ଦେଶ

ଚାଷୀଙ୍କ ଧାରଣା ଯୋଗୁ ଦିଲ୍ଲୀରେ ଟ୍ରାଫିକ୍ ଜାମ୍ – Ibnodisha

[ad_1]

ନୂଆଦିଲ୍ଲୀ: ବିଭିନ୍ନ ଦାବି ନେଇ ଆଜିଠୁ ଚାଷୀ ସଙ୍ଗଠନମାନଙ୍କର ଦିଲ୍ଲୀ ଚଲୋ ଆନ୍ଦୋଳନ ଆରମ୍ଭ ହୋଇଛି। ପ୍ରାୟ ୨୦ ହଜାର ଚାଷୀ ଦିଲ୍ଲୀ ଅଭିମୁଖେ ମାଡି ଆସୁଛନ୍ତି। ୨୫୦୦ ଟ୍ରାକ୍ଟର ରାଲି କରି ହରିୟାଣା ଓ ପଞ୍ଜାବର ବିଭିନ୍ନ ଚାଷୀ ସଙ୍ଗଠନ ବିକ୍ଷୋଭ କରିବାକୁ ରାଜଧାନୀ ଅଭିମୁଖେ ବାହାରିଛନ୍ତି। ଫଳରେ ରାଜଧାନୀ ଦିଲ୍ଲୀର ବିଭିନ୍ନ ସ୍ଥାନରେ ଅସମ୍ଭବ ଟ୍ରାଫିକ ଜାମ୍‌ ସମସ୍ୟା ଆରମ୍ଭ ହୋଇଗଲାଣି। ଅବସ୍ଥା ଏପରି ଅସମ୍ଭାଳ ହୋଇ ପଡ଼ିଲାଣି ଯେ ଗୋଟିଏ କିଲୋମିଟର ଅତିକ୍ରମ କରିବାକୁ ବାହନମାନଙ୍କୁ ପ୍ରାୟ ଘଣ୍ଟାଏରୁ ଊର୍ଦ୍ଧ୍ୱ ସମୟ ଲାଗୁଛି। କେନ୍ଦ୍ର ସରକାରଙ୍କ ସହ ଆଲୋଚନା କରିବାକୁ ରାଜି ନହେବା ପରେ ପଞ୍ଜାବର ବିରୋଧୀ କୃଷକମାନେ ଆଜି ଦିଲ୍ଲୀ ଯିବାକୁ ପ୍ରସ୍ତୁତ ହୋଇଛନ୍ତି । ଚାଷୀଙ୍କ ବିରୋଧକୁ ଦୃଷ୍ଟିରେ ରଖି ଦିଲ୍ଲୀ ପୋଲିସ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିଛି। କୃଷକଙ୍କ ଆନ୍ଦୋଳନକୁ ଦୃଷ୍ଟିରେ ରଖି ଦିଲ୍ଲୀ-ୟୁପିର ଗାଜିପୁର ସୀମାରେ ରାତା ରାତି କଂକ୍ରିଟ କାନ୍ଥ ନିର୍ମାଣ କରି ରାସ୍ତା ଅବରୋଧ କରାଯାଇଛି, ଯାହାଦ୍ୱାରା କେହି ସୀମା ପାର ହୋଇ ପାରିବେ ନାହିଁ। ଗାଜିପୁର ସୀମା ନିକଟରେ ମେରୁଟ-ଦିଲ୍ଲୀ ଏନଏଚ-୯ ରୁଟ ବନ୍ଦ ରହିଛି । ସେହିପରି ଗାଜିପୁର ସୀମାରେ ଥିବା ଦିଲ୍ଲୀ-ମେରୁଟ ଏକ୍ସପ୍ରେସୱେ୍ର ମେଟ୍ରୋକୁ ସିଲ୍ କରାଯାଇ ଯାତାୟତକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରାଯାଇଛି । କେବଳ ଲୁହା ଏବଂ ସିମେଣ୍ଟର ବ୍ୟାରିକେଡିଂ କରାଯାଇ ନାହିଁ, ବରଂ ରାତାରାତି ଏକ କଂକ୍ରିଟ କାନ୍ଥ ନିର୍ମାଣ କରାଯାଇଛି | ସବୁ ସ୍ଥାନରେ ପୋଲିସ ଏବଂ ସୁରକ୍ଷା କର୍ମୀଙ୍କୁ ନିୟୋଜିତ କରାଯାଇଛି ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button