ଦେଶ

ଇମ୍ରାନ ଖାନଙ୍କୁ ୧୨ଟି ମାମଲାରେ ମିଳିଲା ଜାମିନ – Ibnodisha

[ad_1]

ଇସଲାମାବାଦ: ପାକିସ୍ତାନର ଏକ ଆତଙ୍କବାଦନିରୋଧୀ ଅଦାଲତ ଗତବର୍ଷ ମେ ମାସରେ ସାମରିକ ପ୍ରତିଷ୍ଠାନ ଉପରେ ହୋଇଥିବା ଆକ୍ରମଣ ସମ୍ବନ୍ଧୀୟ ୧୨ଟି ମାମଲାରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଓ ପୂର୍ବତନ ବୈଦେଶିକ ମନ୍ତ୍ରୀ ଶାହ ମେହମୁଦ କୁରେଶୀଙ୍କୁ ଜାମିନ ପ୍ରଦାନ କରିଛନ୍ତି। ପାକିସ୍ତାନ ନିର୍ବାଚନରେ ଇମ୍ରାନ ଖାନଙ୍କ ପିଟିଆଇ ସମର୍ଥିତ ସ୍ୱାଧୀନ ପ୍ରାର୍ଥୀମାନେ ଅଧିକାଂଶ ଆସନରେ ବିଜୟୀ ହୋଇଥିବା ବେଳେ ଅଦାଲତଙ୍କର ଏହି ରାୟ ଆସିଛି। ଇମ୍ରାନ ଖାନ ଏବଂ ତାଙ୍କ ପାକିସ୍ତାନ ତେହରିକ-ଏ-ଇନସାଫ (ପିଟିଆଇ)ର ଅନେକ ନେତାଙ୍କ ବିରୋଧରେ ମେ ୯ରେ ହୋଇଥିବା ହିଂସାକାଣ୍ଡରେ ଏକାଧିକ ମାମଲାରେ ବିଚାର ଚାଲିଛି। ଇମ୍ରାନ ଖାନଙ୍କୁ ଇସଲାମାବାଦରେ ପାରାମିଲିଟାରି ରେଞ୍ଜର୍ସ ଗିରଫ କରିବା ପରେ ବିକ୍ଷୋଭ ଆରମ୍ଭ ହୋଇଥିଲା। ଏହି ହିଂସାକାଣ୍ଡରେ ରାଵଲପିଣ୍ଡିସ୍ଥିତ ସେନା ମୁଖ୍ୟାଳୟ ସମେତ ୨୦ରୁ ଅଧିକ ସାମରିକ ପ୍ରତିଷ୍ଠାନ ଓ ସରକାରୀ କୋଠା କ୍ଷତିଗ୍ରସ୍ତ ହୋଇଥିଲା। ଲାହୋରର କୋର କମାଣ୍ଡର ଅସ୍କରି ଟାୱାର, ଶାଦମାନ ଥାନା ଉପରେ ଆକ୍ରମଣ ହୋଇଥିବା ବେଳେ ଖାନଙ୍କ ଜମାନ ପାର୍କ ବାସଭବନ ବାହାରେ ପୁଲିସ କର୍ମଚାରୀଙ୍କୁ ଆକ୍ରମଣ କରାଯାଇଥିଲା। ହିଂସାକାଣ୍ଡ ପରେ ଇମ୍ରାନଙ୍କ ପିଟିଆଇ ସହ ଜଡ଼ିତ ଶତାଧିକ ବିକ୍ଷୋଭକାରୀଙ୍କୁ ଗିରଫ କରାଯାଇଥିଲା। ଏପ୍ରିଲ ୨୦୨୨ରେ ପ୍ରଧାନମନ୍ତ୍ରୀ ପଦରୁ ବହିଷ୍କୃତ ହେବା ପରଠାରୁ ପାକିସ୍ତାନ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ଏବଂ ତାଙ୍କ ଦଳର ଅନେକ ନେତା ବହୁ ମାମଲାର ସମ୍ମୁଖୀନ ହେଉଛନ୍ତି। ଗତବର୍ଷ ଅଗଷ୍ଟମାସରେ ଇମ୍ରାନଙ୍କୁ ତୋଷଖାନା ମାମଲାରେ ୩ ବର୍ଷ ଜେଲ୍ ଦଣ୍ଡାଦେଶ ହୋଇଥିଲା। ରାଷ୍ଟ୍ରୀୟ ଗୋପ ସାମାରିକ ପ୍ରତିଷ୍ଠାନ ଉପରେ ଆକ୍ରମଣ ପ୍ରସଙ୍ଗ ନୀୟତା ଲିକ୍ ଅଭିଯୋଗରେ ମଧ୍ୟ ତାଙ୍କୁ ଗିରଫ କରାଯାଇଥିଲା। ଏହି ମାମଲାରେ ତାଙ୍କୁ ୧୦ ବର୍ଷ ଜେଲ୍ ଦଣ୍ଡାଦେଶ ହୋଇଛି।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button