ରାଜ୍ୟ

ମର୍ମନ୍ତୁଦ ସଡକ ଦୁର୍ଘଟଣା : ୨ ମୃତ – Ibnodisha

[ad_1]

ନବରଙ୍ଗପୁର : ଭାରସାମ୍ୟ ହରାଇ ପୋଲ ତଳକୁ ବାଇକ ଖସି ଦୁଇ ଜଣଙ୍କ ଜୀବନହାନି ଘଟିଛି। ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ଅନ୍ତର୍ଗତ ତୁରୀ ନଦୀରେ ଥିବା ନିର୍ମାଣଧୀନ ପୋଲ ନିକଟରେ ଘଟିଛି ଏଭଳି ଏକ ଦୁଃଖଦ ଘଟଣା। ଏହି ଦୁର୍ଘଟଣାରେ ଦୁଇ ବାଇକ ଆରୋହୀ ଗୁରୁତର ଭାବରେ ଆହତ ହୋଇଥିବା ବେଳେ ସେମାନଙ୍କୁ ହସ୍ପିଟାଲ ନେବା ସମୟରେ ହିଁ ମୃତ୍ୟୁ ଘଟିଥିଲା । ସୂଚନା ଅନୁଯାୟୀ, ପାପଡାହାଣ୍ଡିର ତୁରୀ ନଦୀରେ ପୋଲ ନିର୍ମାଣ କାମ ଜାରି ରହିଥିବା ବେଳେ ଲୋକଙ୍କ ସୁରକ୍ଷା ପାଇଁ ପୋଲରୁ କିଛି ଦୂରରେ ଏକ ମାଟି କାନ୍ଥ କରାଯାଇଛି । ତେବେ ବାଇକ ଚାଳକ ଭାରସାମ୍ୟ ହରାଇ ପ୍ରଥମେ ଉକ୍ତ ମାଟି କାନ୍ଥରେ ବାଡେଇ ହେବା ପରେ ପୋଲ ତଳକୁ ଖସି ପଡ଼ିଥିଲେ।ପୋଲ ତଳକୁ ଖସି ପଡ଼ିବା ଯୋଗୁ ୨ ଜଣ ଗୁରୁତର ଭାବେ ଆହତ ହୋଇଥିଲେ । ପୋଲିସ ଏ ସଂକ୍ରାନ୍ତରେ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ପାପଡାହାଣ୍ଡି ଥାନାରେ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ କରିଥିଲା। ପରେ ଶବକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button