ରାଜ୍ୟ

ଆସନ୍ତା ୨୯ ତାରିଖରେ ଓଡ଼ିଶା ଆସିବେ ମହାମହିମ ରାଷ୍ଟ୍ରପତି – Ibnodisha

[ad_1]

ଭୁବନେଶ୍ୱର : ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ୨୯ ତାରିଖରେ ଓଡ଼ିଶା ଗସ୍ତରେ ଆସିବେ। ଏହି ଗସ୍ତକାଳରେ ସେ ମୟୂରଭଂଜର ଖିଚିଂରେ ପହଞ୍ଚିବେ। ସେଠାରେ ଥିବା ପ୍ରସିଦ୍ଧ ମନ୍ଦିରରେ ମା’ କିଚକେଶ୍ବରୀଙ୍କୁ ଦର୍ଶନ କରିବେ। ରାଷ୍ଟ୍ରପତି ଭବନ ପକ୍ଷରୁ ଜାରି ହୋଇଥିବା ସୂଚନା ଅନୁସାରେ ମହାମହିମ ଶ୍ରୀମତୀ ମୁର୍ମୁ ଆସନ୍ତା ୨୯ ତାରିଖ ପୂର୍ବାହ୍‌ଣ ୧୦ଟା ୧୦ରୁ ୧୦ଟା ୪୦ ପର୍ଯ୍ୟନ୍ତ ଅଧଘଣ୍ଟା କାଳ ପର୍ଯ୍ୟନ୍ତ ଐତିହାସିକ ଖିଚିଂ ମନ୍ଦିର ପରିସରରେ ରହିବେ। ଏହି ଅବସରରେ ସେ ମା’ କିଚକେଶ୍ବରୀଙ୍କୁ ଦର୍ଶନ ଓ ଆରତୀ କରିବେ। ତେବେ ଐତିହାସିକ ଖିଚିଂ ମନ୍ଦିରକୁ ରାଷ୍ଟ୍ରପତିଙ୍କ ଆଗମନ ପାଇଁ ମନ୍ଦିର କମିଟି ପକ୍ଷରୁ ଗତବର୍ଷ ଡିସେମ୍ବର ୨୮ ତାରିଖରେ ଅନୁରୋଧ କରାଯାଇଥିଲା। ତେବେ ରାଷ୍ଟ୍ରପତିଙ୍କ ଗସ୍ତ ନେଇ ସୂଚନା ମିଳିବା ପରେ ଖିଚିଂ ମନ୍ଦିର କମିଟି ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ରାଷ୍ଟ୍ରପତିଙ୍କ ସ୍ବାଗତ ପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button