ଦେଶ

ଇସ୍ତଫା ଦେଲେ ହାଇକୋର୍ଟର ବିଚାରପତି ଜଷ୍ଟିସ ଅଭିଜିତ ଗଙ୍ଗୋପାଧ୍ୟାୟ – Ibnodisha

[ad_1]

କୋଲକାତା: କୋଲକାତା ହାଇକୋର୍ଟର ବିଚାରପତି ଜଷ୍ଟିସ ଅଭିଜିତ ଗଙ୍ଗୋପାଧ୍ୟାୟ ମଙ୍ଗଳବାର ଇସ୍ତଫା ଦେଇଛନ୍ତି। ଇସ୍ତଫା ଦେବା ସହ ଲୋକସଭା ନିର୍ବାଚନ ପୂର୍ବରୁ ସେ ବିଜେପିରେ ଯୋଗଦେବେ ବୋଲି ପ୍ରକାଶ କରିଛନ୍ତି। ଗଙ୍ଗୋପାଧ୍ୟାୟ ନିଶ୍ଚିତ କରିଛନ୍ତି ଯେ ଆଗାମୀ ୭ ତାରିଖରେ ସେ ବିଜେପିରେ ମିଶିବେ। ତୃଣ ମୂଳ କଂଗ୍ରେସ ବିରୋଧରେ ଛିଡ଼ା ହେବା ପାଇଁ କେବଳ ବିଜେପି ହିଁ ସକ୍ଷମ ବୋଲି ସେ ତାଙ୍କର ମତ ରଖି କହିଛନ୍ତି। ସେ ଦଳରେ କେଉଁ ଦାୟିତ୍ବରେ ରହିବେ ତାହା ଦଳର ହାଇ କମାଣ୍ଡ ନିଷ୍ପତ୍ତି ନେବେ ବୋଲି ଗଙ୍ଗୋପାଧ୍ୟାୟ ଜଣାଇଛନ୍ତି। ସେ ସୋମବାର ଦିନ କହିଥିଲେ କି ‘‘ଜଣେ ବିଚାରପତି ଭାବରେ କାର୍ଯ୍ୟ ସମାପ୍ତ କରିଥିବାରୁ ମୁଁ ମଙ୍ଗଳବାର ଦିନ ଇସ୍ତଫା ଦେବି। କାରଣ କଲିକତା ହାଇକୋର୍ଟର ବିଚାରପତି ପଦରୁ ଇସ୍ତଫା ଦେବା ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାକୁ କିଛି ଆଇନଜୀବୀ ଓ ମକଦମାକାରୀ ମୋତେ ଅନୁରୋଧ କରିଛନ୍ତି।’’ ଏହା ପରେ ସେ ତାଙ୍କର ଭବିଷ୍ୟତ ଯୋଜନା ବିଷୟରେ ପ୍ରକାଶ କରିବେ ବୋଲି କହିଥିଲେ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button