IBN ଓଡ଼ିଶା ଏକ୍ସକ୍ଲୁସିଭ୍ରାଜନୀତି

ବିବେକ ଗନ୍ତାୟତ ହେଲେ ଓବିସି ମୋର୍ଚ୍ଚା ଜିଲ୍ଲା ସଭାପତି

ଯାଜପୁର,(IBN ଓଡିଶା, ବ୍ୟୁରୋ)ଭାରତୀୟ ଜନତା ପାର୍ଟି ଓବିସି ମୋର୍ଚ୍ଚା ଓଡିଶା,ତରଫରୁ ଯାଜପୁର ଜିଲ୍ଲା ସଭାପତି ଭାବେ ଶ୍ରୀଯୁକ୍ତ ବିବେକ ଗନ୍ତାୟତ ଙ୍କୁ ଦାଇତ୍ୱ ନ୍ୟସ୍ତ କରିଛି ଦଳ।ଓବିସି ମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀଯୁକ୍ତ ସୁରଥ ବିଶ୍ୱାଳ ମୋର୍ଚ୍ଚାର ରାଜ୍ୟ କାର୍ଯ୍ୟ କାରିଣୀ ରେ ବିବେକ ଙ୍କୁ ଗତ ତା-୦୮/୦୨/୨୦୨୪ ଏକ ପତ୍ର ମାଧ୍ୟମରେ ଜଣାଇବା ସହ ଏହାର ଏକକିତା ନକଲ ଯାଜପୁର ଜିଲ୍ଲା ବିଜେପି ସଭାପତି,ଜିଲ୍ଲା ପ୍ରଭାରୀ ଓ ରାଜ୍ୟ ସାଧାରଣ ସମ୍ପାଦକ ଙ୍କ ଅବଗତି ନିମନ୍ତେ ପ୍ରେରଣା କରାଯାଇଛି।୨୦୦୩ ମସିହାରେ ଭାରତୀୟ ଜନତା ପାର୍ଟିର ନୀତି ଆଦର୍ଶ ରେ ଅନୁପ୍ରାଣିତ ହୋଇ ଦଳରେ ଯୋଗ ଦେଇଥିଲେ ବିବେକ।ବିବେକ ଦଳରେ ବହୁ ଗୁରୁଦାୟିତ୍ୱ ତୁଲାଇବା ସହ ଶୃଙ୍ଖଳିତ ଯୁବନେତା ଭାବେ ଜିଲ୍ଲାରେ ପରିଚିତ।ଏପରିକି ପାର୍ଟି ପାଇଁ ତଳ ସ୍ତରରୁ ସେ ସୁଚାରୁରୂପେ କାର୍ଯ୍ୟ କରିବା ସହ ତୃଣ ମୂଳ ସ୍ତରରେ ସଂଗଠନ କୁ ସୁଦୃଢ଼ କରିବାରେ ବିବେକ ଭାରି ଓସ୍ତାଦ।ଯେଉଁଥିପାଇଁ ବିବେକ ଙ୍କୁ ଦଳ ବିଶ୍ୱାସ ଭରସା କରି ପ୍ରଥମେ ୨୦୧୩ ଏବଂ ୨୦୧୪ ରେ ଯାଜପୁର ଜିଲ୍ଲାର ବିଜେପି ଯୁବମୋର୍ଚ୍ଚା ସମ୍ପାଦକ,ପରେ ପରେ ଦୁଇ ଦୁଇ ଥର ଜିଲ୍ଲାର ଯୁବ ମୋର୍ଚ୍ଚା ଉପସଭାପତି,ଓ ଜିଲ୍ଲା କାର୍ଯ୍ୟ କାରିଣୀ ସଦଶ୍ୟ ବିଜେପି,୨୦୧୮/୧୯ରେ ଧର୍ମଶାଳା ନିର୍ବାଚନ ମଣ୍ଡଳୀର ୧୫ନମ୍ବର ଜୋନ୍ ର ବିଜେପି ମଣ୍ଡଳ ସାଧାରଣ ସମ୍ପାଦକ,୨୦୨୧/୨୨ରେ ୧୪ନମ୍ବର ଜୋନ୍ ର ପ୍ରଭାରୀ ଦାୟିତ୍ୱ ତୁଲାଇବା ସହ ୨୦୨୩ ନଭେମ୍ବର ମାସରୁ ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ଯୋଜନା ର ଯାଜପୁର ଜିଲ୍ଲା ସଂଯୋଜକ ଦାୟିତ୍ୱ ଦେଇଛି ଦଳ।ଖାଲି ସେତିକି ନୁହେଁ
ସଭାସମିତି ଠାରୁ ଆରମ୍ଭ କରି ପଦ୍ମପୁର ଏବଂ ଧାମନଗର ଉପ ନିର୍ବାଚନ ରେ ଦଳ ପାଇଁ ନିଷ୍ଠାର ସହ କାର୍ଯ୍ୟ ତୁଲାଇଥିଲେ ବିବେକ।ଆଉରି ମଧ୍ୟ ପାର୍ଟି ପାଇଁ ସେ ଉତ୍ତରପ୍ରଦେଶ ରେ ରାଷ୍ଟ୍ରୀୟ ଯୁବ ମୋର୍ଚ୍ଚା ଅଧିବେଶନ ଏବଂ ହାଇଦ୍ରାବାଦ ରେ ବିଜେପି ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକରେ ଯୋଗ ଦେଇ ନିଜର ଅଭିଭାଷଣ ରଖିଥିଲେ।ପାର୍ଟି ପାଇଁ ନିଷ୍ଠାର ସହ କାର୍ଯ୍ୟ କରି ଗୋଟିଏ ପରେ ଗୋଟିଏ ପଦବୀ ବିବେକଙ୍କୁ ଦଳ ଦେଉଥିବା ବେଳେ ସେ କେନ୍ଦ୍ର ଶିକ୍ଷା ଏବଂ ଦକ୍ଷତା ବିକାଶ ମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ସଭାପତି ମନମୋହନ ସାମଲ, ସଂଗଠନ ମହାମନ୍ତ୍ରି ଓଡ଼ିଶା, ମାନସ ମହାନ୍ତି, ଓବିସି ମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀଯୁକ୍ତ ସୁରତ ବିଶ୍ବାଳ, ଓବିସି ମୋର୍ଚ୍ଚା ସାଧରଣ ସମ୍ପାଦକ ଓଡ଼ିଶା, ଜ୍ଞାନେଦ୍ର ସ୍ୱାଇଁ ଯାଜପୁର ଜିଲ୍ଲା ସଭାପତି ଶ୍ରୀଯୁକ୍ତ ଗୌତମ ରାୟ ଙ୍କୁ କୃତଜ୍ଞତା ଜଣାଇଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button