IBN ଓଡ଼ିଶା ବ୍ୟୁରୋ

ଆଣ୍ଠୁ ବିନ୍ଧା, ଅଣ୍ଟା ବିନ୍ଧା, ଗୋଇଁଠି ବିନ୍ଧା ସମସ୍ତ ପ୍ରକାର ରୋଗକୁ କେବଳ ଦୁଇ ମିନଟରେ ଶେଷ କରିଦେବ ଏହି ରାମବାଣ ଉପାୟ

ଆଜିକାଲି ଆଣ୍ଠୁ ଗଣ୍ଠି ବିନ୍ଧା ସମସ୍ୟା ସାଧାରଣ ହୋଇ ଗଲାଣି। ପ୍ରତ୍ୟେକ ଲୋକଙ୍କର ବୟସ ପୂର୍ବରୁ ହିଁ ଆଣ୍ଠୁ ଗଣ୍ଠି ବିନ୍ଧା ସମସ୍ୟା ଆରମ୍ଭ ହୋଇ ଯାଉଛି। କିନ୍ତୁ ଏହି ବିନ୍ଧା ରୋଗ ଖୁବ୍ ଶୀଘ୍ର ଭଲ ହୋଇ ନଥାଏ। ବେଳେବେଳେ ଏହି ବିନ୍ଧା ସମସ୍ୟା ବହୁତ ଅସହ୍ୟ ହୋଇ ଯାଇଥାଏ। ଆଁଠୁଗଣ୍ଠି ବିନ୍ଧା ସମସ୍ୟା ଦେଖା ଦେଲେ, କୌଣସି କାର୍ଯ୍ୟ କରିବା ପାଇଁ ଆମେ ଅସମର୍ଥ ହେଉ ଏବଂ ଆମ ଶରୀର ଦୁର୍ବଳ ହୋଇଯାଏ। ବେଳେବେଳେ ଶରୀରର ଶିରା ଅଧିକ ଟାଣି ଗଲା ଭଳି ହୋଇ ଯାଏ ଏବଂ ଅଣ୍ଟା ଓ ପିଠି ବହୁତ ବ୍ୟଥା ହୋଇଥାଏ। ଏହାର ମୁଖ୍ୟ କାରଣ ହେଉଛି ଆମେ ଖାଉଥିବା ଖାଦ୍ୟରେ ପୋଷକର ଅଭାବ ଏବଂ ଆମର ଖରାପ ଜୀବନଶୈଳୀ।

ଆମେ ପ୍ରତ୍ୟେକଦିନ ଯେଉଁ ଖାଦ୍ୟ ଖାଇ ଥାଉ, ସେଥିରେ ଆଜିକାଲି ବିଭିନ୍ନ ପ୍ରକାରର କେମିକାଲ ମିଶା ଯାଉଛି। ଏହାଦ୍ଵାରା ଆମ ଶରୀରକୁ ଶୁଦ୍ଧ ଖାଦ୍ୟ ମିଳି ପାରୁ ନାହିଁ ଏବଂ ପୋଷଣର ଅଭାବ ଯୋଗୁଁ ଆମ ଶରୀରରେ ବିଭିନ୍ନ ପ୍ରକାରର ସମସ୍ୟା ଦେଖା ଯାଉଛି, ଯେପରି ହାଡ଼ ଦୁର୍ବଳ ହୋଇଯିବା, ଏସିଡ଼ିଟି, ମେଦବହୁଳତା, ମଧୁମେହ ଏପରି ଅନେକ ପ୍ରକାରର ରୋଗ ଆଣ୍ଠୁ ଗଣ୍ଠି ବିନ୍ଧା ଆଦି ଆରମ୍ଭ ହୋଇ ଯାଉଛି। ବାହାର ଖାଦ୍ୟରେ ଅଧିକ ପରିମାଣରେ ତେଲ ମସଲା ଭରି ରହିଥାଏ। ଏହା ଆମ ଶରୀର ପାଇଁ ବହୁତ କ୍ଷତିକାରକ ଅଟେ।

