ରାଜ୍ୟ

କିଶୋରୀ ଝିଅର ମୃତ୍ୟୁ ପରେ ଅଙ୍ଗଦାନ କଲେ ପିତା ମାତା – Ibnodisha

[ad_1]

ଭୁବନେଶ୍ୱର : କିଶୋରୀ ଦମୟନ୍ତୀ ମହନ୍ତଙ୍କ ହୃଦୟ ବିଦାରକ କାହାଣୀ ଯେ କୌଣସି ଲୋକଙ୍କ ଆଖିରେ ଲୁହ ଆଣିପାରେ । ମାତ୍ର ୧୪ ବର୍ଷ ବୟସରେ କିଡ଼ନି ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସାପାଇଁ ଭୁବନେଶ୍ୱର ଏମ୍ସରେ ଭର୍ତ୍ତି ହୋଇଥିଲେ । ଏହି କିଡ଼ନି ରୋଗ କ୍ରମଶଃ ଶରୀରର ବିଭିନ୍ନ ଅଙ୍ଗକୁ ଆକ୍ରାନ୍ତ କରିଥିଲା ଏବଂ ପରବର୍ତ୍ତୀ ସମୟରେ ଏହା ମସ୍ତିସ୍କକୁ ମଧ୍ୟ ପ୍ରଭାବିତ ହୋଇଥିଲା । ଫଳରେ ଦମୟନ୍ତିଙ୍କ ଜୀବନ ବଞ୍ଚିବାରେ ଏକ ଭିନ୍ନ ମୋଡ଼ ନେଇଥିଲା। ଏହା ମସ୍ତିଷ୍କକୁ ଏତେ ପ୍ରଭାବିତ କରିଥିଲା ଯେ, ଡାକ୍ତରଙ୍କ କଠିନ ପରିଶ୍ରମରେ ମଧ୍ୟ ତାଙ୍କ ମସ୍ତିସ୍କ କାର୍ଯ୍ୟକ୍ଷମ ହୋଇପାରିନଥିଲା। ଶେଷରେ ଗତ ଫେବୃଆରୀ ୨୦ ତାରିଖରେ ଡାକ୍ତର ତାଙ୍କ ମସ୍ତିସ୍କ ମୃତ ଘୋଷଣା କରିଥିଲେ ।

ଦମୟନ୍ତୀଙ୍କ ଏପରି ଅବସ୍ଥା ବିଷୟରେ ଜାଣିବାପରେ ଭୁବନେଶ୍ୱର ଏମ୍ସର ଓଡ଼ିଶା-ମୋ ପରିବାର ହେଲ୍ପଡେସ୍କ ସହଯୋଗୀ ସୋମନାଥ ସ୍ୱାଇଁ ତାଙ୍କର ପରିବାର ଲୋକଙ୍କ ପାଖରେ ପହଞ୍ଚି ଅଙ୍ଗଦାନ ଭଳି ମହତ୍ କାର୍ଯ୍ୟ ବିଷୟରେ ବୁଝାଇଥିଲେ । ଅବିସ୍ମରଣୀୟ ଦୁଃଖର ସମ୍ମୁଖୀନ ହୋଇ ଦାମୟନ୍ତୀଙ୍କ ପରିବାର ଲୋକେ ଏକ ଉଲ୍ଲେଖନୀୟ ନିଷ୍ପତ୍ତି ନେଇଥିଲେ – ତାଙ୍କର ଅଲିଅଳି ଦୟମୟନ୍ତୀଙ୍କୁ ଜୀବିତ ଅଛି ବୋଲି ଭାବିବା ଏବଂ ଅନ୍ୟ କାହାର ବହୁମୂଲ୍ୟ ଜୀବନ ବଞ୍ଚିଯିବ, ଏହି ମହତ୍ ଉଦ୍ଦେଶ୍ୟ ପାଇଁ ଅଙ୍ଗଦାନ କରିବାକୁ ନିଷ୍ପତ୍ତି ନେଇଥିଲେ । ଦମୟନ୍ତୀଙ୍କ ମୃତ୍ୟୁପରେ, ଭୁବନେଶ୍ୱରର AIIMS ରେ ଡାକ୍ତରଙ୍କ ଏକ ଦଳ ଦମୟନ୍ତୀଙ୍କ ଅଙ୍ଗ ସୂକ୍ଷ୍ମ ପ୍ରଣାଳୀରେ ବାହାର କରାଯାଇ ଭିନ୍ନ ଭିନ୍ନ ହସ୍ପିଟାଲକୁ ସ୍ଥାନାନ୍ତର ପାଇଁ ଗ୍ରୀନ୍ କରିଡରର ବ୍ୟବସ୍ଥା କରାଯାଇଥିଲା । ଏହି ସମୟରେ ଓଡ଼ିଶା-ମୋ ପରିବାର ସ୍ୱାସ୍ଥ୍ୟ ଉପଦେଷ୍ଟା ଶ୍ରୀ ସତ୍ୟଜିତ ଦାଶ ଉପସ୍ଥିତ ରହି ପରିବାର ଲୋକଙ୍କୁ ସାନ୍ତ୍ୱନା ଦେଇଥିଲେ । “ଦାମୟନ୍ତୀ ଆଉ ଆମ ସହିତ ନାହିଁ, କିନ୍ତୁ ସେ ଅନ୍ୟମାନଙ୍କୁ ଦେଇଥିବା ଜୀବନର ଉପହାର ମାଧ୍ୟମରେ ତାଙ୍କ ଆତ୍ମା ବଞ୍ଚିଛି । ତେଣୁ “ଅଙ୍ଗ ଦାନ କରିବା ଏବଂ ମୂଲ୍ୟବାନ ଜୀବନ ବଞ୍ଚାଇବାରେ ସାହାଯ୍ୟ କରିବାକୁ ଆମେ ସମସ୍ତଙ୍କୁ ଅନୁରୋଧ କରୁଛୁ ବୋଲି ଅଶ୍ରୁଳ ଆଖିରେ ଦାମୟନ୍ତୀଙ୍କ ମାତା ପିତା ଜନସାଧାରଣଙ୍କୁ ଆହ୍ୱାନ କରିଛନ୍ତି ।

