ଦେଶ

ପୂର୍ବତନ ସାଂସଦ ତଥା ବାହୁବଳୀ ନେତା ଧନଞ୍ଜୟ ସିଂହଙ୍କୁ ୭ ବର୍ଷ ଜେଲ୍ – Ibnodisha

[ad_1]

ଲକ୍ଷ୍ନୌ: ନମାମି ଗଙ୍ଗେ ପ୍ରୋଜେକ୍ଟ ମ୍ୟାନେଜରଙ୍କୁ ଅପହରଣ କରି ଟଙ୍କା ଆଦାୟ କରିବା ଅଭିଯୋଗରେ ଉତ୍ତର ପ୍ରଦେଶର ପୂର୍ବତନ ସାଂସଦ ତଥା ବାହୁବଳୀ ନେତା ଧନଞ୍ଜୟ ସିଂହଙ୍କୁ ୭ ବର୍ଷ ଜେଲ୍ ଦଣ୍ଡାଦେଶ ହୋଇଛି। ଏଥିସହ ଧନଞ୍ଜୟ ସିଂଙ୍କୁ ୫୦ ହଜାର ଟଙ୍କା ଜରିମାନା କରିଛନ୍ତି ଜୌନପୁରର ଏମପି-ଏମଏଲଏ କୋର୍ଟ ।କୋର୍ଟରେ ଧନଞ୍ଜୟଙ୍କ ସମର୍ଥକଙ୍କ ପ୍ରବଳ ଭିଡ଼ ମଧ୍ୟରେ ପୁଲିସ ଧନଞ୍ଜୟଙ୍କୁ ସୁରକ୍ଷିତ ଭାବେ ଜିଲ୍ଲା ଜେଲକୁ ନେଇଯାଇଥିଲା। ଏହି ନିଷ୍ପତ୍ତି ବିରୋଧରେ ସେ ହାଇକୋର୍ଟରେ ଆବେଦନ କରିବେ ବୋଲି ଧନଞ୍ଜୟଙ୍କ ଓକିଲ କହିଛନ୍ତି। ମଙ୍ଗଳବାର କୋର୍ଟ ପୂର୍ବତନ ସାଂସଦ ଧନଞ୍ଜୟ ସିଂହ ଓ ସନ୍ତୋଷ ବିକ୍ରମଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ବୁଧବାର ଶୁଣାଣି ଚାଲିଥିବା ବେଳେ ଧନଞ୍ଜୟ ସିଂହଙ୍କ ବହୁ ସମର୍ଥକ କୋର୍ଟ ବାହାରେ ଏକାଠି ହୋଇଥିଲେ। ଶୁଣାଣି ଶେଷ ହେବାର ପାଖାପାଖି ୪୦ ମିନିଟ୍ ପରେ ଧନଞ୍ଜୟ ସିଂହଙ୍କୁ ଏମପି-ଏମଏଲଏ କୋର୍ଟ ଦଣ୍ଡାଦେଶ ଶୁଣାଇଛନ୍ତି। ଶୁଣାଣି ସମୟରେ ସରକାରୀ ଓକିଲ ଆଜୀବନ କାରାଦଣ୍ଡ ପାଇଁ ଆବେଦନ କରିଥିଲେ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button