ଜୀବନଶୈଳୀ ଖରାପ ଥିବା କାରଣରୁ ଆମ ଶରୀର ଭିତରେ ରକ୍ତର ପରିମାଣ ବୃଦ୍ଧି ହେଉ ନାହିଁ ଏବଂ ଆମେ ଖୁବ୍ ଶୀଘ୍ର ଦୁର୍ବଳ ହୋଇ ଯାଉଛୁ। ଆମ ଶରୀରରେ ଥିବା ବିଷାକ୍ତ ପଦାର୍ଥ ବାହାରକୁ ନ ଆସିବା ପର୍ଯ୍ୟନ୍ତ ଆମ ଶରୀର ସବଳ ହୋଇ ପାରିବ ନାହିଁ। ତେଣୁ ଆଜି ଆମେ ଆପଣଙ୍କୁ କିଛି ଏଭଳି ଉପାୟ ବିଷୟରେ କହିବାକୁ ଯାଉଛୁ, ଯାହାକୁ ପ୍ରୟୋଗ କରିବା ଦ୍ୱାରା ଆପଣଙ୍କ ଶରୀରରେ ଥିବା ସମସ୍ତ ସମସ୍ୟା ଦୂର ହୋଇଯିବ।

ଏହି ଉପାୟ କରିବା ପାଇଁ ଆପଣଙ୍କୁ କିଛି ଅରଖ ପତ୍ର ଆବଶ୍ୟକ । କିନ୍ତୁ ଏହି ପତ୍ରକୁ ବ୍ୟବହାର କରିବା ସମୟରେ ଆପଣଙ୍କୁ ସାବଧାନ ରହିବା ଉଚିତ। ଆପଣ ଯେତେବେଳେ ଏହି ପତ୍ରକୁ ତୋଳିବେ, ସେତେବେଳେ ତାର କ୍ଷୀର ଠାରୁ ନିଜକୁ ବଞ୍ଚେଇ ରଖନ୍ତୁ, ଖାସ କରି ନିଜ ଆଖିକୁ ବଞ୍ଚେଇ ରଖନ୍ତୁ। ତେଣୁ ଆପଣ ୧୫ଟି ଅରଖ ଫୁଲ ନିଅନ୍ତୁ। ଗୋଟିଏ ଗିନା ପାଣିରେ ଏହାକୁ ଫୁଟାଇ ଦିଅନ୍ତୁ। ଏହାପରେ ସେହି ଫୁଲକୁ କାଢି ସେହି ପାଣିକୁ ନେଇ ନିଜର ବିନ୍ଧୁଥିବା ସ୍ଥାନକୁ ଧୋଇ ଦିଅନ୍ତୁ। ଏହାପରେ ଆପଣ ସେହି ଫୁଲକୁ ଏକ ଶୁଖିଲା କପଡାରେ ଗୁଡ଼ାଇ ନିଜର ବିନ୍ଧା ସ୍ଥାନରେ ଘଷନ୍ତୁ।

ଦ୍ୱିତୀୟ ଉପାୟ ହେଉଛି, ଅରଖ ପତ୍ରରେ ସୋରିଷ ତେଲ କିମ୍ବା ରାଶି ତେଲ ଲଗାଇ ତାକୁ ତାୱାରେ ଗରମ କରି ନିଅନ୍ତୁ। ସେହି ପତ୍ରକୁ ନେଇ ଆପଣଙ୍କର ବିନ୍ଧା ସ୍ଥାନରେ ଲଗାଇ ବାନ୍ଧି ଦିଅନ୍ତୁ।ଏହାଛଡା ଆପଣ ସେହି ଅରଖ ପତ୍ରକୁ ତୋଳିବା ସମୟରେ ଯେଉଁ କ୍ଷୀର ବାହାରିବ, ତାକୁ ନିଜ ଆଣ୍ଠୁରେ ଲଗେଇ ଦିଅନ୍ତୁ। ଦେଖିବେ ଆପଣଙ୍କର ଆଁଠୁଗଣ୍ଠି ବିନ୍ଧା ସମସ୍ୟା ଖୁବ୍ ଶୀଘ୍ର ଦୂର ହୋଇଯିବ। ସେହି ବିନ୍ଧା ମଧ୍ୟ ଭଲ ହୋଇ ଯାଇଥାଏ।ତେବେ, ସାଙ୍ଗମାନେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା, ତାହେଲେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଶ୍ଚିତ ଭାବରେ ସମସ୍ତଙ୍କୁ ସେୟାର କରନ୍ତୁ।

Related Articles

Leave a Reply

Your email address will not be published. Required fields are marked *

Back to top button