IBN ଓଡ଼ିଶା ଏକ୍ସକ୍ଲୁସିଭ୍

ଫେବୃୟାରୀ;୧୪: ଭାଲେଣ୍ଟାଇନ୍ ଡେ” ; କେବେଠାରୁ ଏବଂ କାହିଁକି ପାଳନ ହେଉଛି ?ପଢନ୍ତୁ ପୂରା କାହାଣୀ

ଫେବୃୟାରୀ ୧୪।ଆଜି ଭାଲେଣ୍ଟାଇନ୍ ଡେ’ (ପ୍ରେମ ଦିବସ)।ପ୍ରେମୀ ଯୁଗଳଙ୍କର ବହୁ ପ୍ରତିକ୍ଷୀତ ତଥା ପସନ୍ଦିତ ଦିନ।ଫେବୃୟାରୀ ୭ ତାରିଖରୁ ରୋଜ ଡେ’ରୁ ଆରମ୍ଭ ହୋଇ ଫେବୃୟାରୀ ୧୪ ତାରିଖ ଭାଲେଣ୍ଟାଇନ ଡେ” ପର୍ଯ୍ୟନ୍ତ ଚାଲେ ଭାଲେଣ୍ଟାଇନ ଉଇକ୍।ପ୍ରଥମେ ଫେବୃୟାରୀ ୧୪ ତାରିଖରେ ଭାଲେଣ୍ଟାଇନ ଡେ” ପାଳନ କରାଯାଉଥିଲା।ପରେ ଏବେ ସପ୍ତାହ ଧରି ପାଳନ କରାଯାଇଛି ଭାଲେଣ୍ଟାଇନ ଉଇକ୍(ପ୍ରେମର ସପ୍ତାହ)।

କେଉଁ ଦିନ କ’ଣ?

ଫେବୃୟାରୀ ୭ : ରୋଜ ଡେ’ ଫେବୃୟାରୀ ୮ : ପ୍ରପୋଜ୍ ଡେ’
ଫେବୃୟାରୀ ୯ : ଚକୋଲେଟ ଡେ’
ଫେବୃୟାରୀ ୧୦ :ଟେଡି ଡେ’
ଫେବୃୟାରୀ ୧୧ : ପ୍ରମିଜ୍ ଡେ’ ଫେବୃୟାରୀ ୧୨ : ହଗ୍ ଡେ’
ଫେବୃୟାରୀ ୧୩ : କିସ୍ ଡେ’
ଫେବୃୟାରୀ ୧୪ : ଭାଲେଣ୍ଟାଇନ୍ ଡେ’

୭ ତାରିଖ ରୋଜ ଡେ’ରେ ଗୋଲାପ ଫୁଲ ପ୍ରଦାନ କରି ନିଜର ଭାବ ପ୍ରକାଶ କରିବାର ଦିନ ହୋଇଥାଏ।୮ ତାରିଖ ପ୍ରପୋଜ୍ ଡେ’ ଭାବନା ବ୍ୟକ୍ତ/ସୂଚିତ କରିବାର ଦିନ ହୋଇଥାଏ।୯ ତାରିଖରେ ପ୍ରେମୀ ଯୁଗଳ ଚକୋଲେଟ୍ ଆଦାନ ପ୍ରଦାନ କରୁଥିବା ବେଳେ,୧୦ ତାରିଖ ଟେଡି ଡେ’ରେ ଟେଡି ଉପହାର ଦେଇ ଥାଆନ୍ତି।୧୧ ତାରିଖରେ ପ୍ରମିଜ୍ ଡେ’ରେ ଉଭୟ ଉଭୟଙ୍କୁ ପ୍ରତିଶ୍ରୁତି ଦେଇଥାଆନ୍ତି,କେହି କାହାରିକୁ ନ’ଛାଡିବାର ପ୍ରତିଜ୍ଞା କରି ଥାଆନ୍ତି।୧୨ ତାରିଖରେ ହଗ୍ ଡେ’ରେ ପରସ୍ପରକୁ ଆଲିଙ୍ଗନ କରିବାର ଦିନ ହୋଇଥିବା,ବେଳେ ୧୩ ତାରିଖ କିସ୍ ଡେ’।ଉଭୟ ଉଭୟଙ୍କୁ କିସ୍ (ଚୁମ୍ବନ) କରିଥାଆନ୍ତି।ଏବଂ ଏହା ଶେଷରେ,୧୪ ତାରିଖ ଭାଲେଣ୍ଟାଇନ ଡେ’।

