IBN ଓଡ଼ିଶା ବ୍ୟୁରୋ

କଣ ଭାଗ୍ୟ ଆପଣଙ୍କ ସପକ୍ଷରେ ରହୁ ନାହିଁ? ତା ହେଲେ ଏହି ରତ୍ନ ପରିଧାନ କରନ୍ତୁ

କ୍ୟାରିୟରରେ ସଫଳତା, ଧନପ୍ରାପ୍ତି ପାଇଁ ଏହି ରତ୍ନ ଧାରଣ କରିବା ଉଚିତ। ରତ୍ନ ଶାସ୍ତ୍ରରେ ଏହି ରତ୍ନ ସହିତ ବୁଧ ଗ୍ରହର ସମ୍ବନ୍ଧ ରହିଛି ବୋଲି ମାନା ଯାଇଛି।

– ଧାରଣ କରନ୍ତୁ ଏହି ରତ୍ନ।

– କିଛିଦିନ ମଧ୍ୟରେ ବଦଳି ଯିବ ଭାଗ୍ୟ।

– ଧନ ପ୍ରାପ୍ତି ହେବାର ଯୋଗ ରହିଛି।

ସମସ୍ତଙ୍କ ଜୀବନରେ ଅନେକ ସମସ୍ୟା, ଦୁଃଖ, ସୁଖ ଆସିଥାଏ। ଜ୍ୟୋତିଷ ଶାସ୍ତ୍ରରେ ଏହି ସମସ୍ୟା ଗୁଡିକରୁ ବଞ୍ଚିତ ହେବା ପାଇଁ ଓ ଜୀବନରେ ଖୁସିରେ ବଞ୍ଚିବା ପାଇଁ ଅନେକ ଉପାୟ ବିଷୟରେ ବର୍ଣ୍ଣନା କରାଯାଇଛି। ଆଜି ଆମେ ରତ୍ନ ଶାସ୍ତ୍ର ଜରିଆରେ ଅନେକ ଟଙ୍କା ଉପାର୍ଜନ ଓ ସଫଳତା ପାଇବାର ଉପାୟ ଜାଣିବା। ଏଥିପାଇଁ ଆପଣଙ୍କୁ ଏକ ରତ୍ନ ବ୍ୟବହାର କରିବାକୁ ପଡ଼ିବ। ଦେଖିବେ ଆପଣ ନିଶ୍ଚିତ ରୂପରେ ସୁଫଳ ପାଇବେ।

ସବୁଜ ରଙ୍ଗର ରତ୍ନ ବଦଳାଇ ଦେଇଥାଏ ଭାଗ୍ୟ :-

ରତ୍ନ ଶାସ୍ତ୍ରରେ ଯେଉଁ ରତ୍ନକୁ ଅଧିକ ଶକ୍ତିଶାଳୀ ମାନା ଯାଇଛି, ସେଥିରୁ ବୁଧ ଗ୍ରହ ସହିତ ଜଡ଼ିତ ସବୁଜ ରତ୍ନ ମଧ୍ୟ ସାମିଲ ରହିଛି। ଏହାକୁ ପରିଧାନ କରିବା ଦ୍ଵାରା ଧନସମ୍ପତ୍ତି, ସଫଳତା, ସୁଖଶାନ୍ତି ପ୍ରାପ୍ତ ହୋଇଥାଏ।ଯଦି ବୁଧ ଗ୍ରହର ମହାଦଶା ଚାଲିଛି, ତାହେଲେ ଏହି ରତ୍ନକୁ ନିଶ୍ଚିତ ଭାବରେ ପରିଧାନ କରିବା ଉଚିତ।

କାରବାରରେ ମିଳିଥାଏ ଅଧିକ ଲାଭ :-

ବୁଧ ଗ୍ରହ ବ୍ୟବସାୟ ଓ ବ୍ୟାପାରର କାରକ ଗ୍ରହ ଅଟେ। ଏହି ସବୁଜ ରତ୍ନକୁ ପରିଧାନ କରିବା ଦ୍ଵାରା ବୁଧ ଗ୍ରହର କୃପା ଦୃଷ୍ଟି ପଡ଼ିଥାଏ। ଏହାସହିତ ବ୍ୟବସାୟରେ ଆଶାନୁରୂପ ସଫଳତା ମିଳିଥାଏ। ଏହି ସବୁଜ ରତ୍ନକୁ ବିଶେଷଜ୍ଞଙ୍କ ପରାମର୍ଶ ଅନୁସାରେ ପରିଧାନ କରିବା ଉଚିତ। ଛାତ୍ରଛାତ୍ରୀ ମାନଙ୍କୁ ସବୁଜ ରତ୍ନ ପରିଧାନ କରିବା ଅତ୍ୟନ୍ତ ଲାଭଦାୟକ ସାବ୍ୟସ୍ତ ହୋଇଥାଏ।ଏହାଦ୍ଵାରା ସେମାନଙ୍କର ଏକାଗ୍ରତା ଓ ବୁଦ୍ଧି ବଢ଼ିଥାଏ।

ଏଭଳି ଧାରଣ କରନ୍ତୁ ରତ୍ନ :-

ଯଦି ଆପଣ ଏହି ସବୁଜ ରତ୍ନ ଧାରଣ କରିବାକୁ ଚାହୁଁଛନ୍ତି, ତାହେଲେ ଏହାକୁ ବୁଧବାର ଦିନ ଧାରଣ କରନ୍ତୁ। ଏଭଳି କରିବା ଆପଣଙ୍କ ପାଇଁ ଶୁଭ ରହିବ।ଏହାଛଡା ଯଦି ଏହି ରତ୍ନକୁ ଆପଣ ଅଶ୍ଳେଷା, ପୂର୍ବା ଫାଲଗୁନୀ, ରେବତୀ ବା ପୁଷ୍ୟା ନକ୍ଷତ୍ରରେ ଧାରଣ କରିବେ, ତାହେଲେ ଆପଣଙ୍କୁ ନିଶ୍ଚିତ ଭାବରେ ସୁଫଳ ମିଳିବ। ଏହି ରତ୍ନକୁ ଆପଣ ସୁନା ମୁଦି ସହିତ ଧାରଣ କଲେ ଅଧିକ ଫଳପ୍ରଦ ହେବ।

Related Articles

Leave a Reply

Your email address will not be published. Required fields are marked *

Back to top button