ଖେଳ

୩ୟ ଟେଷ୍ଟର ପ୍ରଥମ ଦିନ : ଜଡେଜିଙ୍କ ଶତକ – Ibnodisha

[ad_1]

ରାଜକୋଟ: ରାଜକୋଟରେ ଖେଳାଯାଉଥିବା ୩ୟ ଟେଷ୍ଟର ପ୍ରଥମ ଦିନ ଖେଳ ଶେଷସୁଦ୍ଧା ଭାରତ ୫ ଓ୍ବିକେଟରେ ୩୨୬ ରନ କରି ନିଜର ସ୍ଥିତି ସୁଦୃଢ କରିଛି । ପ୍ରଥମ ଦିନରେ ଭାରତ ପକ୍ଷରୁ ଦୁଇଟି ଆକର୍ଷଣୀୟ ଶତକ-ରୋହିତ ଶର୍ମା ଓ ରବୀନ୍ଦ୍ର ଜାଦେଜାଙ୍କ ବ୍ୟାଟରୁ ଦେଖିବାକୁ ମିଳିଛି ।ଏହି ଟସ ଜିତି ପ୍ରଥମେ ବ୍ୟାଟିଂ କରିବା ପରେ ଭାରତୀୟ ଦଳ ମାତ୍ର ୨୨ ରନରେ ପ୍ରଥମ ଓ୍ବିକେଟ ହରାଇଥିଲା ଯେତେବେଳେ ଯଶସ୍ବୀ ଜୟସ୍ବାଲ ମାତ୍ର ୧୦ ରନ କରି ଆଉଟ ହୋଇଥିଲେ । ଏହା ପରେ ପରେ ଶୁଭମନ ଗିଲ ଓ ରଜତ ପଟିଦାର ଯଥାକ୍ରମେ ୦ ଓ ୫ ରନ କରି ଆଉଟ ହୋଇଥିଲେ । ତେବେ ରୋହିତ ଓ ରବୀନ୍ଦ୍ର ଜାଦେଜା ଏକ ଭଲ ପାର୍ଟନରସିପ କରି ଦଳକୁ ସଂକଟରୁ ଉଦ୍ଧାର କରିଥିଲେ । ରୋହିତ ୧୩୧ ରନ କରି ଆଉଟ ହୋଇଥିବାବେଳେ ଜାଦେଜା ୧୧୦ ରନ କରି ଅପରାଜିତ ଅଛନ୍ତି । ତାଙ୍କ ସହ କ୍ରିଜରେ ଅଛନ୍ତି କୂଳଦୀପ ଯାଦବ । ସରଫରାଜ ଖାଁ ୬୨ ରନ କରି ରନଆଉଟ ହୋଇଥିଲେ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button