ପୋଲ ତଳକୁ ଖସିଲା ବାଇକ; ୨ ମୃତ – Ibnodisha

[ad_1]
ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ଠୁରୀ ନଦୀ ନିର୍ମାଣଧୀନ ପୋଲ ତଳକୁ ବାଇକ ଖସି ଦୁଇଜଣଙ୍କର ମୃତ୍ୟୁ ଘଟିଛି । ଦୁଇ ଜଣ ଗୁରୁତରକୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନେବା ସମୟରେ ଦୁହିଁଙ୍କର ମୃତ୍ୟୁ ହୋଇଥିଲା । ସୂଚନା ଅନୁଯାୟୀ ଉମରକୋଟ ବ୍ଲକ ଗୋଇଦୌଡ଼ି ଗ୍ରାମର ବଳରାମ ମୁଦୁଲି (୨୪) ଓ ଡାବୁଗାଁ ଥାନା ଅନ୍ତର୍ଗତ ସିଉନାଗୁଡା ଗ୍ରାମର ରାଇନା ଯାନୀ ଦୁହେଁ ଏକ ବାଇକ ଯୋଗେ ନବରଙ୍ଗପୁର ବ୍ଲକ ଲୋଦିଯୋଡି ଯାଉଥିଲେ ।
ତେବେ ପାପଡାହାଣ୍ଡି ଠୁରୀ ନଦୀ ପୋଲ ନିର୍ମାଣ କାମ ଜାରି ରହିଥିବାରୁ ଲୋକଙ୍କ ସୁରକ୍ଷା ନିମନ୍ତେ ପୋଲଠାରୁ ଦୂରରେ ଏକ ମାଟି କାନ୍ଥ କରାଯାଇଛି। ବାଇକ ଚାଳକ ଡାଇଭରସନ ରାସ୍ତା ଜାଣି ନପାରି ପୋଲ ଆଡକୁ ମାଡିଯାଇଥିଲେ । ଆଉ ଭାରସାମ୍ୟ ହରାଇ ପୋଲ ତଳକୁ ଖସିପଡିଥିଲେ । ପୋଲ ନିର୍ମାଣ କରୁଥିବା ଶ୍ରମିକ ଏନେଇ ଜାଣିବା ପରେ ତୁରନ୍ତ ଆମ୍ବୁଲାନ୍ସ ଡକାଇ ଦୁହିଁଙ୍କୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ । ତେବେ ମେଡିକାଲକୁ ଯିବାବାଟରେ ଉଭୟଙ୍କର ମୃତ୍ୟୁ ହୋଇଯାଇଥିଲା । ପୁଲିସ ମୃତଦେହର ବ୍ୟବଛେଦ କରାଇ ଏବେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି ।
[ad_2]