ଦେଶ

ମାସିକ ୧ ହଜାର ଟଙ୍କା ଲେଖାଏ ପାଇବେ ମହିଳା, ଘୋଷଣା କଲେ ଆପ୍‌ ସରକାର – Ibnodisha

[ad_1]

ଦୀଲ୍ଲି : ମହିଳାମାନଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି ଆପ୍‌ ସରକାର। ମୁଖ୍ୟମନ୍ତ୍ରୀ ମହିଳା ସମ୍ମାନ ଯୋଜନାରେ ମହିଳାମାନଙ୍କୁ ମାସିକ ୧ ହଜାର ଟଙ୍କା ଲେଖାଏ ମିଳିବ ବୋଲି ଘୋଷଣା କରିଛନ୍ତି । ୨୦୨୪-୨୫ ଆର୍ଥିକ ବର୍ଷରୁ ୧୮ ବର୍ଷ ବୟସରୁ ଅଧିକ ବୟସ୍କ ମହିଳାଙ୍କୁ କେଜ୍ରିୱାଲ ସରକାର ୧ ହଜାର ଟଙ୍କା ଲେଖାଏ ଦେବେ ବୋଲି ଦିଲ୍ଲୀର ଅର୍ଥମନ୍ତ୍ରୀ ଆତିଶୀ ଘୋଷଣା କରିଛନ୍ତି। ଆଜି ଦିଲ୍ଲୀ ବିଧାନସଭାରେ ଆତିଶୀ ପ୍ରଥମଥର ପାଇଁ ଅର୍ଥମନ୍ତ୍ରୀ ଭାବେ ବଜେଟ ଉପସ୍ଥାପନ କରିଛନ୍ତି। ଏହି ସମୟରେ ସେ ମହିଳାମାନଙ୍କ ହୋଇଥିବା ଭତ୍ତା ବ୍ୟବସ୍ଥା ସମ୍ପର୍କରେ ସମସ୍ତଙ୍କୁ ଅବଗତ କରାଇଛନ୍ତି।ଆତିଶୀ କହିଛନ୍ତି, “କେଜ୍ରିୱାଲ ସରକାର ୧୮ ବର୍ଷ ବୟସରୁ ଅଧିକ ସମସ୍ତ ମହିଳାମାନଙ୍କୁ ମାସିକ ୧ ହଜାର ଟଙ୍କା ଲେଖାଏ ଦେବେ। ମୁଖ୍ୟମନ୍ତ୍ରୀ ମହିଳା ସମ୍ମାନ ଯୋଜନାରେ ସମସ୍ତ ମହିଳା ଏହି ସୁବିଧାର ଲାଭ ପାଇପାରିବେ।”ମୁଖ୍ୟମନ୍ତ୍ରୀ ମହିଳା ସମ୍ମାନ ଯୋଜନା ପାଇଁ ୨ ହଜାର କୋଟି ଟଙ୍କାର ବ୍ୟୟରାଦ ମଧ୍ୟ ସରକାର କହିଛନ୍ତି। ମହିଳାମାନଙ୍କୁ ସଶକ୍ତୀକରଣ କରିବା ଉଦ୍ଦେଶ୍ୟରେ ସରକାର ଏପରି ଯୋଜନା କରିଥିବା ଆତିଶୀ କହିଛନ୍ତ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button