ଅପରାଧ

ଜଘନ୍ୟ ହତ୍ୟାକାଣ୍ଡ ! ଭୁଜାଲି ମାଡ଼ କରି ଯୁବକଙ୍କୁ ନିର୍ମମ ହତ୍ୟା – Ibnodisha

[ad_1]

ରାଉରକେଲା: ବ୍ୟବସାୟିକ ଶତ୍ରୁତାରୁ ଜଘନ୍ୟ ହତ୍ୟାକାଣ୍ଡ ! ଭୁଜାଲି ମାଡ଼ କରି ଯୁବକଙ୍କୁ ନିର୍ମମ ହତ୍ୟା । ହତ୍ୟା କରିବା ପରେ ପୋଲିସ ସମ୍ମୁଖରେ ଆତ୍ମସମର୍ପଣ କଲେ ୨ ଜଣ ଅଭିଯୁକ୍ତ । ଏବେ ଅଭିଯୁକ୍ତଙ୍କୁ ପୋଲିସ ଥାନାରେ ଅଟକ ରଖି ପଚରାଉଚୁରା କରୁଛି। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ରାଉରକେଲା ସହରର ଝିରପାଣି ଥାନା ଅନ୍ତର୍ଗତ ସେକ୍ଟର ୨୦ ଅଞ୍ଚଳରେ । ଏ ଯାଏଁ ହତ୍ୟା ପଛର ସଠିକ କାରଣ ଜଣାପଡ଼ିନଥିବା ବେଳେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ଜଘନ୍ୟ କାଣ୍ଡ ଘଟିଥିବା ଅନୁମାନ କରାଯାଉଛି ।

ସୂଚନା ଅନୁସାରେ, ଗତକାଲି ରାଉରକେଲା ୨୦ ନମ୍ବର ସେକ୍ଟର ହିଲଟପ୍ ମାର୍କେଟରେ ରାତି ପ୍ରାୟ ୯ଟା ସମୟରେ କୌଣସି କଥାକୁ କେନ୍ଦ୍ର କରି ସେକ୍ଟର ୨୦ ହିଲଟପ ମାର୍କେଟ ଅଞ୍ଚଳର ନିହାର ଓ ସ୍ଥାନୀୟ ଅଞ୍ଚଳର ୨ ଜଣ ବ୍ୟକ୍ତିଙ୍କ ମଧ୍ୟରେ ଜୋରଦାର ଝଗଡ଼ା ହେବା ସହ ମାରପିଟ୍ ହୋଇଥିଲା । ଏହି ଝଗଡ଼ା ଉଗ୍ରରୂପ ଧାରଣ କରିଥିଲା ।

ଏଥିରେ ଉତକ୍ଷିପ୍ତ ହୋଇ ଅଭିଯୁକ୍ତ ଦୁଇ ଜଣ ନିହାରଙ୍କୁ ମାଡ଼ ମାରିବା ସହ ନିର୍ମମ ଭାବରେ ଭୁଜାଲି ମାଡ଼ କରିଥିଲେ । ଯୁବକମାନଙ୍କ ଭୁଜାଲି ମାଡ଼ରେ ନିହାର ଗୁରୁତର ଆହତ ହୋଇଥିଲେ । ଏହା ଦେଖି ସ୍ଥାନୀୟ ଲୋକେ ତୁରନ୍ତ ତାଙ୍କୁ ଇସ୍ପାତ ଜେନେରାଲ ହସ୍ପିଟାଲକୁ ଚିକିତ୍ସା ପାଇଁ ନେଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହାପରେ ଭୁଜାଲି ମାଡ଼ କରିଥିବା ଦୁଇ ଜଣ ଯୁବକ ଯାଇ ଝିରପାଣି ପୋଲିସ ନିକଟରେ ଆତ୍ମସମର୍ପଣ କରିଥିଲେ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button