ଦେଶ

ପୁଣି ଆମେରିକାରେ ଆଉ ଜଣେ ଭାରତୀୟ ବଂଶୋଦ୍ଭବଙ୍କୁ ହତ୍ୟା – Ibnodisha

[ad_1]

ୱାସିଂଟନ: ଝଗଡ଼ା ସମୟରେ ବିପକ୍ଷ ବ୍ୟକ୍ତି ମୁଣ୍ଡକୁ ମାଡ଼ କରିବାରୁ ଆମେରିକାରେ ଜଣେ ୪୧ ବର୍ଷୀୟ ଭାରତୀୟ ବଂଶୋଦ୍ଭବ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ପୁଲିସ ରିପୋର୍ଟ ଅନୁଯାୟୀ, ଫେବ୍ରୁଆରି ୨ ତାରିଖ ରାତି ପ୍ରାୟ ୨ଟା (ଆମେରିକୀୟ ସ୍ଥାନୀୟ ସମୟ)ରେ ୱାସିଂଟନ ସହରର ଏକ ରେଷ୍ଟୁରାଣ୍ଟ ବାହାରେ ଏହି ଘଟଣା ଘଟିଥିଲା, ଯାହା ଚଳିତ ବର୍ଷ ଆମେରିକାରେ ଜଣେ ଭାରତୀୟ ଆମେରିକୀୟଙ୍କ ମୃତ୍ୟୁର ପଞ୍ଚମ ଘଟଣା। ମୃତ ବ୍ୟକ୍ତି ଜଣକ ହେଲେ ବିବେକ ଚନ୍ଦ୍ର ତନେଜା, ଯିଏ କି ଭର୍ଜିନିଆରେ ଜଣେ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ କାର୍ଯ୍ୟ କରୁଥିଲେ। ପୁଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିବା ପରେ ତନେଜା ଗୁରୁତର ଆହତ ହୋଇଥିବା ଦେଖିବାକୁ ପାଇଥିଲେ। ତାଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା, ଯେଉଁଠାରେ ଫେବ୍ରୁଆରି ୭ ତାରିଖରେ ତାଙ୍କର ମୃତ୍ୟୁ ହୋଇଯାଇଛି। ତନେଜାଙ୍କ ମୃତ୍ୟୁକୁ ହତ୍ୟା ବୋଲି ପୁଲିସ କହିଛି। ଏହି ଘଟଣାରେ କାହାରିକୁ ଗିରଫ କରାଯାଇ ନ ଥିବା ବେଳେ ସିସିଟିଭି ଫୁଟେଜକୁ ଆଧାର କରି ପୁଲିସ ସନ୍ଦିଗ୍ଧକୁ ଖୋଜୁଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ଜଣେ ଜଣେ ପରେ ଭାରତୀୟ ବଂଶୋଦ୍ଭବଙ୍କୁ ହତ୍ୟା ଆଲୋଡ଼ନ ସୃଷ୍ଟି କରିଛି।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button