛି । ଗତକାଲି ବସିଥିବା ଏକ ଉଚ୍ଚସ୍ତରୀୟ ବୈଠକରେ ନୂତନ ଲୋକପାଳଙ୍କୁ ନିଯୁକ୍ତି ମିଳିଛି । ଗତ ମେ ମାସରୁ ଉକ୍ତ ପଦ ଖାଲି ପଡିଥିଲା ଯାହାର ଦାୟିତ୍ୱ ବର୍ତ୍ତମାନ ଜଷ୍ଟିସ୍ ଏଏମ ଖାନୱିଲକର ନେବେ । ଅଜୟ ମାଣିକରାଓ ଖାନୱିଲକର ୨୦୨୨ ମସିହା ଜୁଲାଇ ୨୯ରେ ଅବସର ନେଇଥିଲେ। ତାଙ୍କ ଦ୍ୱାରା ଗଠିତ ପୀଠ ମନି ଲଣ୍ଡରିଂ ଆକ୍ଟ  ଅଧିନିୟମରେ ସଂଶୋଧନ କରିଥିଲେ। ଇଡି ପକ୍ଷରୁ ଜାରି ହେଉଥିବା ସମନ, ତଲାସୀ, ସିଜ୍‌, ରେଡ୍‌କୁ ଏହି ପୀଠ ଠିକ୍‌ ବୋଲି ଦର୍ଶାଇଥିଲେ। ସେହିପରି ଗୁଜୁରାଟ ଦଙ୍ଗାରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ କ୍ଲିନ୍ ଚିଟ୍ ମଧ୍ୟ ଅଜୟ ମାଣିକରାଓ ଖାନୱିଲକରଙ୍କ ଦ୍ୱାରା ଗଠିତ ଖଣ୍ତପୀଠ ଦେଇଥିଲା ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button