IBN ଓଡ଼ିଶା ବ୍ୟୁରୋ

ଘରେ ପୂଜା ଘରର ଦ୍ୱାର ର ମୁହଁ କେଉଁ ଦିଗକୁ ହେବା ଜରୁରୀ – Ibnodisha

[ad_1]

ଘରର ସବୁଠୁ ପବିତ୍ର ଓ ସୁଧ ସ୍ଥାନ ପୂଜା ଘର ଅଟେ l ଏହାକୁ ସର୍ବଦା ବାସ୍ତୁ ଅନୁସାରେ ଉପଯୁକ୍ତ ଦିଗରେ ରଖିବା ଜରୁରୀ l ଯାହାଦ୍ୱାରା ଘରକୁ ସକାରାତ୍ମକ ଶକ୍ତିର ଆଗମନ ହେବ l ଏହାଦ୍ୱାରା ଦେବଦେବୀ ଙ୍କ ଆଶୀର୍ବାଦ ପ୍ରାପ୍ତ ହୋଇଥାଏ l ଆସନ୍ତୁ ଜାଣିବା ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଘରର ଠାକୁର ଘର କେଉଁ ଦିଗରେ ରହିବ ଆବଶ୍ୟକ l

– ସର୍ବଦା ଐଶାନ୍ୟ କୋଣ ରେ ରହିବା ଜରୁରୀ l ଘରର ଐଶାନ୍ୟ କୋଣାର ଅନେକ ମହତ୍ୱ ରହିଛି, ଏହା ହେଉଛି ଉତର-ପୂର୍ବ ଦିଗ ଅଟେ l ଉତ୍ତର ଦିଗ ହେଉଛି କୁବେର ଙ୍କ ଦିଗ ଅଟେ l ଏହି ସ୍ଥାନରେ ସର୍ବଦା ସକାରାତ୍ମକ ଉର୍ଜା ର ଆଗମନ ହୋଇଥାଏ l

– ବାସ୍ତୁ ଶାସ୍ତ୍ର ଅନୁସାରେ ଏହି ଦିଗରେ ଦେବଦେବୀ ଙ୍କ ବାସ ହୋଇଥାଏ ଏବଂ ଏହି କାରଣରୁ ଏହି ଦିଗଟି ସବୁଠୁ ଶୁଭ ଅଟେ l

– ଏହି ଦିଗରେ ଘରର ଠାକୁରଙ୍କୁ ସ୍ଥାପନା କରିବା ଦ୍ୱାରା ଭଗବାନ ଙ୍କ କୃପା ସହିତ କୁବେର ଙ୍କ କୃପା ମଧ୍ୟ ଲାଭ ହୋଇଥାଏ l ଏହାଛଡା ଘରେ ସୁଖ-ସମୃଦ୍ଧି ର ଆଗମନ ହୋଇଥାଏ l

– କଦାପି ଘରର ଦକ୍ଷିଣ ଦିଗରେ ଠାକୁରଙ୍କୁ ସ୍ଥାପନା କରିବା ଉଚିତ ନୁହେଁ l ଏହାଦ୍ୱାରା ଘରକୁ ଦରିଦ୍ରତା ଆସିଥାଏ l

– ବସ୍ତୁ ଅନୁସାରେ ପୂଜା ଘରର ଦ୍ୱାର ପୂର୍ବ ଦିଗକୁ ରହିବ ଆବଶ୍ୟକ l କିନ୍ତୁ ଅନ୍ୟ ପକ୍ଷରେ ପୂଜା କରୁଥିବା ବ୍ୟକ୍ତିର ମୁଖ ପୂର୍ବ ଦିଗକୁ ରହିବା ସବୁଠୁ ଶ୍ରେଷ୍ଠ ଅଟେ l

– ଶାସ୍ତ୍ର ଅନୁସାରେ ପୂର୍ବ ଦିଗ ସକାରାତ୍ମକ ଉର୍ଜା ର ଦିଗ ଅଟେ l କିନ୍ତୁ ଯଦି ଆମେ କୌଣସି ଦେବୀ ଙ୍କ ସ୍ଥାପନା ନିଜ ଘରେ କରିବାକୁ ଚାହୁଁଛୁ ତେବେ ଦକ୍ଷିଣ ମୁଖି ଦେବୀ ଙ୍କ ପ୍ରତିମା ଶୁଭ ଫଳଦାୟୀ ଅଟେ l

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button