ଭାଲେଣ୍ଟାଇନ୍ ଡେ’ ପଛର କାହାଣୀ :

ଭାଲେଣ୍ଟାଇନ୍ ଡେ’ କାହିଁକି ପାଳନ କରାଯାଏ?ଏହାକୁ ପ୍ରେମ ଦିବସ ରୂପେ କାହିଁକି ପାଳନ କରାଯାଏ?ଏହା ପଛର କାହାଣୀ କ’ଣ?ଭାଲେଣ୍ଟାଇନ୍ ଡେ” କୌଣସି ଦିବସର ନାଁ ନୁହେଁ।ଏହା ରୋମର ଜଣେ ପାଦ୍ରିଙ୍କର ନାମ। ସେତେବେଳେ ଲ୍ଲାଉଡିସ୍ ନାମକ ଜଣେ ଶାସକ ରୋମ ଉପରେ ରାଜୁତି କରୁଥିଲେ।ସେ ନିଜକୁ ଜଣେ ଶକ୍ତିଶାଳୀ ଶାସକ ରୂପେ ଦେଖିବାକୁ ଚାହୁଁଥିଲେ।ଏଥିପାଇଁ ତାଙ୍କୁ ଅଧିକ ସଂଖ୍ୟାରେ ସୈନ୍ୟ ବଳ ଆବଶ୍ୟକତା ଥିଲା।କିନ୍ତୁ,ସେ ଅନୁଭବ କଲେ ସ୍ତ୍ରୀ,ପିଲା ପରିବାର ଥିବା ଲୋକ ସୈନ୍ୟ ବିଭାଗରେ ଯୋଗଦେବାକୁ ଆଗ୍ରହ ପ୍ରକାଶ କରୁ ନାହାଁନ୍ତି।ଏଥିପାଇଁ ଲ୍ଲାଉଡିସ୍ ଭବିଷ୍ୟତରେ କିଛି ଦିନ ପାଇଁ ରାଜ୍ୟରେ ବିବାହ ଉପରେ ପ୍ରତିବନ୍ଧ ଲଗାଇଦେଲେ।ଅନେକ ଏହାକୁ ନାପସନ୍ଦ କଲେ ମଧ୍ୟ ଶାସକ ବିରୋଧରେ ବିଦ୍ରୋହ କରିବାକୁ କାହାର ସାହସ ହେଲା ନାହିଁ।ଏ ଭିତରେ ଏକ ପ୍ରେମୀ ଯୁଗଳ ବିବାହ କରିବାକୁ ଲୁଚି ଚାଲି ଆସିଥିଲେ।ପାଦ୍ରି ଭାଲେଣ୍ଟାଇନ୍ ଗୁପ୍ତରେ ସେମାନଙ୍କର ବିବାହ କରାଇ ଦେଲେ।କିନ୍ତୁ ଏକଥା ଶାସକ ଜାଣିବାକୁ ପାଇଗଲେ, ଭାଲେଣ୍ଟାଇନଙ୍କୁ ବନ୍ଦୀ କରାଗଲା ଏବଂ ଖ୍ରୀଷ୍ଟାବ୍ଦ ୨୬୯,ଫେବୃୟାରୀ ୧୪ ତାରିଖରେ ତାଙ୍କୁ ମୃତ୍ୟୁ ଦଣ୍ଡ ଦିଆଗଲା।ସେବେଠାରୁ ପାଳନ ହେଉଛି ଭାଲେଣ୍ଟାଇନ୍ ଡେ’।ପ୍ରଥମେ ରୋମ ପରେ ବିଭିନ୍ନ ପାଶ୍ଚ୍ୟାତ ଦେଶ ଏବଂ ଏବେ କିଛି ବର୍ଷ ହେଲା ଭାରତ ପରି ରକ୍ଷଣଶୀଳ ରାଷ୍ଟ୍ରରେ ଏବେ ପାଳନ କରାଯାଉଛି ଭାଲେଣ୍ଟାଇନ୍ ଡେ”।ଏବଂ ଭାଲେଣ୍ଟାଇନ୍ ଉଇକ୍।

