ଦେଶ

ବିବାହ ଭୋଜି ଖାଇ ବର-କନ୍ୟା ସମେତ ୫୦ ଜଣ ଅସୁସ୍ଥ – Ibnodisha

[ad_1]

ଅହମଦାବାଦ: ବିବାହ ଭୋଜି ଖାଇ ଅସୁସ୍ଥ ହୋଇପଡିଲେ ବର-କନ୍ୟାଙ୍କ ସମେତ ୫୦ ଜଣ ପରିବାର ସଦସ୍ୟ । ଗୁଜୁରାଟର ଅହମଦାବାଦରେ ଏଭଳି ଏକ ଘଟଣା ଘଟିଛି । ବିବାହ ସମାରୋହରେ ଉପସ୍ଥିତ ଥିବା ୫୦ ଜଣଙ୍କ ମଧ୍ୟରୁ ୪୫ ଜଣ ଖାଦ୍ୟ ବିଷାକ୍ତ ଅଭିଯୋଗ କରିଛନ୍ତି। ଏହା ପରେ ସେମାନଙ୍କୁ ନାଦିଆଡ ସିଭିଲ ହସ୍ପିଟାଲର ଜରୁରୀକାଳୀନ ୱାର୍ଡରେ ଭର୍ତ୍ତି କରାଯାଇଛି । ହସ୍ପିଟାଲ କତ୍ତୃପକ୍ଷ କହିଛନ୍ତି ଯେ ବିଷାକ୍ତ ଖାଦ୍ୟ ଯୋଗୁଁ ଏଭଳି ଘଟଣା ଘଟିଛି ଓ ବର୍ତ୍ତମାନ ସମସ୍ତଙ୍କ ଅବସ୍ଥା ସ୍ଥିର ରହିଛି। ବିବାହ ସମାରୋହରେ ଯୋଗ ଦେଇଥିବା ଜଣେ ଅତିଥିଙ୍କ ସୂଚନା ମୁତାବକ ଦୁଇ ଦିନ ତଳେ ଏହି ବିବାହ ସମାରୋହ ଆୟୋଜିତ ହୋଇଥିଲା ।

ବରଯାତ୍ରୀମାନେ ଧୂମଧାମରେ କନ୍ୟା ଘରକୁ ଯାଇଥିବାବେଳେ ସେଠାରେ ଭୋଜି ଖାଇଥିଲେ । ତେବେ ଭୋଜି ଖାଇବାର କିଛି ସମୟ ପରେ ବରଯାତ୍ରୀମାନେ ବାନ୍ତି କରିବା ଆରମ୍ଭ କରିଦେଇଥିଲେ । ଏହାପରେ ସେମାନଙ୍କୁ ତୁରନ୍ତ ତିନିଟି ଆମ୍ବୁଲାନ୍ସ ସାହାଯ୍ୟରେ ହସ୍ପିଟାଲକୁ ନିଆଯାଇଥିଲା। ଏହାପରେ ବର-କନ୍ୟା ମଧ୍ୟ ଅସୁସ୍ଥ ହୋଇପଡ଼ିବାରୁ ସେମାନଙ୍କୁ ମଧ୍ୟ ମେଡିକାଲରେ ଭର୍ତ୍ତି କରାଯାଇଛି । ଡାକ୍ତରଙ୍କ କହିବା କଥା ଯେ ବିଷାକ୍ତ ଖାଦ୍ୟ ଖାଇଥିବାରୁ ଏଭଳି ସମସ୍ୟା ହୋଇଛି । ବରଯାତ୍ରୀମାନେ କହିଛନ୍ତି ଯେ ଭୋଜି ମେନୁରେ ସପୁରୀରୁ ତିଆରି ମିଲକସେକ ପିଇବାକୁ ଦିଆଯାଇଥିଲା । ଏହା ହିଁ ବିଷାକ୍ତ ହୋଇଯାଇଥିବାର ସନ୍ଦେହ କରାଯାଉଛି । ଏବାବଦରେ ଜଣାପଡିବା ପରେ ଏବେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଖାଦ୍ୟର ମାନ ଯାଞ୍ଚ କରାଯାଉଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button