ଦେଶ

ଲାଇଭ୍ ସୋ’ରେ ଚାପୁଡ଼ା ଖାଇଲେ ହାସ୍ୟାଭିନେତା – Ibnodisha

[ad_1]

ଇସଲାମାବାଦ : ଲାଇଭ୍ ସୋ’ରେ ଚାପୁଡ଼ା ଖାଇଲେ ହାସ୍ୟାଭିନେତା । ହନିମୁନ କଥା ପଚାରିବାରୁ ପାକିସ୍ତାନର ପ୍ରସିଦ୍ଧ ଗାୟିକା ଶାଜିଆ ମଞ୍ଜୁର ହାସ୍ୟ ଅଭିନେତା ଶେରି ନନ୍ହାଙ୍କୁ ଗୋଟିଏ ପରେ ଗୋଟିଏ ଚାପୁଡ଼ା ମାରିଥିବା ଜଣାପଡ଼ିଛି। ଏହି ଘଟଣା ସମୟର ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ତେବେ ଏହି ଭିଡିଓରେ, ଶାଜିଆ ମଞ୍ଜୁର ହାସ୍ୟ ଅଭିନେତାଙ୍କ ଉପରେ ରାଗିଯାଇ ତାଙ୍କୁ ମାଡ଼ ମାରିଥିବା ଦେଖିବାକୁ ମିଳିଛି। ତେବେ ସୂଚନା ଅନୁଯାୟୀ, ଶାଜିଆଙ୍କୁ ହନିମୁନ ସହ ଜଡ଼ିତ ପ୍ରଶ୍ନ ପଚାରିଥିଲେ ଶେରି। ଏହି ପ୍ରଶ୍ନ ଶୁଣି ଶାଜିଆ ରାଗିଯାଇ ଶେରିଙ୍କୁ ମାଡ଼ ମାରିଥିଲେ। ଶେରି ପଚାରିଥିଲେ ଯେ, ‘ଯଦି ଆମେ ବିବାହ କରିବା ତେବେ ମୁଁ ତୁରନ୍ତ ତୁମକୁ ହନିମୁନ୍ ପାଇଁ ମଣ୍ଟେ କାର୍ଲୋକୁ ନେଇଯିବି। ତୁମେ ବିମାନରେ କେଉଁ ଶ୍ରେଣୀରେ ଯିବାକୁ ଚାହିବ ତାହା ମୋତେ କହିପାରିବ କି?’ ଏହା ଶୁଣି ଶାଜିଆ ମଞ୍ଜୁର ନିଜର ରାଗକୁ ନିୟନ୍ତ୍ରଣ କରିପାରିନଥିଲେ। ତୁରନ୍ତ ସେ ନିଜ ଆସନରୁ ଉଠି ଆସି ଶେରିଙ୍କୁ ଚାପୁଡ଼ା ମାରିବା ଆରମ୍ଭ କରିଥିଲେ। ମାଡ଼ ମାରି ସେ କହିଥିଲେ, ‘ତୁମକୁ ଲାଜ ଲାଗୁନାହିଁ ଏଭଳି କହୁଛ। ପୂର୍ବଥର ମଧ୍ୟ ଏଭଳି ଅଶାଳୀନ କଥା କହିଥିଲ। ହେଲେ ପରେ ଥଟ୍ଟା କରୁଛ ବୋଲି କହିବାରୁ ମୁଁ କିଛି କହିନଥିଲି। ହେଲେ ଏବେ ପୁଣି ଏଭଳି ଅଜବ ପ୍ରଶ୍ନ ମୋତେ ପଚାରୁଛ। ଲାଜ ଲାଗୁନାହିଁ ତୁମକୁ।’ଏଭଳି କହି ସେ ଶେରିଙ୍କୁ ମାଡ଼ ମାରୁଥିବା ବେଳେ ସୋ’ର ଉପସ୍ଥାପକ ତାଙ୍କୁ ଅଟକାଇବାକୁ ଆସିଥିଲେ। ହେଲେ ମୋତେ ଅଟକାଅ ନାହିଁ ବୋଲି କହିଥିଲେ ଶାଜିଆ।

 

 

The post ଲାଇଭ୍ ସୋ’ରେ ଚାପୁଡ଼ା ଖାଇଲେ ହାସ୍ୟାଭିନେତା appeared first on ONA KHABAR.

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button