ବିରୋଧ –

ପାଶ୍ଚାତ ଦେଶ ଗୁଡ଼ିକରେ ଏହା କେବେଠାରୁ ପାଳନ ହୋଇ ଆସୁଥିବା ବେଳେ ଭରତରେ ଏହା ଏହି କିଛି ବର୍ଷ ହେଲା ପ୍ରବେଶ କରିଛି।ଏହା ଏକ ଅପସଂସ୍କୃତି କହି ଦେଶରେ ବିଭିର୍ଣ୍ଣ ସ୍ଥାନରେ ବିଭିର୍ଣ୍ଣ ହିନ୍ଦୁ ସଙ୍ଗଠନ ଏହାକୁ ବିରୋଧ କରି ଆସୁଛନ୍ତି।କେଉଁଠି ପାର୍କ ଉପରେ ପ୍ରେମୀ ଯୁଗଳଙ୍କ ଉପରେ ଆକ୍ରମଣ କରୁଛନ୍ତି ତ’ କେଉଁଠି ସେମାନଙ୍କର ଅଭିଭାବକଙ୍କୁ ଡକାଇ ଜୋର ଜବରଦସ୍ତ ବିବାହ କରାଉଛନ୍ତି।କେଉଁଠି କେଉଁଠି ଭାଲେଣ୍ଟାଇନ୍ ଉପହାର ବିକ୍ରି କରୁଥିବା ଦୋକାନ ଉପରେ ମଧ୍ୟ ଆକ୍ରମଣ କରୁଛନ୍ତି।ଅନେକ ସମୟରେ ଏହାକୁ ନେଇ ଅପ୍ରୀତିକର ତଥା ଆଇନ ଶୃଙ୍ଖଳା ପରିସ୍ଥିତି ଉପୁଜୁଛି।ଭାଲେଣ୍ଟାଇନ୍ ଡେ’ ଦିବସ ପାଳନ କରାଯିବାର କୌଣସି ଆବଶ୍ୟକତା ନାହିଁ ବୋଲି ସେମାନଙ୍କର ମତ।ପାଶ୍ଚାତ ସଂସ୍କୃତି ମୋହରେ ପଡ଼ି ଯୁବପିଢ଼ି ଆଜି ପଥ ଭ୍ରଷ୍ଟ ହେଉଛନ୍ତି।ପ୍ରେମକୁ ବିରୋଧ କରାଯାଉନି।କିନ୍ତୁ ଏ’ ଦିବସର କିଛି ମାନେ ହିଁ ନାହିଁ।ବିବାହ ସମୟରେ ଅଗ୍ନିକୁ ସାକ୍ଷୀ ରଖି ସାତ ଘେରା ବୁଲି ଜନ୍ମ ଜନ୍ମାନ୍ତରର ସାଥୀ ହେବାର ପ୍ରତିଜ୍ଞା କରିବାଠାରୁ,ଏ ଭାଲେଣ୍ଟାଇନ୍ ଡେ’ କ’ଣ ବଡ଼ ବୋଲି ସେମାନଙ୍କର ପ୍ରଶ୍ନ।ମୌଳବାଦୀ ମୁସଲିମ ସଙ୍ଗଠନ ଗୁଡ଼ିକ ମଧ୍ୟ ଭାଲେଣ୍ଟାଇନ୍ ଡେ” ପାଳନକୁ ବିରୋଧ କରନ୍ତି।

ସମର୍ପିତ ଜୀବନର ଶୁଦ୍ଧ ପରିଭାଷା ହେଲା ପ୍ରେମ :

ଦୁନିଆର ସବୁ ବନ୍ଧନର ପ୍ରେମରୁ ହୁଏ ଆରମ୍ଭ।ପ୍ରେମ ଥିଲେ ଜୀବନରେ ଖୁସି ଥାଏ।ପ୍ରେମକୁ ପ୍ରତିପାଦନ କରିବାକୁ କୌଣସି ସମୟ ବା ମୁହୂର୍ତ୍ତ ଦେଖାଯାଏନି।ବିନା କହିବାରେ ପ୍ରେମ ହୋଇଯାଇ ଥାଏ।ପ୍ରେମ ଅନୁଭବର ଏମିତି ଏକ ସମୁଦ୍ର ଯେଉଁଠି ଯେତେ ବଡ଼ ତୋଫାନ ଆସିଲେ ବି,କାହାର କ୍ଷତି କରାଇ ପାରେନାହିଁ।ଯାହା ଆଗରେ ଦୁନିଆ ହାରିଯାଏ,ତାହା ପ୍ରେମ..ହାରିବା ଭିତରେ ଯିଏ ଜିତିବା ଦେଖେ,ତାହା ପ୍ରେମ..ସମର୍ପିତ ଜୀବନର ଶୁଦ୍ଧ ପରିଭାଷା ହେଲା ପ୍ରେମ

Related Articles

Leave a Reply

Your email address will not be published. Required fields are marked *

Back to top button