IBN ଓଡ଼ିଶା ବ୍ୟୁରୋ

ଶରୀରରେ କୋଲେଷ୍ଟ୍ରଲ ବଢ଼ିଲେ ଦେଖାଯାଏ ଏହିସବୁ ଲକ୍ଷଣ, ଜାଣନ୍ତୁ କଣ ସେସବୁ

ଆଜିର ସମୟରେ ଲୋକଙ୍କ ଶରୀରରେ କୋଲେଷ୍ଟ୍ରଲ ମାତ୍ରା ବଢ଼ୁଥିବାରୁ ବିଭିନ୍ନ ସମସ୍ୟାର ସାମ୍ନା କରିବାକୁ ପଡ଼ିଥାଏ। କୋଲେଷ୍ଟ୍ରଲ ଆପଣଙ୍କ ଶରୀରରେ ଜମା ହୋଇଥିବା ଏକ ମମି ପଦାର୍ଥ ଅଟେ। ଶରୀରରେ କୋଲେଷ୍ଟ୍ରଲ ମହଜୁଦ ରହିବା ସ୍ୱାସ୍ଥ୍ୟ ପାଇଁ ଉପଯୁକ୍ତ ହୋଇଥାଏ କିନ୍ତୁ ଏହା ଶରୀରରେ ଅଧିକ ହେବା କ୍ଷତିକାରକ ସାବ୍ୟସ୍ତ ହୋଇଥାଏ। ସେହିପର ହାଇ କୋଲେଷ୍ଟ୍ରଲ ନର୍ଭସ ସିଷ୍ଟମ ହାର୍ଟକୁ ସର୍ବାଧିକ ପ୍ରଭାବିତ କରିଥାଏ। ଆଜି ଆପଣଙ୍କ ପାଇଁ ଏମିତି ସୂଚନା ନେଇଆସିଛୁ ଯାହାକି ଆପଣଙ୍କୁ ସତର୍କ କରାଇଦେବ।

ଛାତିରେ ଯନ୍ତ୍ରଣା:-

ଶରୀରରେ ଅତ୍ୟଧିକ ମାତ୍ରାରେ କୋଲେଷ୍ଟ୍ରଲ ବଢ଼ିବା ଦ୍ୱାରା ଛାତିରେ ଯନ୍ତ୍ରଣା ଦେଖା ଦେଇଥାଏ। ଆପଣଙ୍କ ଛାତିର ଯନ୍ତ୍ରଣା କିଛି ଦିନ ବା କିଛି ସମୟ ପର୍ଯ୍ୟନ୍ତ ମହଜୁଦ ରହିଥାଏ। ଛାତିର ଯନ୍ତ୍ରଣା ଅତ୍ୟଧିକ ଗମ୍ଭୀର ହୋଇଥାଏ। କେତେଥର ଏହା ହାର୍ଟଆଟାକ ମଧ୍ୟ କରିପାରେ। ଏହାସହ ପାଦରେ ମଧ୍ୟ ଯନ୍ତ୍ରଣା ଅନୁଭବ ହୋଇଥାଏ।

ଗୋଡ଼ରେ ଯନ୍ତ୍ରଣା:-

କେତେଥର ଗୋଡ଼ରେ ଯନ୍ତ୍ରଣା ମଧ୍ୟ ହାଇ କୋଲେଷ୍ଟ୍ରଲର ଏକ ଲକ୍ଷଣ ହୋଇଥାଏ। ଏହାସହ କୌଣସି କାମକୁ କରିବା ସମୟରେ ଥକିଯିବା, ଅଳସୁଆ ଅନୁଭୂତ ହେବା, ଏହାସବୁ ହାଇ କୋଲେଷ୍ଟ୍ରଲର ଲକ୍ଷଣ ଅଟେ।

ଓଜନ ବଢ଼ିବା:-

ଲଗାତାର ଓଜନ ବଢ଼ିବା ହାଇ କୋଲେଷ୍ଟ୍ରଲର ସମ୍ଭାବନାକୁ ବଢ଼ାଇ ଦେଇଥାଏ। ଯଦି ଆପଣଙ୍କ ଓଜନ ଲଗାତାର ବଢୁଛି ଓ ଛାତିରେ ମଧ୍ୟ ଯନ୍ତ୍ରଣା ଅନୁଭୂତ ହେଉଛି ତାହେଲେ ଆପଣ ନିହାତି ରୂପରେ କୋଲେଷ୍ଟ୍ରଲ ଲେଭେଲକୁ ଚେକ କରାଇ ନିଅନ୍ତୁ।

ଝାଳ ବାହାରିବା:-

ଶରୀରରୁ ଝାଳ ନିର୍ଗତ ହେବା ଏକ ସାଧାରଣ କଥା ଅଟେ କିନ୍ତୁ ଯଦି କାହା ଶରୀରରୁ ନିୟମିତ ଝାଳ ବୋହୁଛି ତାହେଲେ ଏହା ଗମ୍ଭୀର ସମସ୍ୟା ଉପୁଜାଇ ପାରେ। ଅତ୍ୟଧିକ। ବ୍ଲଡ଼ ସୁଗାର ବଢିଲେ ବି ଶରୀରରୁ ଝାଳ ନିର୍ଗତ ହୁଏ। ଏଥିପାଇଁ ଆପଣଙ୍କୁ କୋଲେଷ୍ଟ୍ରଲ ଯାଞ୍ଚ କରିବା ଉଚିତ।

ଆଖି ପାଖରେ ହଳଦିଆ ରଙ୍ଗ:-

କୋଲେଷ୍ଟ୍ରଲ ଲେଭେଲ ବଢ଼ିବା ଦ୍ୱାରା ଦୁଇ ଆଖି ଚାରିପଟେ xanthelasma ଲକ୍ଷଣ ଦେଖାଦିଏ। ଏଥିରେ ଆଖି ଚାରିପଟେ ହଳଦିଆ ରଙ୍ଗ ଦେଖାଦିଏ। ଏହା ତ୍ୱଚା ତଳେ ଜମି ରହିଥିବା କୋଲେଷ୍ଟ୍ରଲ ଯୋଗୁଁ ହୋଇଥାଏ।

କୁହାଯାଏ ଯେଉଁ ବ୍ୟକ୍ତିର ଶରୀରରେ କୋଲେଷ୍ଟ୍ରଲ ଲେଭେଲ ବଢ଼ିଥାଏ ତାଙ୍କ ଠାରେ ଏମିତି ସ୍ଥିତି ଦେଖା ଦେଇଥାଏ। ଏହିପରି ଲକ୍ଷଣକୁ ଦେଖି ସତର୍କ ରୁହନ୍ତୁ।

ଆଖି ଡୋଳାରେ ଦାଗ ବସିବା:-

କୋଲେଷ୍ଟ୍ରଲ ମାତ୍ରା ଶରୀରରେ ଅଧିକ ହେଲେ ଆଖି ଚତୁଃପାର୍ଶ୍ବରେ ହଳଦିଆ କିମ୍ବା ନୀଳ ବା ଲାଲ ରଙ୍ଗର ଦାଗ ଲାଗିଯାଏ। ଏହି ସ୍ଥିତି କାର୍ଣ୍ଣିଆ ଉପରେ କିମ୍ବା ତଳ ଭାଗରେ ଆରମ୍ଭ ହୋଇଥାଏ। ସମୟ ସମୟରେ ଏହା ବିଗିଡ଼ିବାକୁ ମଧ୍ୟ ଲାଗେ।

 

Related Articles

Leave a Reply

Your email address will not be published. Required fields are marked *

Back to top button