ଅଙ୍ଗଦାନ କରୁଥିବା ବ୍ୟକ୍ତିଙ୍କୁ ରାଷ୍ଟ୍ରୀୟ ମର୍ଯ୍ୟଦାର ସହିତ ଅନ୍ତିମ ସଂସ୍କାର କରାଯିବ ବୋଲି କିଛିଦିନ ପୂର୍ବେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଥିଲେ । ସେଥିପାଇଁ ଦମୟନ୍ତୀଙ୍କୁ ମଧ୍ୟ ରାଷ୍ଟ୍ରୀୟ ମର୍ଯ୍ୟଦାର ସହିତ ଶେଷକୃତ୍ୟ ସଂପନ୍ନ କରାବା ପାଇଁ ଓଡ଼ିଶା-ମୋ ପରିବାର ଦ୍ୱାରା ରାଜ୍ୟ ସରକାରଙ୍କ ପାଖରେ ନିବେଦନ କରାଯାଇଥିଲା । ରାଜ୍ୟ ସରକାର ସମସ୍ତ ପ୍ରକାର କାକଜପତ୍ର ଯାଞ୍ଚ କରି ଦମୟନ୍ତୀଙ୍କୁ ରାଷ୍ଟ୍ରୀୟ ମର୍ଯ୍ୟଦା ସହିତ ଶେଷକୃତ୍ୟ ସଂପନ୍ନ କରାଯିବ ବୋଲି ନିଷ୍ପତ୍ତି ନେଇଥିଲା । ଯେହେତୁ ଦମୟନ୍ତୀଙ୍କ ମାତା ପିତାଙ୍କ ଇଚ୍ଛାଥିଲା ତାଙ୍କର ଝିଅର ଶେଷକୃତ୍ୟ ପୁରୀ ସ୍ୱର୍ଗଦ୍ୱାରରେ ସଂପନ୍ନ କରିବାପାଇଁ ତାଙ୍କର ଏହି ଇଚ୍ଛାକୁ ସମ୍ମାନ ଜଣାଇ ଦମୟତନ୍ତୀର ଶେଷକୃତ୍ୟ ଆଜି ରାଷ୍ଟ୍ରୀୟ ମର୍ଯ୍ୟଦାର ସହିତ ପୁରୀ ସ୍ୱର୍ଗଦ୍ୱାରଠାରେ ସମ୍ପନ୍ନ କରାଯାଇଛି । ଏହି ସମୟରେ ପୁରୀ ସ୍ୱର୍ଗଦ୍ୱାରଠାରେ ଓଡ଼ିଶା-ମୋ ପରିବାର ତରଫରୁ ଓଡ଼ିଶା ମୋ ପରିବାର-ଜୀବନବିନ୍ଦୁ ଯୁଗ୍ମ ସଂଯୋଜକ ଶ୍ରୀ ଷ୍ଟାଲିନ୍ ପରିଜା, ପୁରୀ ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଶରତ ଚନ୍ଦ୍ର ବେହେରା, ଜିଲ୍ଲା ସୂଚନା ଏବଂ ଲୋକ ସଂପର୍କ ଅଧିକାରୀ ଶ୍ରୀ ସନ୍ତୋଷ ସେଠୀ ପ୍ରମୁଖଙ୍କ ଉପସ୍ଥିତ ରହି ଦମୟନ୍ତୀଙ୍କ ପରିବୋର ଲୋକଙ୍କୁ ସାନ୍ତ୍ୱନା ପ୍ରଦାନ କରିଥିଲେ ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button