ରାଜ୍ୟ

ଗୁରୁ ଶିଷ୍ୟ ସମ୍ପର୍କରେ କଳଙ୍କ – Ibnodisha

[ad_1]

ରାଇରଙ୍ଗପୁର: ଛାତ୍ରୀଙ୍କୁ ଶିକ୍ଷକଙ୍କ ଦୁଷ୍କର୍ମ ଅଭିଯୋଗରେ ଗିରଫ ହେଲେ ଶିକ୍ଷକ । ଅଭିଯୁକ୍ତ ଶିକ୍ଷକଙ୍କୁ ଗିରଫ କରି ବାରିପଦା କୋର୍ଟ ଚାଲାଣ କରିଛି ପୋଲିସ । ନାବାଳିକା ଛାତ୍ରୀଙ୍କୁ ଟ୍ୟୁସନ ପଢାଇବା ବାହାନାରେ ଶିକ୍ଷକ ଜଣକ ଛାତ୍ରୀଙ୍କୁ ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହୋଇଛି । ଏପରି ଏକ ଲଜ୍ଜାଜନକ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲାର ବାରିପଦା ଟାଉନ ଥାନା ଅଞ୍ଚଳରେ । ତଦନ୍ତ ପରେ ବାରିପଦା ଟାଉନ ଥାନା ପୋଲିସ ଅଭିଯୁକ୍ତକୁ ଗିରଫ କରିଛି । ଅଭିଯୁକ୍ତ ଜଣକ ବାରିପଦା ଟାଉନ ଥାନା ଅନ୍ତର୍ଗତ ଏକ ଛାତ୍ରୀନିବାସର ଇନଚାର୍ଜ ଭାବେ କାର୍ଯ୍ୟ କରନ୍ତି । ତାଙ୍କ ନାଁ ଶେଷବାନ ଲିମା ବୋଲି ଜଣାପଡିଛି ।

ଅଭିଯୋଗ ଅନୁଯାୟୀ, ୨୦୨୩ ମସିହା ଅକ୍ଟୋବର ମାସ ୨୩ ତାରିଖ ଦିନ ଅଭିଯୁକ୍ତ ଶିକ୍ଷକ ଶେଷବାନ ଛାତ୍ରୀନିବାସରୁ ଜଣେ ଛାତ୍ରୀଙ୍କୁ ଟିଉସନ ପଢାଇବାକୁ କହି ବାରିପଦା ଷ୍ଟେସନ ବଜାର ଅଞ୍ଚଳକୁ ନେଇଯାଇଥିଲେ । ସେଠାରେ ଶିକ୍ଷକ ଜଣକ ଛାତ୍ରୀଙ୍କୁ ଏକ ଘରକୁ ନେଇ ଦୁଷ୍କର୍ମ କରିଥିଲେ । ତେବେ ଘଟଣା ବାବଦରେ କାହାରିକୁ ଜଣାଇଲେ ଜୀବନରୁ ମାରିଦେବାକୁ ନାବାଳିକାକୁ ଧମକ ଦେଇଥିଲେ ମଧ୍ୟ ଦେଇଥିଲେ । ତେଣୁ ଘଟଣା ବାବଦରେ ପୀଡିତା ଛାତ୍ରୀ ଜଣକ ଦୀର୍ଘ ଦିନ ଧରି କାହାରିକୁ କିଛି କହିନଥିଲେ । ଶେଷରେ ସାହସ ଜୁଟାଇ ଗତ ୩ ତାରିଖରେ ପରିବାରଲୋକଙ୍କୁ ଏ ବାବଦରେ ଜଣାଇଥିଲେ ପୀଡି଼ତା ।

ଘଟଣା ସମ୍ପର୍କରେ ଅବଗତ ହେବା ପରେ ଝିଅ ରହୁଥିବା ହଷ୍ଟେଲ ଯାଇଥିଲେ ପରିବାର ଲୋକେ। ହେଲେ ଶିକ୍ଷକଙ୍କ କଳାକାରନାମା ପଦାକୁ ଆସିଯିବା ଭୟରେ ଶିକ୍ଷକ ଜଣକ ସେଠାରୁ ଫେରାର ହୋଇଯାଇଥିଲେ। ପରେ ଘଟଣା ସମ୍ପର୍କରେ ପୀଡି଼ତାଙ୍କ ପରିବାର ଲୋକେ ନ୍ୟାୟ ଆଶାରେ ବାରିପଦା ଟାଉନ ଥାନାର ଦ୍ବାରସ୍ଥ ହୋଇଥିଲେ। ପରିବାରଲୋକଙ୍କ ଠାରୁ ଲିଖିତ ଅଭିଯୋଗ ପାଇବା ପରେ ବାରିପଦା ଟାଉନ ଥାନା ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ଶେଷରେ ଅଭିଯୁକ୍ତ ଶିକ୍ଷକ ଶେଷବାନ ଲିମାକୁ ପୋଲିସ ଗିରଫ କରିବାରେ ସଫଳ ହୋଇଛି । ଏହାସହ ଅଭିଯୁକ୍ତର ଡାକ୍ତରୀ ପରୀକ୍ଷା ପରେ ବାରିପଦା କୋର୍ଟ ଚାଲାଣ କରାଯାଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି।

The post ଗୁରୁ ଶିଷ୍ୟ ସମ୍ପର୍କରେ କଳଙ୍କ appeared first on ONA KHABAR.

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button