ରାଜ୍ୟ

ଦଳମତ ନିର୍ବିଶେଷରେ ଖଲ୍ଲିକୋଟ ରାଣୀ ସମସ୍ତଙ୍କର ଶ୍ରଦ୍ଧା ଓ ସମ୍ମାନର ଅଧିକାରିଣୀ ଥିଲେ: କାର୍ତ୍ତିକ ପାଣ୍ଡିଆନ – Ibnodisha

[ad_1]

ଭୁବନେଶ୍ବର:  5-T ତଥା ନବୀନ ଓଡିଶା ଅଧ୍ୟକ୍ଷ ଶ୍ରୀ କାର୍ତ୍ତିକ ପାଣ୍ଡିଆନ ଆଜି ଖଲ୍ଲିକୋଟ RCM ବିଜ୍ଞାନ କଲେଜରେ ପୂର୍ବତନ ବିଧାୟିକା ରାଣୀ ସୁଜ୍ଞାନ କୁମାରୀ ଦେଓଙ୍କ ଦ୍ବାଦଶାହ କାର୍ଯ୍ୟକ୍ରମରେ ଯୋଗ ଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଏହି ଅବସରରେ ତାଙ୍କ ପରିବାର ବର୍ଗ, ଜ୍ଞାତିକୁଟୁମ୍ବ ଓ ସ୍ଥାନୀୟ ଲୋକମାନଙ୍କୁ ସେ ଭେଟି ରାଣୀଙ୍କ ସ୍ମୃତିଚାରଣ କରିଥିଲେ । ସେ କହିଥିଲେ ଯେ ସ୍ବର୍ଗତ ସୁଜ୍ଞାନ ଦେଓ ଗଞ୍ଜାମ ର ଅପ୍ରତିଦ୍ବନ୍ଦୀ ରାଜନେତା ଭାବେ ଅନେକ ଦଶକ ଧରି ଏ ଅଞ୍ଚଳର ସେବା କରିଆସିଥିଲେ। ତାଙ୍କର ବ୍ୟକ୍ତିତ୍ବ ଓ ସେବା ମନୋଭାବ ଯୋଗୁ ସେ ସାରା ଓଡିଶାରେ ଦଳମତ ନିର୍ବିଶେଷରେ ସମସ୍ତଙ୍କର ସମ୍ମାନର ଅଧିକାରିଣୀ ହୋଇଥିଲେ । ସ୍ବତନ୍ତ୍ର ଓଡିଶା ଗଠନରେ ଓ ପରିବର୍ତ୍ତୀ ଓଡିଶାରେ ବିକାଶରେ ରାଣୀଙ୍କ ପରିବାରର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି ବୋଲି ମତ ଦେଇ ସେ କହିଥିଲେ ଯେ ରାଜା ବାହାଦୂର ରାମଚନ୍ଦ୍ର ମର୍ଦ୍ଦରାଜ ଦେଓଙ୍କ ବୋହୁ ଭାବରେ ସେ ଖଲ୍ଲିକୋଟ ରାଜ ପରିବାରର ଜଣେ ସୁଯୋଗ୍ୟା ଉତ୍ତରାଧିକାରିଣୀ ଥିଲେ ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button