IBN ଓଡ଼ିଶା ବ୍ୟୁରୋ

ରାଶି ପରିବର୍ତ୍ତନ କରିବେ ଶୁକ୍ର, ଖୁବ୍ ଶୀଘ୍ର ମେଷ ସହ ଧନୀ ହେବାକୁ ଯାଉଛନ୍ତି ଏହି ୪ ରାଶିର ବ୍ୟକ୍ତି

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଶୁକ୍ରଙ୍କୁ ଧନ, ଐଶ୍ବର୍ଯ୍ୟର କାରକ ଭାବେ ବିବେଚନା କରାଯାଏ । ଏହା ବ୍ୟତୀତ ଶୁକ୍ର ମାତା ଲକ୍ଷ୍ମୀଙ୍କ ସହ ମଧ୍ଯ ଜଡିତ । ଶାସ୍ତ୍ର ଅନୁଯାୟୀ, ଶୁକ୍ର ମାର୍ଚ୍ଚ ୨୦ ତାରିଖରେ ରାଶି ପରିବର୍ତ୍ତନ କରି ତୁଳା ରାଶିରେ ପ୍ରବେଶ କରିବେ । ଶୁକ୍ରଙ୍କ ଏହି ଚଳନ ଅନେକ ରାଶିର ଜୀବନରେ ବଡ଼ ପରିବର୍ତ୍ତନ ଆଣିବ । ତେବେ ଆସନ୍ତୁ ଜାଣିବା କେଉଁ ୫ ରାଶିଙ୍କୁ ଧନବାନ କରିବେ ଶୁକ୍ର । ଧନୀ ହେବେ ଏହି ୫ ରାଶିର ବ୍ୟକ୍ତି…

ତୁଳା ରାଶି :- ଶୁକ୍ରଙ୍କ ଏହି ଚଳନ ତୁଳା ରାଶି ପାଇଁ ମଧ୍ଯ ଶୁଭଫଳ ଦାୟୀ ରହିବ । ଏହି ସମୟରେ ଆର୍ଥିକ ଲାଭ ମିଳିବା ନେଇ ସମ୍ଭାବନା ରହିଛି । ପ୍ରେମ ଓ ବୈବାହିକ ଜୀବନ ସୁଖମୟ ହେବ । କ୍ୟାରିୟରେ ସଫଳତା ମିଳିବ । କର୍ମକ୍ଷେତ୍ରରେ ଭଲ ପ୍ରଦର୍ଶନ ସହ ପଦୋନ୍ନତି ନେଇ ଯୋଗ ରହିଛି । ବ୍ୟବସାୟରେ ବିପୁଳ ଲାଭ ପାଇବେ ।

କର୍କଟ ରାଶି :- ଶୁକ୍ରଙ୍କ ଏହି ଚଳନ କର୍କଟ ରାଶିର ଲୋକଙ୍କୁ ଶୁଭଫଳ ପ୍ରଦାନ କରିବ । ଆୟ ବୃଦ୍ଧି ସହ ବିଭିନ୍ନ ଉତ୍ସରୁ ଟଙ୍କା ଆସିବ । ଆର୍ଥିକ୍ ସମସ୍ୟା ଦୂର ହେବ । ବ୍ୟବସାୟ ଶ୍ରେଣୀର ଲୋକେ ଲାଭବାନ ହେବେ । ବିନିଯୋଗରୁ ଲାଭ ମିଳିବ । ଚାକିରି ଓ ବ୍ୟବସାୟରେ ଅଗ୍ରଗତି କରିବେ । ତଥାପି, ଏହି ଅବଧି ମଧ୍ୟରେ ଭାବିଚିନ୍ତି ନିବେଶ କରନ୍ତୁ ।

ବିଛା ରାଶି :- ଏହି ସମୟରେ ବିଛା ରାଶିର ବିଶେଷଙ୍କୁ ବିଶେଷ ଶୁଭଫଳ ମିଳିବ । ବ୍ୟକ୍ତିତ୍ୱର ଉନ୍ନତି ହେବ । ଏହି ସମୟରେ ନେଇଥିବା ନିଷ୍ପତ୍ତି ଭବିଷ୍ୟତରେ ଲାଭଦାୟୀ ପ୍ରମାଣିତ ହେବ । ବ୍ୟବସାୟୀମାନେ ଉପକୃତ ହେବେ । ବୈବାହିକ ଜୀବନ ସୁଖମୟ ହେବ । ଯାନବାହାନ କିମ୍ବା ନୂତନ ଜମି କ୍ରୟ ନେଇ ଯୋଗ ରହିଛି । ବିନିଯୋଗରୁ ଆର୍ଥିକ ଲାଭ ମିଳିବ ।

ମେଷ ରାଶି :- ଶୁକ୍ରଙ୍କ ଚଳନର ଶୁଭ ପ୍ରଭାବ ହେତୁ ପ୍ରେମ ଜୀବନରେ ଅନେକ ସକରାତ୍ମକ ପରିବର୍ତ୍ତନ ଆସିବ । ବ୍ୟବସାୟୀମାନେ ଏହି ଅବଧି ମଧ୍ୟରେ ବିଶେଷ ସୁବିଧା ପାଇବେ । ବ୍ୟବସାୟରେ ଏକ ବଡ଼ ଡିଲ୍ ଚୂଡାନ୍ତ ହୋଇପାରେ । ପରିବାର ଲୋକଙ୍କ ସହଯୋଗ ମିଳିବ । ପ୍ରେମ ଜୀବନ ସୁଖମୟ ହେବ । ଅଟକ ରହିଥିବା କାର୍ଯ୍ୟ ପୂରଣ ହେବ ।

Related Articles

Leave a Reply

Your email address will not be published. Required fields are marked *

Back to top button