ଦେଶ

ଇସ୍ରାଏଲର ଡ୍ରୋନ ଆକ୍ରମଣରେ ୭ ହେଜବୁଲ୍ଲା ସଦସ୍ୟ ମୃତ – Ibnodisha

[ad_1]

ଲେବାନନ: ହମାସକୁ ସମର୍ଥନ କରୁଥିବା ଲେବାନନର ହେଜବୁଲ୍ଲା ଆତଙ୍କୀ ସଂଗଠନ ଓ ଇସ୍ରାଏଲ ମଧ୍ୟରେ ଜୋରଦାର ସଂଘର୍ଷ ଜାରି ରହିଛି । ଏହାରି ମଧ୍ୟରେ ଶନିବାର ସକାଳେ ହେଜବୁଲ୍ଲା ଆତଙ୍କୀଙ୍କୁ ଟାର୍ଗେଟ କରି ଦକ୍ଷିଣ ଲେବାନନରେ ଭୟଙ୍କର ଡ୍ରୋନ ଷ୍ଟ୍ରାଇକ କରିଛି ଇସ୍ରାଏଲ । ଏଥିରେ ୩ ଜଣେ ହେଜବୁଲ୍ଲା ସଦସ୍ୟଙ୍କ ମୃତ୍ୟୁ ହୋଇଥିବା ଖବର ରହିଛି । ସେହିପରି ବିଳମ୍ବିତ ରାତିରେ ରାମିଆରେ ଆଉ ଏକ ଏୟାରଷ୍ଟ୍ରାଇକରେ ୪ ଜଣେ ହେଜବୁଲ୍ଲା ସଦସ୍ୟଙ୍କ ମୃତ୍ୟୁ ହୋଇଛି । ଫଳରେ ମୋଟ ମୃତ୍ୟୁସଂଖ୍ୟା ୭କୁ ବୃଦ୍ଧି ପାଇଛି ।

ସ୍ଥାନୀୟ ନ୍ୟୁଜ ଏଜେନ୍ସି ଅନୁଯାୟୀ, ଇସ୍ରାଏଲ ପ୍ରଥମେ ଦକ୍ଷିଣ ଲେବାନନର ନୋକ୍ୟୁରା ଅଞ୍ଚଳରେ ଏକ କାର୍ ଉପରେ ଡ୍ରୋନ ଆକ୍ରମଣ କରିଥିଲା । ଇସ୍ରାଏଲ ସେନା ଅନୁସାରେ, ସେହି କାର୍ରେ କିଛି ଆତଙ୍କବାଦୀ ବସିଥିଲେ, ଯେଉଁମାନେ ଇସ୍ରାଏଲ ଅଞ୍ଚଳରେ ରକେଟ୍ ମାଡ଼ କରିଥିଲେ । ହେଜବୁଲ୍ଲା ଅଧିନରେ ଥିବା ଇମାମ ହୋସେନ ଡିଭିଜନ ନିର୍ଦ୍ଦେଶରେ ସେହି ଆତଙ୍କୀମାନେ କାମ କରୁଥିଲେ । ତେବେ ଇସ୍ରାଏଲ ଆକ୍ରମଣରେ ୭ ଜଣଙ୍କ ମୃତ୍ୟୁ ହୋଇଥିବା ଗତକାଲି ହେଜବୁଲ୍ଲା ପକ୍ଷରୁ ଘୋଷଣା କରାଯାଇଛି । କିନ୍ତୁ କେତେବେଳେ ଏବଂ କେଉଁଠି ଏହି ଆକ୍ରମଣ ହୋଇଥିଲା ସେନେଇ ସ୍ପଷ୍ଟ ସୂଚନା ଦିଆଯାଇନି ।

ହମାସ୍ ସହ ଯୁଦ୍ଧ ଆରମ୍ଭ ପରଠୁ ଲେବନାନ ଓ ଇସ୍ରାଏଲ ସୀମାରେ ଲେବାନାନ ଭିତ୍ତିକ ଆତଙ୍କୀ ଗୋଷ୍ଠୀ ଏବଂ ଇସ୍ରାଏଲ ସେନା ମଧ୍ୟରେ ଗୁଳିଗୋଳା ବିନିମୟ ଜାରି ରହିଛି । ଏହି ଆକ୍ରମଣ ଓ ପ୍ରତିଆକ୍ରମଣରେ ହେଜବୁଲ୍ଲାର ୨୦୦ରୁ ଅଧିକ ସଦସ୍ୟଙ୍କ ମୃତ୍ୟୁ ହୋଇଥିବା ବେଳେ ଅତିକମରେ ଲେବନାନର ୩୭ ଜଣ ନାଗରିକଙ୍କ ପ୍ରାଣହାନି ଘଟିଛି । ସେହିପରି ଇସ୍ରାଏଲର ପ୍ରାୟ ୯ ଜଣ ସେନାଙ୍କ ସହ ୯ ଜଣ ନାଗରିକଙ୍କ ମଧ୍ୟ ମୃତ୍ୟୁ ହୋଇଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button