ରାଜ୍ୟ

ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ ୩ ଗିରଫ – Ibnodisha

[ad_1]

ଭୁବନେଶ୍ୱର: ସାମ୍ୱାଦିକଙ୍କୁ ଆକ୍ରମଣ ଘଟଣାରେ ୩ ଜଣଙ୍କୁ ଗିରଫ କରିଛି ମଞ୍ଚେଶ୍ୱର ଥାନା ପୁଲିସ । ଗିରଫ ଅଭିଯୁକ୍ତମାନେ ହେଲେ ସଞ୍ଜୟ ନାୟକ (୨୨) ଘର ସହିଦ ନଗର ପଥର ବନ୍ଧ ବସ୍ତି, ସରତ ନାୟକ (୨୩) ଘର ନୟାଗଡ ଜିଲ୍ଲା ଓଡଗାଁ ଏବଂ ଚେତନ କୁମାର ପରିଡା(୨୪) ଘର ମଞ୍ଚେଶ୍ୱର । ସୂଚନା ମୁତବାକ ଗତ ଶନିବାର ରାତିରେ ସାମ୍ବାଦିକ ଜ୍ୟୋତି ରଞ୍ଜନ ନିଜ କାମ ସାରି ଘରକୁ ଫେରୁଥିବା ସମୟରେ ତାଙ୍କୁ ଦୁଇଟି ବାଇକରେ ୪ ଜଣ ଯୁବକ ପିଛା କରିଥିଲେ । ଏବଂ ତାଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ । ସେ ନରିହିବାରୁ ତାଙ୍କ ଗାଡିକୁ ଧକ୍କା ଦେବାରୁ ସେ ପଡିଯାଇଥିଲେ । ତା’ପରେ ସେଠାରେ ଜ୍ୟୋତିଙ୍କୁ ଅଶ୍ରାଭ୍ୟ ଭାଷାରେ ଗଳି କରିବା ସହ ଖଣ୍ଡାରେ ଚୋଟ ପରେ ଚୋଟ ମାରି ଚାଲିଥିଲେ ।

ଭାଗ୍ୟ ବସତହଃ ସେଠାରୁ ଖସି ଯାଇ ମଞ୍ଚେଶ୍ୱର ଥାନାରେ ହଞ୍ଚିଥିଲେ ଏବଂ ସେଠାରୁ କ୍ୟାପିଟାଲ ହପ୍ସିଟାଲ ପିସିଆରରେ ଯାଇଥିଲେ । ମିଳିଥିବା ସୂଚନା ମୁତାବକ ଶନିବାର ରାତିରେ ଭିଏସ୍‌ଏସ୍ ନଗର କଲ୍ୟାଣ ମଣ୍ଡପ ନିକଟରେ ଏକ ଜନ୍ମଦିନ ଭୋଜି ଚାଲିଥିଲା । ସେଠାରେ ଅଭିଯୁକ୍ତମାନେ ଆକ୍ରମଣର ମାଷ୍ଟର ପ୍ଲାନ୍ କରି ଥିଲେ । ପରେ ଅଭିଯୁକ୍ତମାନେ ସାମ୍ବାଦିକଙ୍କୁ ପିଛା କରି ମରଣାନ୍ତକ ଆକ୍ରମଣ କରିଥିଲେ । ତେବେ ଆକ୍ରମଣ ପଛରେ କଣ ରହିଛି କାରଣ ଏବେ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ପାରିନାହିଁ । କିନ୍ତୁ ଅଭିଯୁକ୍ତମାନେ ସଫେଇ ଦେଉଛନ୍ତି ଯେ ବାଇକ୍ ଓଭର୍ ଟେକ କରିବାକୁ ନେଇ ଆକ୍ରମଣ କରିଥିଲେ । ଏନେଇ ପୁଲିସ କହିଛି ତଦନ୍ତ ଜାରି ରହିଛି ଆକ୍ରମଣ ପଛର ପ୍ରକୃତ କାରଣ କଣ ବହୁତ ଶୀଘ୍ର ଜଣା ପଡିବ । ତାସହ ଫେରାର ଅଭିଯୁକ୍ତଙ୍କୁ ଖୁବ୍ ଶୀଘ୍ର ଗିରଫ କରାଯିବା ନେଇ ପୁଲିସ କହିଛି।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button